ଲକଡାଉନ ରେସିପିର ମଜା, ଘରେ ଏପରି ପ୍ରସ୍ତୁତ କରନ୍ତୁ ଥଣ୍ଡା ଥଣ୍ଡା କଫି ଆଇସକ୍ରିମ

ଗରମ ଦିନ ଆସିଗଲାଣି। ଆଉ ଗରମରେ ଥଣ୍ଡା ଥଣ୍ଡା ଆଇସକ୍ରିମ, କୋଲଡ଼ ଡ୍ରିଙ୍କସ ପିଇବାକୁ ଲୋକେ ବହୁତ ପସନ୍ଦ କରନ୍ତି। ଗରମ ଦିନ ଆସିଲେ ବଜାରରେ ବିଭିନ୍ନ ଫ୍ଲେବରର ଆଇସକ୍ରିମ ଖାଇବାର ମଜା ଅଲଗା। କିନ୍ତୁ ଏଥର ଲକଡାଉନ ଚାଲୁଥିବା କାରଣରୁ ଘରୁ ବାହାରକୁ ବାହାରିବା ମୁସ୍କିଲ। ଆଉ ଏହି କରୋନା ମହାମାରୀ ସମୟରେ ତ ବାହାର ଜିନିଷ ଆଦୌ ଖାଇବା ଅନୁଚିତ। ଏମିତିରେ ଆଜି ଆମେ ଆପଣଙ୍କୁ ଘରେ ଥଣ୍ଡା ଥଣ୍ଡା ଆଇସକ୍ରିମ ବନାଇବା ରେସିପି ଜଣାଇବୁ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କଫି ପାଉଡର – ୨ ଟେବୁଲ ଚାମଚ
ଚିନି – ୧/୨ କପ
କ୍ଷୀର – ୧ କପ
କ୍ରିମ – ୨ କପ
ଭାନିଲା ଆସେନ୍ସ – ୧ ଟେବୁଲ ଚାମଚ

ପ୍ରସ୍ତୁତି ପ୍ରଣାଳୀ

– ଏକ ପାତ୍ରରେ ଦୁଇ କପ କ୍ରିମ ଏବଂ ୧/୨ କପ ଚିନି ନିଅନ୍ତୁ। ଏହି ଦୁଇ ଜିନିଷକୁ ସେତେ ପର୍ଯ୍ୟନ୍ତ ମିକ୍ସ କରନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଗାଢ଼ ନହୋଇଛି।

– ଏହାପରେ ଏକ କପ କ୍ଷୀର, ୧ ଟେବୁଲ ଚାମଚ ଭାନିଲା ଅସ୍ସେନ୍ସ ଏବଂ ଦୁଇ ଟେବୁଲ ଚାମଚ କଫିକୁ କ୍ରିମରେ ପକାଇ ଭଲଭାବେ ମିକ୍ସ କରନ୍ତୁ।

– ଏବେ ଏହି ମିଶ୍ରଣକୁ ଆଇସକ୍ରିମ କଣ୍ଟେନରରେ ଭର୍ତ୍ତି କରି ଫ୍ରିଜରରେ ୩-୪ ଘଣ୍ଟା ରଖିଦିଅନ୍ତୁ।

– ଏହାପରେ ଏହାକୁ ବାହାର କରି ଚକୋଲେଟ ଚିପ୍ସ ଏବଂ ସିରପରେ ଗାରନିସ କରନ୍ତୁ।

– ଏବେ ଆପଣଙ୍କ ପ୍ରସ୍ତୁତ ହୋଇଯାଇଛି ଥଣ୍ଡା ଥଣ୍ଡା କଫି ଆଇସକ୍ରିମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.