Below header

ଗାଧୋଇବାକୁ ଯାଇ ଖସିଗଲା ଗୋଡ଼, ବ୍ରାହ୍ମଣୀ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ) : ଦ୍ୱିପ୍ରହର ସମୟରେ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଣ୍ଡପଟଣା ନିକଟ ବ୍ରାହ୍ମଣୀ ନଦୀର ଦେବୀଘାଟ ନିକଟରେ । ମୃତ ଯୁବକ ଜଣକ ହେଲେ କୁଆଖିଆ କୁଣ୍ଡପଟଣା ଗ୍ରାମର ସୁଦର୍ଶନ କୁଣ୍ଡୁଙ୍କ ପୁଅ ଉତ୍ତମ କୁଣ୍ଡୁ (୩୪) । ଆଜି ଉତ୍ତମ ଓ ତାଙ୍କର ଜଣେ ବନ୍ଧୁ ଦୁହେଁ ନଈକୁ ମଧ୍ୟାହ୍ନ ସମୟରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଗୋଡ଼ ଖସିଯିବାରୁ ପାଣି ଭିତରକୁ ଚାଲି ଯାଇଥିଲେ । ଏହା ଦେଖି ଅନ୍ୟ ବନ୍ଧୁ ଜଣକ ଗାଁ ଲୋକଙ୍କୁ ଡାକ ପକାଇଥିଲେ । ସ୍ଥାନୀୟ ଲୋକେ ସେଠାରେ ପହଂଚି ପାଣି ଭିତରୁ ଉଦ୍ଧାର କରି ଧର୍ମଶାଳା ମେଡିକାଲକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.