Below header

କୋଭିଡ-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସ୍ପର୍ମରେ ମିଳିଲା କରୋନା ଭୂତାଣୁ, ଡାକ୍ତର ବି ଆଶ୍ଚର୍ଯ୍ୟ

ଏବେ ଯାଏଁ କୁହାଯାଉଥିଲା ଯେ କରୋନା ଭାଇରସ ଯୌନ ସମ୍ପର୍କ ବା ସେକ୍ସଉଆଲ ରିଲେସନ ଯୋଗୁ ବ୍ୟାପେ ନାହିଁ। କିନ୍ତୁ ଚୀନର ଗବେଷକମାନେ ଏବେ ସୂଚନା ଦେଇଛନ୍ତି ଯେ ଯଦି କରୋନା ସଂକ୍ରମିତ ପୁରୁଷ କାହା ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ତାଙ୍କୁ କରୋନା ହୋଇପାରେ। କାରଣ ଏବେ କରୋନା ସଂକ୍ରମିତଙ୍କ ଶୁକ୍ରାଣୁରେ କରୋନା ଭାଇରସ ମିଳିଛି।

Coronavirus and sex: Can I have sex? - Sound Health and Lasting Wealth

ଚୀନର ସାଂଗକ୍ୟୁ ମ୍ୟୁନିସିପାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୩୮ ବର୍ଷୀୟ ପୁରୁଷ ରୋଗୀଙ୍କ ଯାଞ୍ଚ ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏଥିରେ ୬ ଜଣ ରୋଗୀଙ୍କ ସ୍ପର୍ମରେ କରୋନା ଭାଇରସର ସଂକ୍ରମଣ ଦେଖିବାକୁ ମିଳିଥିଲା।

ଏହି ୬ ଜଣ ବହୁ ପୂର୍ବରୁ କରୋନାରୁ ସୁସ୍ଥ ହୋଇଥିବା ବେଳେ ସେମାନଙ୍କ ଶୁକ୍ରାଣୁରେ କିନ୍ତୁ କରୋନା ଭୂତାଣୁ ମିଳିଥିଲା। ତେବେ ଶାରୀରିକ ସମ୍ପର୍କ ବେଳେ ଏଥିରୁ ସଂକ୍ରମଣ ବ୍ୟାପିବ କି ନାହିଁ ସେ ନେଇ ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ଏଥିରୁ କରୋନା ବ୍ୟାପିପାରେ ବୋଲି ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.