Below header

ଲକଡାଉନ୍‌ ଯୋଗୁ ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ବ୍ୟବସ୍ଥା

କେନ୍ୟୁଜ ବ୍ୟୁରୋ : ଗାଁରେ ପହଞ୍ଚୁଛି ଏଟିଏମ୍‌ ସେବା । ଟଙ୍କା ଦେବା ପାଇଁ ବ୍ୟାଙ୍କ କର୍ମଚାରୀ ମେସିନ୍‌ ଧରି ପହଞ୍ଚୁଛନ୍ତି ଗାଁରେ । ସହରକୁ ଟଙ୍କା ପାଇଁ ଯାଇପାରୁନଥିବା ଗାଁଲୋକ ହାତ ପାହାନ୍ତାରେ ସେବା ପାଇପାରୁଛନ୍ତି । କିଏ ଗ୍ୟାସ୍‌ ସବସିଡ଼ି ଟଙ୍କା ନେଉଛି ତ, ଆଉ କାହାକୁ ଗରିବ କଲ୍ୟାଣ ଯୋଜନାରରେ ଟଙ୍କା ମିଳୁଛି । ବାଲେଶ୍ୱର ଓ ମୟୂରଭଞ୍ଜ ସୀମା ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ରାବଣଶ୍ୱର ଓ ମାକନ୍ଦା ଅଞ୍ଚଳରେ ଲକଡାଉନ ସମୟରେ ଲୋକ ଟଙ୍କା ପାଇଁ ହଇରାଣ ହେଉଥିବାରୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।

ଟଙ୍କା ନେବା ସମୟରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରୁଛନ୍ତି । ମହିଳାମାନେ ଶାଢ଼ୀରେ ମୁହଁ ଘୋଡାଇ ଆସୁଛନ୍ତି । ଲକଡାଉନ ସମୟରେ ସୁବିଧାରେ ଟଙ୍କା ପାଉଥିବାରୁ ବେଶ୍‌ ଖୁସି ଅଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.