୪୦୦ କୋଟିର ଚୂନା ଲଗାଇ ବିଦେଶକୁ ଖସି ଗଲେ ଚାଉଳ ବେପାରୀ, ୪ ବର୍ଷ ପରେ ସିବିଆଇରେ କେସ୍‌ ଦାୟର କଲା ଏସ୍‌ବିଆଇ

ନୂଆଦିଲ୍ଲୀ : ଏବେ ବ୍ୟାଙ୍କ୍‌ରୁ ଟଙ୍କା ନେଇ ଖସି ଯିବାଟା ଏକ ଟ୍ରେଣ୍ଡ୍‌ ହୋଇଯାଇଛି । ଭାରତରେ ଏହି ତାଲିକା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ୍‌ ଚୈାକସୀଙ୍କ ଭଳି ପଳାତକଙ୍କ ନାମ ଏବେ ଏଥିରେ ଜୋଡ଼ି ହୋଇଯାଇଛି ।

ରାମ ଦେବ ଇଣ୍ଟରନେସ୍‌ନାଲ୍‌ ର ୩ ପ୍ରବର୍ତ୍ତକ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ୪୧୧ କୋଟି ଚଳୁ କରି ବିଦେଶକୁ ଫେରାର୍‌ ହୋଇଯାଇଛନ୍ତି । ଏବେ ଏହି ମାମଲା ସିବିଆଇରେ । ସିବିଆଇ ଖୋଜୁଛି ଏହି ପଳାତକମାନଙ୍କୁ ।

ସିବିଆଇ ଯାଞ୍ଚରୁ ଜଣାପଡ଼ିଛି ଯେ ଦିଲ୍ଲୀରେ ରହୁଥିବା ଏହି କମ୍ପାନୀର ମାଲିକ ୬ଟି ବ୍ୟାଙ୍କ୍‌ରୁ ଲୋନ୍‌ ନେଇଥିଲେ । ୨୦୧୬ ମସିହାରୁ ସେ ପଳାତକ ହୋଇଯାଇଛନ୍ତି ।

sbi bank

ବ୍ୟାଙ୍କ୍‌ ଅଧିକାରୀ ଏହି ଋଣ ଖିଲାପକାରୀଙ୍କ ବିରୋଧରେ ଅଭିଯୋଗ କରିବା ପୂର୍ବରୁ ସେ ଫେରାର୍‌ ହୋଇଯାଇଥିବା ପ୍ରକାଶ କରିଛି ବ୍ୟାଙ୍କ୍‌ । ଏହି ଋଣ ଖିଲାପକାରୀ କମ୍ପାନୀ ପଶ୍ଚିମ ୟୁରୋପ ଦେଶକୁ ବାସମତି ଚାଉଳ ଯୋଗାଉଥିଲେ ।

କମ୍ପାନୀର ନିର୍ଦ୍ଦେଶକ ନରେଶ କୁମାର, ସୁରେଶ କୁମାର ଓ ସଙ୍ଗୀତା ଏସ୍‌ବିଆଇରୁ ୧୭୩ କୋଟି ଚୂନା ଲଗାଇ ଫେରାର୍‌ ହୋଇଯାଇଥିବା ବ୍ୟାଙ୍କ୍‌ ସିବିଆଇକୁ କହିଛି । ଏହି କମ୍ପାନୀର ବିଭିନ୍ନ ଜାଗାରେ ୩ ଚାଉଳ ମିଲ୍‌ ଓ ୮ଟି ଗ୍ରେଡିଙ୍ଗ୍‌ ୟୁନିଟ୍‌ ରହିଛି ।

କମ୍ପାନୀର ଦୁବାଇ ଓ ସାଉଦୀ ଆରବରେ ଅଫିସ୍‌ ରହିଛି । ଏହି କମ୍ପାନୀ ଏସ୍‌ବିଆଇ ଛଡ଼ା କାନରା ବ୍ୟାଙ୍କ୍‌, ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ, ଆଡିବିଆଇ, ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଓ କର୍ପୋରେସନ୍‌ ବ୍ୟାଙ୍କ୍‌ରୁ ମଧ୍ୟ ଋଣ ନେଇଛନ୍ତି ।

ମୋଟ୍‌ ଋଣର ପରିମାଣ ୪୧୧ କୋଟି ଥିବା ସିବଆଇ ପ୍ରକାଶ କରିଛି । ତେବେ ଲକ୍‌ଡାଉନ୍‌ କାରଣରୁ ବ୍ୟାଙ୍କ୍‌ କମ୍ପାନୀର ସମ୍ପତ୍ତି ବ୍ୟାଜାପ୍ତ କରି ପାରି ନଥିବା ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.