ସ୍ପେଶାଲ

ବୟସ ସାନ କିନ୍ତୁ ପ୍ରତିଭା ଅସାଧାରଣ, କଅଁଳ ପାଦରେ ଘୁଙ୍ଗୁର ବାନ୍ଧି ଦର୍ଶକଙ୍କୁ ବିମୋହିତ କରୁଛନ୍ତି ସୌମ୍ୟକାନ୍ତ

ଆଠ ବର୍ଷ ବୟସରେ ଅସାଧାରଣ ପ୍ରତିଭା । ଆଉ ହାସଲ କରିଛନ୍ତି ୮୦ରୁ ଊର୍ଦ୍ଧ୍ୱ ରାଜ୍ୟ ସ୍ତରୀୟ, ଜାତୀୟ ଏବଂ ଆନ୍ତର୍ଜାତିକ ପୁରସ୍କାର। ଏଭଳି ଜଣେ ପ୍ରତିଭାବାନ୍‌ ବାଳକ ହେଉଛନ୍ତି ବୋଲଗଡ ବ୍ଲକର ସାଇ ସୌମ୍ୟକାନ୍ତ ଭୋଇ। ଓଡ଼ିଶୀ ନୃତ୍ୟ ପରିବେଷଣ କରି ସୌମ୍ୟ ଆଜି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ।

କଅଁଳ ପାଦରେ ଲାଗିଛି ଘୁଙ୍ଗୁର ଆଉ ଗୀତର ତାଳେ ତାଳେ ନୃତ୍ଯ ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରୁଛନ୍ତି ସୌମ୍ୟ । ଏ ହେଉଛନ୍ତି ବୋଲଗଡରେ ରହୁଥିବା ତପନ ରଞ୍ଜନ ଭୋଇଙ୍କ ଆଠ ବର୍ଷର ପୁଅ ସାଇ ସୌମ୍ୟକାନ୍ତ । ଓଡିଶୀ ନୃତ୍ୟ ପରିବେଷଣ କରି ରାଜ୍ୟ ତଥା ଜାତୀୟ,ଏବଂ ଅନ୍ତର୍ଜାତୀୟ ସ୍ତରରେ ଦେଖାଇଛନ୍ତି ଅନେକ ପ୍ରତିଭା। ଆଉ ହାସଲ କରିଛନ୍ତି ବହୁ ପୁରସ୍କାର । ଖାଲି ଓଡିଶୀ ନୃତ୍ୟ ପରିବେଷଣ ନୁହେଁ ଗୀତ ଗାଇବା, ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ରୁଚି ରହିଛି। ଯାହାକୁ ନେଇ ସେ ଆଜି ବୋଲଗଡ ଅଞ୍ଚଳରେ ଲୋକପ୍ରିୟ ହୋଇ ପାରିଛନ୍ତି। ଏନେଇ ତାଙ୍କ ବାପା ମାଆ ମଧ୍ୟ ଖୁବ୍‌ ଗର୍ବିତ ବୋଲି କୁହନ୍ତି।

ସୌମ୍ୟଙ୍କ ମାଆ ନିକଟସ୍ଥ କଳାଙ୍ଗ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବାପା ଜଣେ ବ୍ୟବସାୟୀ। ସାଇ ସୌମ୍ୟକାନ୍ତ ଏକ ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ପାଠ ପଢା ସହ ଅବସର ସମୟରେ ନୃତ୍ୟ ଗୀତ ପ୍ରତି ସମୟ ଦିଅନ୍ତି ସୌମ୍ୟ । ସୌମ୍ୟଙ୍କ ମାଆ ସନ୍ଧ୍ୟାରାଣୀ ନିକଟସ୍ଥ କଳାଙ୍ଗ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବାପା ଜଣେ ବ୍ୟବସାୟୀ। ୨ ବର୍ଷ ବୟସରୁ ସୌମ୍ୟଙ୍କ ନୃତ୍ୟ ପ୍ରତି ଆଗ୍ରହ ଦେଖିବା ପରେ ମାଆ-ବାପା ତାଙ୍କୁ ୫ ବର୍ଷ ବୟସରେ ଏକ ସଂଗୀତ ମହାବିଦ୍ୟାଳୟରେ ନାମ ଲେଖାଇ ଥିଲେ। ନୃତ୍ୟ ଶିକ୍ଷା ପାଇବା ପରେ ନିଜର ଅସାଧାରଣ ପ୍ରତିଭାକୁ ଦେଖାଇ ଦର୍ଶକଙ୍କ ମନ କିଣି ପାରିଛନ୍ତି ସୌମ୍ୟ।

KNews Bureau

Recent Posts

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

8 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

11 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

34 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

47 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

48 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

48 mins ago