ବୟସ ସାନ କିନ୍ତୁ ପ୍ରତିଭା ଅସାଧାରଣ, କଅଁଳ ପାଦରେ ଘୁଙ୍ଗୁର ବାନ୍ଧି ଦର୍ଶକଙ୍କୁ ବିମୋହିତ କରୁଛନ୍ତି ସୌମ୍ୟକାନ୍ତ

ଆଠ ବର୍ଷ ବୟସରେ ଅସାଧାରଣ ପ୍ରତିଭା । ଆଉ ହାସଲ କରିଛନ୍ତି ୮୦ରୁ ଊର୍ଦ୍ଧ୍ୱ ରାଜ୍ୟ ସ୍ତରୀୟ, ଜାତୀୟ ଏବଂ ଆନ୍ତର୍ଜାତିକ ପୁରସ୍କାର। ଏଭଳି ଜଣେ ପ୍ରତିଭାବାନ୍‌ ବାଳକ ହେଉଛନ୍ତି ବୋଲଗଡ ବ୍ଲକର ସାଇ ସୌମ୍ୟକାନ୍ତ ଭୋଇ। ଓଡ଼ିଶୀ ନୃତ୍ୟ ପରିବେଷଣ କରି ସୌମ୍ୟ ଆଜି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚିତ।

କଅଁଳ ପାଦରେ ଲାଗିଛି ଘୁଙ୍ଗୁର ଆଉ ଗୀତର ତାଳେ ତାଳେ ନୃତ୍ଯ ପରିବେଷଣ କରି ଦର୍ଶକଙ୍କୁ ଆକୃଷ୍ଟ କରୁଛନ୍ତି ସୌମ୍ୟ । ଏ ହେଉଛନ୍ତି ବୋଲଗଡରେ ରହୁଥିବା ତପନ ରଞ୍ଜନ ଭୋଇଙ୍କ ଆଠ ବର୍ଷର ପୁଅ ସାଇ ସୌମ୍ୟକାନ୍ତ । ଓଡିଶୀ ନୃତ୍ୟ ପରିବେଷଣ କରି ରାଜ୍ୟ ତଥା ଜାତୀୟ,ଏବଂ ଅନ୍ତର୍ଜାତୀୟ ସ୍ତରରେ ଦେଖାଇଛନ୍ତି ଅନେକ ପ୍ରତିଭା। ଆଉ ହାସଲ କରିଛନ୍ତି ବହୁ ପୁରସ୍କାର । ଖାଲି ଓଡିଶୀ ନୃତ୍ୟ ପରିବେଷଣ ନୁହେଁ ଗୀତ ଗାଇବା, ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ରୁଚି ରହିଛି। ଯାହାକୁ ନେଇ ସେ ଆଜି ବୋଲଗଡ ଅଞ୍ଚଳରେ ଲୋକପ୍ରିୟ ହୋଇ ପାରିଛନ୍ତି। ଏନେଇ ତାଙ୍କ ବାପା ମାଆ ମଧ୍ୟ ଖୁବ୍‌ ଗର୍ବିତ ବୋଲି କୁହନ୍ତି।

soumyakantaସୌମ୍ୟଙ୍କ ମାଆ ନିକଟସ୍ଥ କଳାଙ୍ଗ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବାପା ଜଣେ ବ୍ୟବସାୟୀ। ସାଇ ସୌମ୍ୟକାନ୍ତ ଏକ ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ପାଠ ପଢା ସହ ଅବସର ସମୟରେ ନୃତ୍ୟ ଗୀତ ପ୍ରତି ସମୟ ଦିଅନ୍ତି ସୌମ୍ୟ । ସୌମ୍ୟଙ୍କ ମାଆ ସନ୍ଧ୍ୟାରାଣୀ ନିକଟସ୍ଥ କଳାଙ୍ଗ ହାଇସ୍କୁଲରେ ଶିକ୍ଷକତା କରୁଥିବା ବେଳେ ବାପା ଜଣେ ବ୍ୟବସାୟୀ। ୨ ବର୍ଷ ବୟସରୁ ସୌମ୍ୟଙ୍କ ନୃତ୍ୟ ପ୍ରତି ଆଗ୍ରହ ଦେଖିବା ପରେ ମାଆ-ବାପା ତାଙ୍କୁ ୫ ବର୍ଷ ବୟସରେ ଏକ ସଂଗୀତ ମହାବିଦ୍ୟାଳୟରେ ନାମ ଲେଖାଇ ଥିଲେ। ନୃତ୍ୟ ଶିକ୍ଷା ପାଇବା ପରେ ନିଜର ଅସାଧାରଣ ପ୍ରତିଭାକୁ ଦେଖାଇ ଦର୍ଶକଙ୍କ ମନ କିଣି ପାରିଛନ୍ତି ସୌମ୍ୟ।

You might also like