ସ୍ପେଶାଲ

ଦାଦି ଅମ୍ମା “ସାମୀ ସାମୀ” ଗୀତରେ ମାରିଲେ ଜବରଦସ୍ତ ଠୁମକା, ଭାଇରଲ ହେଉଛି ଫଟୋ

ସାଉଥ ଇଣ୍ଡିଆନ ଆକ୍ଟର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ ପୁଷ୍ପା ଯେବେ ଠାରୁ ରିଲିଜ ହୋଇଛି, ସେବେଠାରୁ ହିଁ ଯେମିତି ହଇଚଇ ସୃଷ୍ଟି କରିଛି । ପୁଷ୍ପା ଫିଲ୍ମର ଜ୍ଵର ଏବେ ଯାଏଁ ବି ଲୋକଙ୍କ ଦେହରୁ ଓଲ୍ହାଇ ନାହିଁ । ଆଉ ଏବେ ତ ଅଲ୍ଲୁଙ୍କର ପ୍ରଶଂସା ଜାତୀୟ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ତରରେ ପହଂଚିଲାଣି । ଏହି ଫିଲ୍ମର ଗୀତ ଗୁଡିକରେ ବି ଲୋକେ ଖୁବ ଅଧିକରୁ ଅଧିକ ସଂଖ୍ୟକ ରିଲସ ବନେଇବା ସହିତ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ବି ସେୟାର କରିଛନ୍ତି । ଆଉ ପୁଷ୍ପା ଫିଲ୍ମର ଗୀତ “ସାମୀ ସାମୀ” ପୁଣି ଥରେ ଭାଇରାଲ ହେଉଛି, କାହିଁକି ନା ଦାଦି ଜଣଙ୍କ ପୁରା ଦେଶୀ ଅନ୍ଦାଜରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ।

ପାଖାପଖି ୮୦ ବର୍ଷୀୟା ଏହି ବୃଦ୍ଧା ଜଣଙ୍କ “ପୁଷ୍ପା” ର ସାମୀ ସାମୀ ଗୀତରେ ପୁରା ଫୁଲ ଦମରେ ଠୁମକା ଲଗାଉଥିବା ନଜର ଆସିଛନ୍ତି । ଏହି ଭାଇରାଲ ଭିଡିଓଟି ଇଣ୍ଟରନେଟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ନୀଳ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଟେଣ୍ଟ ତଳେ ଦେଶୀ ଡ୍ୟାନ୍ସ କରୁଥିବା ସମୟରେ ଖୁବ ଆକର୍ଷଣୀୟ ଦେଖାଯାଉଥିଲେ ବୟସ୍କା ବୃଦ୍ଧା ଜଣଙ୍କ । ଭାଇରଲ ହେଉଥିବା ଏହି ହିଟ ଗୀତରେ ଦାଦିଙ୍କ ଷ୍ଟାଇଲ ଯେମିତି ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି । ନିଜ ନାଚରେ ୟୁଜର୍ସଙ୍କୁ ବିସ୍ମିତ କରିଦେଇଛନ୍ତି ଏହି ଦାଦି ଆମ୍ମା । ଆଉ ଏମିତି ଏକ ପରିଣତ ବୟସରେ ସାମୀ ସାମୀ ଗୀତରେ ଦାଦିଙ୍କର ଜବରଦସ୍ତ ଏନର୍ଜିରେ ବି ଲୋକେ ବିସ୍ମିତ ହୋଇ ଯାଉଛନ୍ତି ।

କହିରଖିବା ଉଚିତ ହେବକି, ଫିଲ୍ମ “ପୁଷ୍ପା: ଦ ରଇଜ”ର ସାମୀ ସାମୀ ଗୀତ ବ୍ୟାକ ଗ୍ରାଉଣ୍ଡରେ ଖୁବ ଜୋରରେ ବାଜୁଥିଲା । ଆଉ ଏଠି ଦାଦି ଜଣଙ୍କ ଖୁବ ଫିଟନେସର ସହିତ ଫୁର୍ତ୍ତିଲା ଅନ୍ଦାଜରେ ଡ୍ୟାନ୍ସ କରୁଥିବା ଦେଖାଦେଇଛନ୍ତି । ସୋସିଆଲ ମିଡିଆରେ ଏହି ଗୀତ ଲୋକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି ।ଇନ୍ଷ୍ଟଗ୍ରାମର giedde ନାମକ ଆକାଉଣ୍ଟରୁ ଏହି ଭିଡିଓ ଟିକୁ ଅପଲୋଡ କରାଯାଇଥିଲା | ଯାହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥିଲେ । ଭିଡିଓଟିକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, “ଡ଼ିଜେ ଦାଦି” । ଭିଡିଓ ଉପରେ ଅନ୍ୟ ୟୁଜର୍ସ ମାନେ ବି ନିଜ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

 

KNews Bureau

Recent Posts

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

11 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

24 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

42 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

48 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

53 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

1 hour ago