Categories: ସ୍ପେଶାଲ

ମାତ୍ର ଏକ ଟଙ୍କାରେ ଇଟିଲି ବିକ୍ରି କରୁଛନ୍ତି ତାମିଳନାଡୁର ଦାଦୀ ଆମ୍ମା, ତାଙ୍କ ବ୍ୟବସାୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଏହି ଧନୀ ବ୍ୟକ୍ତି

ବର୍ତ୍ତମାନ ଯେଉଁଠାରେ ମହଙ୍ଗା ଆକାଶ ଛୁଆଁ ଦର ହୋଇସାରିଛି ସେହି ସ୍ଥାନରେ କେବଳ ଏକ ଟଙ୍କାରେ ଚକଲେଟ୍‌ ବିନା ଅନ୍ୟ କୌଣସି ଜିନିଷ କଳ୍ପନା କରାଯାଇପାରିବ ନାହିଁ। ରିପୋର୍ଟ ଅନୁଯାୟୀ ତାମିଳନାଡୁରେ ଜଣେ ୮୦ ବର୍ଷିୟ ବୟସ୍କ ମହିଳାଙ୍କ କାମରେ ଲୋକମାନେ ପ୍ରଭାବିତ ହୋଇଛନ୍ତି। ତାଙ୍କ ପ୍ରଭାବରେ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ପ୍ରଭାବିତ ହୋଇ ମହିଳାଙ୍କ ଭିଡିଓ ଟ୍ଵିଟରେ ସେୟାର କରି ଲେଖିଛନ୍ତି, ‘ଏହା ସମସ୍ତ ବିନମ୍ର କାହାଣୀ ମଧ୍ୟରୁ ଏକ, ଯାହା ସମସ୍ତିଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ।’ କିନ୍ତୁ ଆପଣମାନେ ଯଦି କମଳାଥଲଙ୍କ ଭଳି କଛି ପ୍ରଭାବଶାଳୀ କାମ କରୁଛନ୍ତି ତେବେ ଏହା ବିଶ୍ୱରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବ। ଆଜି ମଧ୍ୟ ମହିଳା ଜଣକ ଚୁଲିର ବ୍ୟବହାର କରୁଛନ୍ତି। ଯଦି ଆପଣମାନେ ତାଙ୍କୁ କେହି ଜାଣିଛନ୍ତି ତେବେ ତାଙ୍କ ବ୍ୟବସାୟରେ ନିବେଶ କରିବା ପାଇଁ ଏକ ଏଲପିଜି ଗ୍ୟାସର ସୁବିଧା କରାଇଲେ ମୁଁ ଖୁସି ହେବି।

ଜାଣନ୍ତୁ କିଏ ସେହି ଦାଦୀ ଆମ୍ମା

ତାମିଲନାଡୁର ପେରୁ ନିକଟରେ ଅବସ୍ଥିତ ଭାଡିଭେଲମପାଲାୟମ ଗାଁରେ ରହୁଥିବା ୮୦ ବର୍ଷିୟ ମହିଳା। କମଳାଥଲ ୧ଟଙ୍କାରେ ସମ୍ଭର, ଚଟଣୀ ସହ ଇଟିଲି ବିକ୍ରି କରୁଛନ୍ତି। ତାଙ୍କ ଜୀବନର ଲକ୍ଷ୍ୟ ହେଉଛି ଲୋକମାନଙ୍କ ପାଇଁ କମ ଟଙ୍କାରେ ପେଟ ଭରି ଭୋଜନ ଉପଲବ୍ଧ କରାଇବା। କମଳାଥଲ ଗତ ୩୦ ରୁ ୩୫ ବର୍ଷ ଧରି ଏହି କାମ କରି ଆସୁଛନ୍ତି। ୮୦ ବର୍ଷ ବୟସ୍କ କମଳାଥଲ ପ୍ରତ୍ୟେକ ଦିନ ସୂଯ୍ୟୋର୍ଦୟ ହେବା ପୂର୍ବରୁ ଉଠିଯାଇଥାନ୍ତି। ସକାଳ ୬ଟା ହେବା ପୂର୍ବରୁ ଗ୍ରାହକମାନଙ୍କ ପାଇଁ ତାଙ୍କ ଘରର କବାଟ ଖୋଲିଯାଇଥାଏ।

ଦାଦୀ ଆମ୍ମାଙ୍କ ଲକ୍ଷ୍ୟ

କମଳାଥଲଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଦିନ ଲୋକମାନେ ତାଙ୍କ ଦୋକାନକୁ ଯାଇ କିପରି ପେଟ ଭରି ଇଟିଲି ଖାଇପାରିବେ, ଏହା ତାଙ୍କର ଲକ୍ଷ୍ୟ। ଏହିକାରଣରୁ ମୁଁ ଇଟିଲର ମୂଲ୍ୟ ୧ଟଙ୍କା ରଖିଛି। ଏହାବ୍ୟତୀତ ଏଠାକୁ ଆସୁଥିବା ଲୋକମାନେ ମଧ୍ୟ ନିଜ ପରିବାରଙ୍କ ପାଇଁ ଟଙ୍କା ସଞ୍ଚୟ କରିବା ସହ ପେଟ ଭରି ଖାଦ୍ୟ ଖାଇପାରିବେ। ଆମ୍ମାଙ୍କ କହିବା ଅନୁଯାୟୀ ପୂର୍ବରୁ ଇଟିଲିର ମୂଲ୍ୟ ୫୦ ପଇସା ଥିଲା, କିନ୍ତୁ ପରେ ଏହାର ସାମଗ୍ରୀର ମୂଲ୍ୟ ବଢିଜିବାରୁ ମୁଁ ଏହାର ମୂଲ୍ୟ ୧ଟଙ୍କା କରିଛି।

ଏହାସହ ପଢନ୍ତୁ: ଏହି ଗାଁରେ ଅଛନ୍ତି କେବଳ ଜଣେ ହିଁ ମାତ୍ର ବ୍ୟକ୍ତି ! ଅନୁମାନ କରନ୍ତୁ କାହିଁକି ?

ଦାଦୀ ଆମ୍ମା ପ୍ରତ୍ୟେକ ଦିନ ପାଖାପାଖି ଏକ ହଜାର ଇଟିଲି ବିକ୍ରି କରିଥାନ୍ତି। ଦିନ ରାତି ଦୋକାନ କରିବା ପରେ ସେ କେବଳ ୨୦୦ ଟଙ୍କା ସଞ୍ଚୟ କରିଥାନ୍ତି। ଏହିକାରଣରୁ ଲୋକମାନେ ତାଙ୍କୁ ଇଟିଲିର ମୂଲ୍ୟ ବଢାଇବା ପାଇଁ କହିଛନ୍ତି। କିନ୍ତୁ ଅଳ୍ପ ଟଙ୍କାରେ ଲୋକମାନଙ୍କ ଭୋକ ମେଣ୍ଟାଇବା ତାଙ୍କର ପ୍ରଥମ ଉଦ୍ଦେଶ୍ୟ ବୋଲି ଆମ୍ମା କହିଛନ୍ତି। ଏହାବ୍ୟତୀତ ଭବିଷ୍ୟତରେ ସେ କେବେ ବି ଏହାର ମୂଲ୍ୟ ବଢାଇବେ ନାହିଁ ବୋଲି କହିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

5 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

7 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

7 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

9 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

10 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

10 hours ago