ସ୍ପେଶାଲ

ମହାମାରୀ ବି ତାଙ୍କୁ ଅଟକେଇ ପାରିନି, ୮୭ ବର୍ଷ ବୟସରେ ଗାଁ ଗାଁ ବୁଲି ମାଗଣାରେ ଚିକିତ୍ସା ଯୋଗାଉଛନ୍ତି ଏହି ଡାକ୍ତର

କୋଭିଡ୍‌ ମହାମାରୀ ମଧ୍ୟରେ ବୟସ୍କ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ୮୭ ବର୍ଷୀୟ ଜଣେ ଡାକ୍ତର ଦୂରଦୂରାନ୍ତ ଗାଁକୁ ଯାଇ ମାଗଣାରେ ରୋଗୀଙ୍କୁ ଚିକିତ୍ସା ଯୋଗାଉଛନ୍ତି। ଡାକ୍ତର ରାମଚନ୍ଦ୍ର ଦାଣ୍ଡେକର ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ସେବା କରିବା ନିଶା ଛାଡ଼ିପାରିନାହାନ୍ତି। ସେ ଘରଠାରୁ ୧୦ କିଲୋମିଟର ଦୂର ମୁଳ, ପୋମ୍ଭୁରନା ଓ ବଲ୍ଲାରଶ୍ୟାହ ଅଞ୍ଚଳକୁ ଯାଇ ରୋଗୀ ସେବା କରୁଛନ୍ତି। ଦୀର୍ଘ ୬୦ ବର୍ଷ ଧରି ସେ ଏଭଳି ନିଃଶୁଳ୍କ ସେବା ଯୋଗାଇ ଆସୁଥିବା ଜଣାଯାଇଛି। ରୋଗୀଙ୍କ ନିକଟରେ ପହଞ୍ଚିବା ପାଇଁ ସେ ସାଇକେଲ ବ୍ୟବହାର କରିଥାନ୍ତି।

ମହାମାରୀ ଭାରତରେ ପ୍ରବେଶ କରିବା ପରେ ହୋମିଓପ୍ୟାଥି ଓ ଆୟୁର୍ବେଦ ଡାକ୍ତର ରାମଚନ୍ଦ୍ର ଘରୁ ବାହାରିବା ବନ୍ଦ କରିନଥିଲେ। ଦାଣ୍ଡେକର କହିଛନ୍ତି ଏବେ ତାଙ୍କ ଦିନଚର୍ଯ୍ୟା ପୂର୍ବ ଭଳି ହିଁ ରହିଛି। ସେ ଗାଁରେ ମାଗଣା ଚିକିତ୍ସା ଜାରି ରଖିବାକୁ ଚାହାନ୍ତି ବୋଲି କହିଛନ୍ତି। ଦାଣ୍ଡେକର ନାଗପୁର ହୋମିଓପ୍ୟାଥି କଲେଜରୁ ୧୯୫୭-୫୮ ମଧ୍ୟରେ ଡିପ୍ଲୋମା କରିଥିଲେ। ତା ପରେ ସେ ବର୍ଷେ ଯାଏଁ ଚନ୍ଦ୍ରପୁର ହୋମିଓପ୍ୟାଥି କଲେଜରେ କାମ କରିଥିଲେ।

ଏହା ପରଠୁ ସେ ଗ୍ରାମାଞ୍ଚଳରେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ତାଙ୍କ ପୁଅ ଜୟନ୍ତ ଦାଣ୍ଡେକର କହିଛନ୍ତି ବାପା ସପ୍ତାହନ୍ତରେ ଗାଁକୁ ଯିବା କାର୍ଯ୍ୟକ୍ରମ ସ୍ଥିର ରହିଥାଏ। ଏ ଅବସରରେ ସେ ସାଙ୍ଗରେ ମେଡିକାଲ ଇନ୍‌ଷ୍ଟୁମେଣ୍ଟ ଓ ମେଡିସିନ୍‌ ବି ନେଇଥାନ୍ତି। ସେ ନିଜ ସାଙ୍ଗରେ ମୋବାଇଲ କିମ୍ବା ଘଣ୍ଟା କିଛି ବି ନେଇ ନଥାନ୍ତି। ଯଦି ଅଧିକ କିଲୋମିଟର ଦୂର କୌଣସି ରୋଗୀଙ୍କୁ ସେ ଦେଖିବାକୁ ଯାଆନ୍ତି ତେବେ ବସ୍‌ରେ ଯାଇଥାନ୍ତି। ଯଦି ଆସିବାରେ ଡେରି ହୁଏ ତେବେ ସେଠାରେ କାହା ଘରେ ରହିଯାଆନ୍ତି। ସେ କହିଛନ୍ତି ତାଙ୍କୁ ସମସ୍ତେ ‘ଡାକ୍ତର ସାହେବ ମୁଲବାଲେ’ ଡାକନ୍ତି, ପ୍ରତି ଗାଁକୁ ପ୍ରାୟ ୨୦ଟି ଘରକୁ ଯାଇଥାନ୍ତି।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

18 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

32 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

47 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

57 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago