ଧର୍ମଗଡ(କେନ୍ୟୁଜ୍): କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ରେ ରହିଛି କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚୟତ ଏହି ପଞ୍ଚୟତ ଅନ୍ତର୍ଗତ କନକପୁର ଗାଁକୁ ଲାଗି ରହିଛି ସାହାଜଖୋଲ ଜଙ୍ଗଲ । ଏହି ଅଞ୍ଚଳରେ ଗତକାଲି ଜଙ୍ଗଲ ମଧ୍ୟରେ ଏକ ଗାଇକୁ କୌଣସି ଏକ ହିଂସ୍ରଜନ୍ତୁ ମାରିଥିବା ଦେଖିବାକୁ ମିଳିଛି l ଗାଇ ମୃତ୍ୟୁକୁ ନେଇ ଅଞ୍ଚଳରେ ଦେଖା ଦେଇଛି ବାଘ ଆତଙ୍କ l ଏହାକୁ ନେଇ ଗ୍ରାମବାସୀ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ସକାଳୁ ବେହେରା ସେକ୍ସନ ମହିଳା ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ସହ ଏକ ଟିମ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଜଙ୍ଗଲରେ ମରି ପଡିଥିବା ଗାଈ ପାଖକୁ ଯାଇ ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଛାନଭିନ କରିଛନ୍ତି ।
ତେବେ କୌଣସି ଜଙ୍ଗଲି ହିଂସ୍ରଜନ୍ତୁ ଗାଇକୁ ଆକ୍ରମଣ କରିଥିବା କହିଛନ୍ତି ଫରେଷ୍ଟର କିନ୍ତୁ ବାଘ ବୋଲି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ମରିଥିବା ଗାଈକୁ ପୋତି ଦେଇଥିବା ଜଣାପଡିଛି । ଏନେଇ ବେହେରା ସେକ୍ସନ ଫରେଷ୍ଟର ମନୀଷା ପଟ୍ଟନାୟକ ଙ୍କୁ ପଚାରିବାରୁ ଏହା ରିଜର୍ଭ ଫରେଷ୍ଟ ମଧ୍ୟରେ ହୋଇଛି ଗାଁ ସେହିଠାରୁ ୩ କିଲୋମିଟର ଦୂରରେ ରହିଛି । ଏଣୁ ଗ୍ରାମବାସୀଙ୍କୁ ଭୟଭିତର କୌଣସି କାରଣ ନାହିଁ ତଥାପି ଆମେ ଗ୍ରାମବାସୀଙ୍କୁ ରିଜର୍ଭ ଫରେଷ୍ଟ ଭିତରକୁ ନ ଯିବାକୁ ସଚେତନ କରିଦେଇଛୁ ବୋଲି କହିଛନ୍ତି ଫରେଷ୍ଟର। କିନ୍ତୁ ଏବେ ବି ବାଘକୁ ନେଇ ଗ୍ରାମବାସୀଙ୍କ ମନରେ ଭୟ ଦେଖାଦେଇଛି l
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…