କଳାହାଣ୍ଡି: କନକପୁର ଗାଁରେ ଗାଈକୁ ମାରିଖାଇଲା ବାଘ, ଲୋକେ ଆତଙ୍କିତ

ଧର୍ମଗଡ(କେନ୍ୟୁଜ୍): କଳାହାଣ୍ଡି ଓ ନବରଙ୍ଗପୁର ସୀମାନ୍ତ ରେ ରହିଛି କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚୟତ ଏହି ପଞ୍ଚୟତ ଅନ୍ତର୍ଗତ କନକପୁର ଗାଁକୁ ଲାଗି ରହିଛି ସାହାଜଖୋଲ ଜଙ୍ଗଲ । ଏହି ଅଞ୍ଚଳରେ ଗତକାଲି ଜଙ୍ଗଲ ମଧ୍ୟରେ ଏକ ଗାଇକୁ କୌଣସି ଏକ ହିଂସ୍ରଜନ୍ତୁ ମାରିଥିବା ଦେଖିବାକୁ ମିଳିଛି l ଗାଇ ମୃତ୍ୟୁକୁ ନେଇ ଅଞ୍ଚଳରେ ଦେଖା ଦେଇଛି ବାଘ ଆତଙ୍କ l ଏହାକୁ ନେଇ ଗ୍ରାମବାସୀ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ସକାଳୁ ବେହେରା ସେକ୍ସନ ମହିଳା ଫରେଷ୍ଟର ମନୀଷା ପଟ୍ଟନାୟକଙ୍କ ସହ ଏକ ଟିମ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଜଙ୍ଗଲରେ ମରି ପଡିଥିବା ଗାଈ ପାଖକୁ ଯାଇ ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଛାନଭିନ କରିଛନ୍ତି ।

ତେବେ କୌଣସି ଜଙ୍ଗଲି ହିଂସ୍ରଜନ୍ତୁ ଗାଇକୁ ଆକ୍ରମଣ କରିଥିବା କହିଛନ୍ତି ଫରେଷ୍ଟର କିନ୍ତୁ ବାଘ ବୋଲି ସ୍ପଷ୍ଟ ସୂଚନା ଦେଇନାହାଁନ୍ତି । ମରିଥିବା ଗାଈକୁ ପୋତି ଦେଇଥିବା ଜଣାପଡିଛି ।  ଏନେଇ ବେହେରା ସେକ୍ସନ ଫରେଷ୍ଟର ମନୀଷା ପଟ୍ଟନାୟକ  ଙ୍କୁ ପଚାରିବାରୁ ଏହା ରିଜର୍ଭ ଫରେଷ୍ଟ ମଧ୍ୟରେ ହୋଇଛି ଗାଁ  ସେହିଠାରୁ ୩ କିଲୋମିଟର ଦୂରରେ  ରହିଛି । ଏଣୁ ଗ୍ରାମବାସୀଙ୍କୁ ଭୟଭିତର କୌଣସି କାରଣ ନାହିଁ ତଥାପି ଆମେ ଗ୍ରାମବାସୀଙ୍କୁ ରିଜର୍ଭ ଫରେଷ୍ଟ ଭିତରକୁ ନ ଯିବାକୁ ସଚେତନ କରିଦେଇଛୁ ବୋଲି କହିଛନ୍ତି ଫରେଷ୍ଟର।  କିନ୍ତୁ ଏବେ ବି ବାଘକୁ ନେଇ ଗ୍ରାମବାସୀଙ୍କ ମନରେ ଭୟ ଦେଖାଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.