Below header

୧୯ ରୁ ୨୨ ଯାଏଁ ହେବ ପ୍ରବଳ ବର୍ଷା, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର (କେନ୍ୟୁଜ) : ପାଣିପାଗ ବିଭାଗ ଆକଳନ ଅନୁସାରେ ୧୯ ରୁ ୨୨ ପର୍ଯ୍ୟନ୍ତ ବର୍ଷା ହେବ । ସମଗ୍ର ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ନଦୀର ରିଜର୍ଭୟରରେ ଜଳ ୮୦ ଶତକଡରୁ କମ କରାଯାଇ ୬୫ ରୁ ୭୦ ଶତକଡା ରଖାଯାଇଛି । ୮ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ଯଥା ବାଲି ବସ୍ତା ଓ ବାଉଁଶ ରଖାଯାଇଛି । ଜଳସମ୍ପଦ ବିଭାଗ ସଜାଗ ରହିଛି । ଭୟଭୀତ ହେବାର କାରଣ ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.