Below header

ବୈଜୟନ୍ତ ପଣ୍ଡାଙ୍କ ବିଭ୍ରାନ୍ତିକର ଟ୍ଵିଟ: ସାଂସଦ ଡ. ଅମର ପଟ୍ଟନାୟକ କହିଲେ ସ୍ୱାଧୀନତା ଓ ଭାବନାକୁ ବେପରୁଆ ଓ ଲଗାମଛଡ଼ା ଭାବେ ବ୍ୟବହାର କରାଯାଇପାରିବ ନାହିଁ

କେନ୍ୟୁଜ୍(ବ୍ୟୁରୋ): ବୈଜୟନ୍ତ ପଣ୍ଡାଙ୍କ ବିଭ୍ରାନ୍ତିକର ଟ୍ଵିଟ ଉପରେ ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ତଥା ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା। ନିଜର ଟ୍ଵିଟରେ ବୈଜୟନ୍ତ ପଣ୍ଡା ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିିଥିଲେ। ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଡ଼. ଅମର ପଟ୍ଟନାୟକ କହିଛନ୍ତି, ସ୍ୱାଧୀନତା ଓ ଭାବନାକୁ ବେପରୁଆ ଓ ଲଗାମଛଡ଼ା ଭାବେ ବ୍ୟବହାର କରାଯାଇପାରିବ ନାହିଁ। ନିଜର ମତାମତ ଏକ ସର୍ବସାଧାରଣ ସ୍ଥାନରେ ରଖିବା ବେଳେ ତାହା ଏକ ସୀମା ମଧ୍ୟରେ ରହିବା ଉଚିତ।

ଜଣେ ଆଦିବାସୀ ମହିଳା ସାଂସଦଙ୍କ ଭାବମୂର୍ତ୍ତି ଓ ଚରିତ୍ର ସାଙ୍ଗରେ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି କରି ଏଭଳି ପ୍ରଚାର କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଶାଳୀନତା ବାହାରେ ବୋଲି ସାଂସଦ ପଟ୍ଟନାୟକ କହିଛନ୍ତି।

ଭାରତର କନିଷ୍ଠ ସାଂସଦଙ୍କ ସହ ଡ଼. ଅମର ପଟ୍ଟନାୟକ କଥା ହୋଇ ତାଙ୍କର ଏଭଳି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଜଣେ ଆଦିବାସୀ ହୋଇଥିବାରୁ କେହି ଜଣେ ମହିଳାଙ୍କୁ ଏପରି ଦୁର୍ବ୍ୟବହାର କରିପାରିବେ କି? ସାମ୍ବାଦିକ ଏତେ ତଳକୁ ଖସିଯାଇ ନିଜର ଶୃଙ୍ଖଳା ଏବଂ ଅନ୍ୟମାନଙ୍କ ମାନବିକ ଅଧିକାରକୁ ଅଣଦେଖା କରିପାରିବ କି? ଭାରତର ସମସ୍ତ ମହିଳାଙ୍କ ସମର୍ଥନରେ ଡ଼. ଅମର ପଟ୍ଟନାୟକ ଟ୍ଵିଟ ଯୋଗେ ପ୍ରତିକ୍ରିୟା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.