ସ୍ପେଶାଲ

ବୈଜ୍ଞାନିକମାନେ ଖୋଜି ବାହାର କଲେ ଅଷ୍ଟମ ମହାଦେଶ ‘ଜିଲୌଣ୍ଡିୟା’, ଭାରତଠାରୁ ଦେଢ଼ଗୁଣ ବଡ଼ ଏହାର ଆକାର

ସମସ୍ତେ ଜାଣନ୍ତି ଯେ ପୃଥିବୀରେ ସାତଟି ମହାଦେଶ ରହିଛି। ସେଗୁଡ଼ିକ ହେଉଛି ଆଣ୍ଟାର୍କଟିକା, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ୟୁରୋପ, ଦକ୍ଷିଣ ଆମେରିକା ଓ ଉତ୍ତର ଆମେରିକା। କିନ୍ତୁ ନିକଟରେ ହୋଇଥିବା ରିସର୍ଚ୍ଚ ମୁତାବକ ପୃଥିବୀରେ ୭ଟି ନୁହେଁ ୮ଟି ମହାଦେଶ ରହିଛି। ନ୍ୟୁଜିଲ୍ୟାଣ୍ଡର ବୈଜ୍ଞାନିକମାନେ ଏହି ନୂଆ ମହାଦେଶକୁ ଖୋଜି ବାହାର କରିଛନ୍ତି। ଏହି ମହାଦେଶର ନାଁ ହେଉଛି ‘ଜିଲୌଣ୍ଡିୟା’। ଏହି ମହାଦେଶ ଅଷ୍ଟ୍ରେଲିଆଠାରୁ ଦକ୍ଷିଣ-ପୂର୍ବରେ ନ୍ୟୁଜିଲାଣ୍ଡ ଉପରେ ରହିଛି।

ବୈଜ୍ଞାନିକମାନେ ଏହି ମହାଦେଶ ଖୋଜିବା ସହ ନୂଆ ମାନଚିତ୍ର ମଧ୍ୟ ଜାରି କରିଛନ୍ତି। କିନ୍ତୁ ଏବେ ଏହି ମହାଦେଶ ସମୁଦ୍ର ଭିତରେ ରହିଛି। କାରଣ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ମହାଦେଶ ପ୍ରାୟ ୨.୩୦ କୋଟି ବର୍ଷ ପୂର୍ବରୁ ସମୁଦ୍ରରେ ଲୁପ୍ତ ହୋଇଯାଇଛି। ତିନି ବର୍ଷ ପୂର୍ବରୁ ଏହି ମହାଦେଶ ବିଷୟରେ ଜଣାପଡ଼ିଥିଲା। ସେବେ ଠାରୁ ଏନେଇ ରିସର୍ଚ୍ଚ ଚାଲିଛି।

ନ୍ୟୁଜିଲାଣ୍ଡର ବୈଜ୍ଞାନିକମାନେ ନୂଆ ମହାଦେଶର ଟେକ୍ଟୋନିକ୍‌ ଓ ବେଥୀମୋଟ୍ରିକ ନକ୍ସା ତିଆରି କରିଛନ୍ତି। ଫଳରେ ଏଠାକାର ଭୂକମ୍ପୀୟ ଗତିବିଧି ଓ ସାମୁଦ୍ରିକ ସୂଚନା ବିଷୟରେ ଜଣାପଡ଼ିବ। ଏନେଇ ଜିଏନ୍‌ଏଲ୍‌ ସାଇନ୍ସର ଜିୟୋଲଜିଷ୍ଟ ନିକ୍‌ ମୋରଟାଇମର କହିଛନ୍ତି ଏହା ବୈଜ୍ଞାନିକଙ୍କର ଏକ ବଡ଼ ଉପଲବ୍ଧି। ଅଷ୍ଟମ ମହାଦେଶର କନ୍‌ସେପ୍ଟ ୧୯୯୫ ମସିହାରେ ଆସିଥିଲା। କିନ୍ତୁ ଏହାକୁ ଖୋଜିବାକୁ ୨୦୧୭ ଯାଏଁ ସମୟ ଲାଗିଥିଲା ଓ ତା’ ପରେ ଏହାକୁ ଅଷ୍ଟମ ମହାଦେଶର ମାନ୍ୟତା ମିଳିଥିଲା।

ପ୍ରଶାନ୍ତ ମହାସାଗର ମଧ୍ୟରେ ପ୍ରାୟ ୩୮୦୦ ଫୁଟ୍‌ ଗଭୀରରେ ଜିଲୌଣ୍ଡିୟା ରହିଛି। ନୂଆ ନକ୍ସାରୁ ଜଣାଯାଉଛି ଯେ ଏଠାକାର ଭୂପୃଷ୍ଠ ଖୁବ୍‌ ଉଚ୍ଚନୀଚ। କେଉଁଠାରେ ଉଚ୍ଚ ପାହାଡ଼ ରହିଛି ତ ଆଉ କେଉଁଠି ଗଭୀର ଘାଟୀ। ଭାରତର କ୍ଷେତ୍ରଫଳ ୩୨.୮୭ ଲକ୍ଷ ବର୍ଗକିଲୋମିଟର ହୋଇଥିବା ବେଳେ ଏହା ୫୦ ଲକ୍ଷ ବର୍ଗ କିଲୋମିଟର ଯାଏଁ ପରିବ୍ୟାପ୍ତ। ଅର୍ଥାତ୍‌ ଭାରତର କ୍ଷେତ୍ରଫଳଠାରୁ ଏହା ପ୍ରାୟ ୧୭ ଲକ୍ଷ ବର୍ଗ କିଲୋମିଟର ବଡ଼। ବୈଜ୍ଞାନିକଙ୍କ କହିବାନୁସାରେ ଜିଲୌଣ୍ଡିୟା ସୁପରକଣ୍ଟିନେଣ୍ଟ ଗୋଣ୍ଡବାନା ଲ୍ୟାଣ୍ଡରୁ ୭.୯୦ କୋଟି ବର୍ଷ ପୂର୍ବରୁ ଅଲଗା ହୋଇଯାଇଥିଲା।

WCW 11

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

15 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

46 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

49 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

52 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

58 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago