ଏହା ଏକ କାହାଣୀ ନୁହେଁ ଏହା ହେଉଛି ସତ୍ୟ ଘଟଣା । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଘଟଣାଟି ଘଟିଛି ଇଂଲଣ୍ଡର ୱାକିଙ୍ଗ ନାମକ ଏକ ସହରରେ । ଜୁନ ମାସର କଥା, ରାସ୍ତା ଉପରେ ପଡିଥାଏ ଏକ ଅଧାମରା ବିଲେଇ । ନଅ ମାସର ଏହି ବିଲେଇଟି ଯନ୍ତ୍ରଣାରେ ଛଟପଟ । ବହୁତ କଷ୍ଟକରି ମଧ୍ୟ ପାଟିର ଶବ୍ଦ ବାହାରକୁ ଆସିପାରୁନି । କାରଣ ହେଉଛି ସେ ଗୋଟିଏ ପଶୁ ପାଟିଖୋଲି କହିପାରିବ ନାହିଁ ଯେ ତାର ଏ ଅବସ୍ଥା ପାଇଁ ଦାୟୀ କିଏ ? ବିଲେଇଟିକୁ ହସ୍ପିଟାଲରେ ଭର୍ତ୍ତି କରାଗଲା ପରେ ଜଣାପଡିଲା ଯେ ତା ସହ ଦୁଷ୍କର୍ମ କରାଯାଇଛି ।
ସୋସିଆଲ ମିଡିଆରେ ଭାଇରଲ ହେଲା ମିନିର ଫଟୋ ଓ ତାର କାହାଣୀ ଲୋକମାନେ ସେୟାର କରିବାକୁ ଲାଗିଲେ । ମାମଲା ମଧ୍ୟ ରୁଜୁ କରାଗଲା କିନ୍ତୁ ତଦନ୍ତ ଜାରି ରହିଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଲା ନାହିଁ ଯେ ଦୁଷ୍କର୍ମ କରିଥିବା ଲୋକ କିଏ । ଆଉ ଏହାର ମୁଖ୍ୟ କାରଣ ହେଉଛି ସେ ଥିଲା ଏକ ନିରୀହ କଥା କହିପାରୁନଥିବା ପଶୁ । ଏଠାରେ ଜଣାଇବାକୁ ଚାଁହୁଛୁ ଯେ ଇଂଲଣ୍ଡରେ ଏପରି ଘଟଣା ଘଟାଇଥିବା ଲୋକଙ୍କ ପାଇଁ କଠୋରରୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କେବଳ ସେତିକିରେ ଶେଷ ହୋଇନଥିଲା ବିଲେଇର ଦୁଃଖ । ଡାକ୍ତରଙ୍କ କହିବା ଅନୁଯାୟୀ ଦୁଷ୍କର୍ମ କରିସାରି ବିଲେଇଟିକୁ କେହି ଗରମ ମହମରେ ଜଳାଇବାକୁ ଚେଷ୍ଟା କରିଥିଲେ ଓ ସେଥିପାଇଁ ତାର ଶରୀର ସାରା ପୋଡା ଘା ମଧ୍ୟ ଦେଖିବାକୁ ମିଳିଥିଲା ।
ଏହାସହ ପଢନ୍ତୁ ବାଘୁଣୀ ପାଇଁ ଲଢ଼ିଲେ ଦୁଇଭାଇ, ଲୋକ କହିଲେ ଏପରି.. ଦେଖନ୍ତୁ ଭିଡିଓ
ଏତେସବୁ କଷ୍ଟ ସହିବା ପରେ ବର୍ତ୍ତମାନ ଏହି ବିଲେଇକୁ ସିମନ ମମଫାର୍ଡ ନାମକ ଜଣେ ମହିଳା ଆଡପ୍ଟ କରିଛନ୍ତି ଓ ସେ ବିଲେଇର ନାମ ରଖିଛନ୍ତି ମିନି । ମିନି ଧୀରେ ଧୀରେ ଆରୋଗ୍ୟ ଲାଭ କରୁଛି । ଡାକ୍ତରଙ୍କ କହିବା ଅନୁଯାୟୀ ଯେତେବେଳେ ତାକୁ ହସ୍ପିଟାଲକୁ ଅଣାଯାଇଥିଲା ତାର ବଞ୍ଚିବାର ଆଶଙ୍କା କମ ଥିଲା ।
ଭୁବନେଶ୍ୱର (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅଶ୍ବିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ…
ଟି-୨୦ ବିଶ୍ୱକପରେ ଆଜି ମୁହାଁମୁହିଁ ଭାରତ-ଆମେରିକା । ଦୁଇଟି ଯାକ ଟିମ୍ ଗ୍ରୁପ ଏରେ ଦୁଇଟି ଦୁଇଟି ମ୍ୟାଚ ଜିତିଛନ୍ତି…
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ହେଲେ ଏବେ ଠୁ କାୟା ମେଲାଇଲାଣି ଡେଙ୍ଗୁ, ଗତବର୍ଷ ଏହି…
ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି ।…
କଟକ (କେନ୍ୟୁଜ): SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ । କଟକ SCB ଟ୍ରମା କେୟାର ICUର AC ଆଉଟଡୋରରେ ଲାଗିଛି…
ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି…