ନଅ ମାସର ବିଲେଇ ସହ ଦୁଷ୍କର୍ମ ପରେ ଜାଳିଦେବାକୁ ଚେଷ୍ଟା, ଫଟୋ ଦେଖିଲେ ଆପଣ ବି ହୋଇପଡିବେ ବିଚଳିତ

ଏହା ଏକ କାହାଣୀ ନୁହେଁ ଏହା ହେଉଛି ସତ୍ୟ ଘଟଣା । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଘଟଣାଟି ଘଟିଛି ଇଂଲଣ୍ଡର ୱାକିଙ୍ଗ ନାମକ ଏକ ସହରରେ । ଜୁନ ମାସର କଥା, ରାସ୍ତା ଉପରେ ପଡିଥାଏ ଏକ ଅଧାମରା ବିଲେଇ । ନଅ ମାସର ଏହି ବିଲେଇଟି ଯନ୍ତ୍ରଣାରେ ଛଟପଟ । ବହୁତ କଷ୍ଟକରି ମଧ୍ୟ ପାଟିର ଶବ୍ଦ ବାହାରକୁ ଆସିପାରୁନି । କାରଣ ହେଉଛି ସେ ଗୋଟିଏ ପଶୁ ପାଟିଖୋଲି କହିପାରିବ ନାହିଁ ଯେ ତାର ଏ ଅବସ୍ଥା ପାଇଁ ଦାୟୀ କିଏ ? ବିଲେଇଟିକୁ ହସ୍ପିଟାଲରେ ଭର୍ତ୍ତି କରାଗଲା ପରେ ଜଣାପଡିଲା ଯେ ତା ସହ ଦୁଷ୍କର୍ମ କରାଯାଇଛି ।

ସୋସିଆଲ ମିଡିଆରେ ଭାଇରଲ ହେଲା ମିନିର ଫଟୋ ଓ ତାର କାହାଣୀ ଲୋକମାନେ ସେୟାର କରିବାକୁ ଲାଗିଲେ । ମାମଲା ମଧ୍ୟ ରୁଜୁ କରାଗଲା କିନ୍ତୁ ତଦନ୍ତ ଜାରି ରହିଛି । କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିଲା ନାହିଁ ଯେ ଦୁଷ୍କର୍ମ କରିଥିବା ଲୋକ କିଏ । ଆଉ ଏହାର ମୁଖ୍ୟ କାରଣ ହେଉଛି ସେ ଥିଲା ଏକ ନିରୀହ କଥା କହିପାରୁନଥିବା ପଶୁ । ଏଠାରେ ଜଣାଇବାକୁ ଚାଁହୁଛୁ ଯେ ଇଂଲଣ୍ଡରେ ଏପରି ଘଟଣା ଘଟାଇଥିବା ଲୋକଙ୍କ ପାଇଁ କଠୋରରୁ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କେବଳ ସେତିକିରେ ଶେଷ ହୋଇନଥିଲା ବିଲେଇର ଦୁଃଖ । ଡାକ୍ତରଙ୍କ କହିବା ଅନୁଯାୟୀ ଦୁଷ୍କର୍ମ କରିସାରି ବିଲେଇଟିକୁ କେହି ଗରମ ମହମରେ ଜଳାଇବାକୁ ଚେଷ୍ଟା କରିଥିଲେ ଓ ସେଥିପାଇଁ ତାର ଶରୀର ସାରା ପୋଡା ଘା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହାସହ ପଢନ୍ତୁ ବାଘୁଣୀ ପାଇଁ ଲଢ଼ିଲେ ଦୁଇଭାଇ, ଲୋକ କହିଲେ ଏପରି.. ଦେଖନ୍ତୁ ଭିଡିଓ

ଏତେସବୁ କଷ୍ଟ ସହିବା ପରେ ବର୍ତ୍ତମାନ ଏହି ବିଲେଇକୁ ସିମନ ମମଫାର୍ଡ ନାମକ ଜଣେ ମହିଳା ଆଡପ୍ଟ କରିଛନ୍ତି ଓ ସେ ବିଲେଇର ନାମ ରଖିଛନ୍ତି ମିନି । ମିନି ଧୀରେ ଧୀରେ ଆରୋଗ୍ୟ ଲାଭ କରୁଛି । ଡାକ୍ତରଙ୍କ କହିବା ଅନୁଯାୟୀ ଯେତେବେଳେ ତାକୁ ହସ୍ପିଟାଲକୁ ଅଣାଯାଇଥିଲା ତାର ବଞ୍ଚିବାର ଆଶଙ୍କା କମ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.