ସ୍ପେଶାଲ

ମା’ଙ୍କୁ ରାସ୍ତା ମଝିରେ ପିଟୁଥିଲା ପୁଅ, ରକ୍ଷା କରିବାକୁ ଧାଇଁ ଆସିଲା କୁକୁର ଭିଡିଓ ହେଲା ଭାଇରଲ

କୁହାଯାଏ କୁକୁର ହେଉଛି ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ। ଚଳଚ୍ଚିତ୍ରର ଅନେକ ଦୃଶ୍ୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ କୁକୁର କିପରି ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଏ। ତାମିଲନାଡୁର ନାମାକ୍କାଲ ସହରରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ବୃଦ୍ଧଙ୍କୁ ପୁଅ ମାଡ ମାରୁଥିବାବେଳେ ଏକ କୁକୁର ମହିଳାଙ୍କୁ ରକ୍ଷା କରିବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲା। କିନ୍ତୁ ପୁଅ ସେହି କୁକୁରକୁ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବାର ଦେଖାଯାଇଛି। ଯେତେବେଳେ କୁକୁର ଟିକିଏ ପଛକୁ ଆସୁଥିଲା, ପୁଅ ନିଜ ମା’ଙ୍କୁ ଘୋଷାଡି ନେଉଥିଲେ। ଯଦିଓ କୁକୁର ତାଙ୍କୁ ଅନେକ ଥର କାମୁଡ଼ିବାକୁ ଚେଷ୍ଟା କରେ କିନ୍ତୁ ସେ ତଥାପି ସେ ମା’ଙ୍କ ବାରମ୍ବାର ମାଡ ମାଡ ମାରୁଥିଲେ। ଏଥିରେ ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କ ଶ୍ୱଶୂର ଘର ଲୋକେ ମଧ୍ୟ ତାଙ୍କୁ ସମର୍ଥନ କରୁଥିଲେ।

ସ୍ବାମୀଙ୍କ ମୃତ୍ୟୁ ପରେ ଉକ୍ତ ସମ୍ପୃକ୍ତ ମହିଳା ନଲ୍ଲମ୍ମଲ ପୋନେରିପଟୀରେ ଏକାକୀ ରହୁଥିଲେ। ସେ ନିଜ ଜମିକୁ ପୁଅ ନାଁରେ କରିଦେଇଥିଲେ। ସେ ନିଜ ପେଟ ପୋଷିବା ପାଇଁ ମନରେଗା ସ୍କିମ ଅଧୀନରେ କାମ କରୁଥିଲେ। ନଲ୍ଲମ୍ମଲଙ୍କ ପୁଅ ଶାନମୁଗମ ଏବେ ତାଙ୍କ ମା’ଙ୍କ ରୋଜଗାର ଟଙ୍କା ହଡପ କରିବାକୁ ଚାହୁଁଛନ୍ତି। ସୂଚନା ଅନୁଯାୟୀ, ମାତା ନଲ୍ଲମ୍ମଲ ତିନି ଲକ୍ଷ ଟଙ୍କା ଜମା କରିଥିଲେ ଏବଂ ସେ ଏହି ଟଙ୍କାକୁ ନିଜ ଘରେ ସୁରକ୍ଷିତ ରଖିଥିଲେ। ତେଣୁ ଶାନମୁଗମ ତାଙ୍କ ମା’ଙ୍କୁ ରାସ୍ତାରେ ଟାଣି ନେଇ ଘରର ଚାବି ଛଡ଼େଇ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ, ନଲ୍ଲମ୍ମଲଙ୍କ ପୋଷା କୁକୁର ନିଜ ମାଲିକକୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲା। ଏହି ପ୍ରୟାସରେ ଶାନମୁଗମକୁ ମଧ୍ୟ ଅନେକ ଥର ଆକ୍ରମଣ କରିଥିଲା ଏଥିସହ ଭିଡିଓ ଭାଇରାଲ ହେବା ପରେ ପୁଅକୁ ଗିରଫ କରାଯାଇଛି ଏବଂ ତାଙ୍କ ସ୍ତ୍ରୀଙ୍କୁ ଖୋଜା ଚାଲିଛି। ପରେ ନାଲ୍ଲାମ୍ମୁଲଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

KNews Bureau

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

8 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

11 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

44 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

46 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago