Categories: ସ୍ପେଶାଲ

ଏପରି ଏକ ପାହାଡ, ଯେଉଁଠି ପଥର ମାରି ଜଣାଯାଏ ଗର୍ଭସ୍ଥ ଶିଶୁର ଲିଙ୍ଗ

ସାଧାରଣତଃ ଗର୍ଭରେ ଥିବା ଶିଶୁର ଲିଙ୍ଗ ଜାଣିବା ଆଇନଗତ ଅପରାଧ। କିନ୍ତୁ ଏହାର ଯାଞ୍ଚ କେବଳ ସୋନୋଗ୍ରାଫି ଦ୍ୱାରା ଜଣାପଡିଥାଏ। ବିଜ୍ଞାନ ଯେତିକି ଆଗକୁ ଯାଉଛି, ଲୋକମାନେ ମଧ୍ୟ ସେତିକି ଅଗ୍ରଗତି କରୁଛନ୍ତି। କିନ୍ତୁ ଝାଡଖଣ୍ଡରେ ଏପରି ଏକ ଅଞ୍ଚଳ ରହିଛି, ଯେଉଁଠାରେ ପ୍ରାଚୀନ ପରମ୍ପରା ଅନୁସାରେ ଏହା ଯାଞ୍ଚ କରାଯାଉଛି। ଏହି ପରମ୍ପରା ବିଷୟରେ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।

ଝାଡଖଣ୍ଡର ଲୋହରଦଗା ସ୍ଥିତ ଖୁଖରା ଗାଁ ଏପରି ଏକ ପାହାଡ ରହିଛି, ଯେଉଁଠି ଗର୍ଭରେ ରହିଥିବା ନବଜାତକ ଶିଶୁ ଝିଅ କି ପୁଅ ଜଣାପଡିଥାଏ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିନା କୌଣସି ପଇସା ଖର୍ଚ୍ଚ କରି ଏହି ପତ୍ତା ଲଗାଇପାରନ୍ତି। ଏଠାରେ ଚାରି ଶହ ବର୍ଷ ପୂର୍ବେ ନାଗବଂଶୀୟ ରାଜାଙ୍କ ଶାସନ କାଳରୁ ଏହି ପରମ୍ପରା ଚାଲିଆସିଛି। ଏହା ସେବେଠାରୁ ଲୋକଙ୍କ ଭବିଷ୍ୟ ଜଣାଉଛି। ଏହି ପର୍ବତ ପ୍ରତି ଲୋକମାନଙ୍କର ବହୁତ ଶ୍ରଦ୍ଧା ରହିଛି।

ଏହି ପାହାଡରେ ଜହ୍ନ ଆକାରର ଏକ ଆକୃତି ରହିଛି, ଯାହା ନବଜାତ ଶିଶୁର ଲିଙ୍ଗ ବିଷୟରେ ସୂଚନା ଦିଏ। ଏହି ପାହାଡକୁ ପଥର ମାରି ଏହା ବିଷୟରେ ଯାଞ୍ଚ କରାଯାଏ। ଏହାକୁ ଜାଣିବା ପାଇଁ ଗର୍ଭବତୀ ମହିଳା ଏକ ନିଶ୍ଚିତ ଦୂରରୁ ଟେକାଟିଏ ଏହି ପାହାଡରେ ଥିବା ଜହ୍ନ ଆକୃତିକୁ ମାରିଥାଏ। ଯଦି ଏହି ପଥର ଜହ୍ନର ଠିକ୍‌ ମଝିରେ ବାଜିଥାଏ ତେବେ ଆପଣଙ୍କ ଗର୍ଭରେ ପୁଅ ଏବଂ ଯଦି ପଥର ଜହ୍ନ ବାହାରେ ବାଜେ ତେବେ ଗର୍ଭରେ ଝିଅ ଥାଏ ବୋଲି ଜାଣିବାକୁ ପାଇଥାନ୍ତି। ସେ ଯାହା ହେଉ ନା କାହିଁକି, ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା ଅପରାଧ ଅଟେ। ଏହାକୁ ଯଥାଶୀଘ୍ର ବନ୍ଦ କରିଦିଆଯିବା ଉଚିତ।

Swagatika

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

42 seconds ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

17 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

50 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

52 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

58 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago