ଏପରି ଏକ ପାହାଡ, ଯେଉଁଠି ପଥର ମାରି ଜଣାଯାଏ ଗର୍ଭସ୍ଥ ଶିଶୁର ଲିଙ୍ଗ

ସାଧାରଣତଃ ଗର୍ଭରେ ଥିବା ଶିଶୁର ଲିଙ୍ଗ ଜାଣିବା ଆଇନଗତ ଅପରାଧ। କିନ୍ତୁ ଏହାର ଯାଞ୍ଚ କେବଳ ସୋନୋଗ୍ରାଫି ଦ୍ୱାରା ଜଣାପଡିଥାଏ। ବିଜ୍ଞାନ ଯେତିକି ଆଗକୁ ଯାଉଛି, ଲୋକମାନେ ମଧ୍ୟ ସେତିକି ଅଗ୍ରଗତି କରୁଛନ୍ତି। କିନ୍ତୁ ଝାଡଖଣ୍ଡରେ ଏପରି ଏକ ଅଞ୍ଚଳ ରହିଛି, ଯେଉଁଠାରେ ପ୍ରାଚୀନ ପରମ୍ପରା ଅନୁସାରେ ଏହା ଯାଞ୍ଚ କରାଯାଉଛି। ଏହି ପରମ୍ପରା ବିଷୟରେ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ।
ଝାଡଖଣ୍ଡର ଲୋହରଦଗା ସ୍ଥିତ ଖୁଖରା ଗାଁ ଏପରି ଏକ ପାହାଡ ରହିଛି, ଯେଉଁଠି ଗର୍ଭରେ ରହିଥିବା ନବଜାତକ ଶିଶୁ ଝିଅ କି ପୁଅ ଜଣାପଡିଥାଏ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବିନା କୌଣସି ପଇସା ଖର୍ଚ୍ଚ କରି ଏହି ପତ୍ତା ଲଗାଇପାରନ୍ତି। ଏଠାରେ ଚାରି ଶହ ବର୍ଷ ପୂର୍ବେ ନାଗବଂଶୀୟ ରାଜାଙ୍କ ଶାସନ କାଳରୁ ଏହି ପରମ୍ପରା ଚାଲିଆସିଛି। ଏହା ସେବେଠାରୁ ଲୋକଙ୍କ ଭବିଷ୍ୟ ଜଣାଉଛି। ଏହି ପର୍ବତ ପ୍ରତି ଲୋକମାନଙ୍କର ବହୁତ ଶ୍ରଦ୍ଧା ରହିଛି।
ଏହି ପାହାଡରେ ଜହ୍ନ ଆକାରର ଏକ ଆକୃତି ରହିଛି, ଯାହା ନବଜାତ ଶିଶୁର ଲିଙ୍ଗ ବିଷୟରେ ସୂଚନା ଦିଏ। ଏହି ପାହାଡକୁ ପଥର ମାରି ଏହା ବିଷୟରେ ଯାଞ୍ଚ କରାଯାଏ। ଏହାକୁ ଜାଣିବା ପାଇଁ ଗର୍ଭବତୀ ମହିଳା ଏକ ନିଶ୍ଚିତ ଦୂରରୁ ଟେକାଟିଏ ଏହି ପାହାଡରେ ଥିବା ଜହ୍ନ ଆକୃତିକୁ ମାରିଥାଏ। ଯଦି ଏହି ପଥର ଜହ୍ନର ଠିକ୍ ମଝିରେ ବାଜିଥାଏ ତେବେ ଆପଣଙ୍କ ଗର୍ଭରେ ପୁଅ ଏବଂ ଯଦି ପଥର ଜହ୍ନ ବାହାରେ ବାଜେ ତେବେ ଗର୍ଭରେ ଝିଅ ଥାଏ ବୋଲି ଜାଣିବାକୁ ପାଇଥାନ୍ତି। ସେ ଯାହା ହେଉ ନା କାହିଁକି, ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା ଅପରାଧ ଅଟେ। ଏହାକୁ ଯଥାଶୀଘ୍ର ବନ୍ଦ କରିଦିଆଯିବା ଉଚିତ।