‘ନର୍କର ଦ୍ୱାର’, ଏହା ଭିତରକୁ ଯିଏ ଯାଇଛି ଆଉ ଫେରିନାହିଁ

ଦୁନିଆରେ ଏପରି କେତେକ ଜାଗା ରହିଛି, ଯାହା କୌଣସି ନା କୌଣସି କାରଣ ଯୋଗୁଁ ରହସ୍ୟମୟୀ ହୋଇ ରହିଛି। ଏପରି ଏକ ସ୍ଥାନ ତୁର୍କୀର ପ୍ରାଚୀନ ସହର ହେରାପୋଲିସରେ ରହିଛି। ଯେଉଁଠାରେ ଏକ ବହୁ ପୁରାତନ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିରକୁ ‘ନର୍କର ଦ୍ୱାର’ ବୋଲି କୁହାଯାଇଛି। ଯାହା ମଧ୍ୟକୁ ଯିବା ତ ଦୂରର କଥା, ଏହା ପାଖକୁ ଯାଉଥିବା ବ୍ୟକ୍ତି ଆଉ କେବେ ଫେରେ ନାହିଁ।

4444

ଏହି ମନ୍ଦିର ସଂପର୍କରେ ଆସିବା ମାତ୍ରେ କେବଳ ମନୁଷ୍ୟ ନୁହେଁ ଜୀବଜନ୍ତୁ ମଧ୍ୟ ମରି ଯାଆନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଜାଗା ରହସ୍ୟମୟ ହୋଇ ରହିଥିଲା, ଏଠାକୁ ଆସୁଥିବା ମନୁଷ୍ୟ ହେଉ କି ପଶୁପକ୍ଷୀଙ୍କ ମୃତ୍ୟୁ ଗ୍ରୀକ ଦେବତାଙ୍କ ବିଷମୟ ନିଶ୍ୱାସ ଯୋଗୁଁ ହେଉଥିଲା ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏଠାରେ ଲୋକଙ୍କ ମୃତ୍ୟୁ ହେବା ପରେ ଲୋକେ ଏହାର କାରଣ ମନ୍ଦିରର ଦ୍ୱାରକୁ ଦେଉଥିଲେ। ଯାହାକୁ ପରେ ନର୍କର ଦ୍ୱାର ବୋଲି ଲୋକ କହିବାକୁ ଲାଗିଲେ। ଗ୍ରୀକ, ରୋମାନ ଲୋକ ମଧ୍ୟ ମୃତ୍ୟୁ ଭୟରେ ଏହି ଜାଗାକୁ ଯିବାକୁ ଡରୁଥିଲେ।

67

କିନ୍ତୁ ବୈଜ୍ଞାନିକ ମାନେ ରିସର୍ଚ୍ଚ କରି ଏହାର ରହସ୍ୟ ଖୋଜି ବାହାର କରିଛନ୍ତି। ସେମାନଙ୍କ କହିବାନୁଯାୟୀ, ଏହି ମନ୍ଦିର ତଳେ ଲଗାତାର ଭାବେ ବହୁଳ ମାତ୍ରାରେ ବିଷାକ୍ତ କାର୍ବନ ଡାଇଅକ୍ସାଇଡ ଗ୍ୟାସ ବାହାରିବା ଫଳରେ ମଣିଷ ଏବଂ ପଶୁପକ୍ଷୀରଙ୍କର ମୃତ୍ୟୁ ହେଉଥିଲା। ସାଧାରଣତଃ ୧୦ ପ୍ରତିଶତ ଅଙ୍ଗାରକାମ୍ଳ ମଣିଷକୁ ୩୦ ମିନିଟରେ ମୃତ୍ୟୁମୁଖକୁ ନେଇଯାଉଥିବା ବେଳେ ଏହି ମନ୍ଦିର ତଳେ ୯୧ ପ୍ରତିଶତ ଏହି ଗ୍ୟାସ ରହିଥିଲା।

ଏହାସହ ପଢ଼ନ୍ତୁ ; ଦୁନିଆର ପାଞ୍ଚଟି ଅଦ୍ଭୁତ ଜୀବ, ଯାହାଙ୍କ ରକ୍ତର ରଙ୍ଗ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

ଆଶ୍ଚର୍ଯ୍ୟଜନକ ଭାବେ ଏହି ଗୁମ୍ଫା ତଳୁ ବାହାରୁଥିବା ଗ୍ୟାସ ଯୋଗୁଁ ଏଠାକୁ ଆସୁଥିବା କୀଟପତଙ୍ଗ, ପଶୁପକ୍ଷୀ ସହ ମଣିଷ ଏହି କାରଣ ଯୋଗୁଁ ମୃତ୍ୟୁମୁଖରେ ପଡୁଥିଲା।