ରାଉରକେଲା: ରିଉଁ ଗ୍ରାମରେ ଚାଞ୍ଚଲ୍ୟ, ଭାଉଜକୁ ହତ୍ୟା କରି ଦିଅରର ଆତ୍ମହତ୍ୟା
ରାଉରକେଲା ନିକଟ କୁଆରମୁଣ୍ଡା ବ୍ଲକର ରିଉଁ ଗ୍ରାମରେ ଭାଉଜ କୁ ଟାଙ୍ଗିଆ ରେ ନିର୍ମମ ଭାବେ ହତ୍ୟା କରି ଦିଅର ଆତ୍ମହତ୍ୟା। ଘଟଣା ଘଟିଛି ଆଜି ଦିନ 11 ଟା ସମୟରେ । ଭାଉଜ ମାନୀ ଭୂମିଜ ଘରେ ଶୋଇଥିବା ବେଳେ ଦିଅର ଲଖୀରାମ ଭୂମିଜ ଏକ ଟାଙ୍ଗିଆ ରେ ନିର୍ମମ ଭାବେ ମାନୀ ର ବେକ, ପେଟ ରେ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି । ହତ୍ୟାର କାରଣ ଜଣା ପଡିନାହିଁ। ତେବେ ଗତକାଲି ରାତି ରେ ଦିଅର ଲଖି ରାମ ହସ୍ପିଟାଲରେ ଚିକିତ୍ସା ହେଉଥିଲା । ଆଜି ହସ୍ପିଟାଲ ରୁ ଆସିବା ପରେ ଏପରି କାଣ୍ଡ କରିଛି । ବିରମିତ୍ରପୁର ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।