ସ୍ପେଶାଲ

ଯାତ୍ରୀଙ୍କ ପାଖରେ ଯାଇ ଶୋଇପଡୁଥିଲା, ସୁଯୋଗ ଦେଇ ଚୋରି କରି ଚମ୍ପଟ ମାରୁଥିଲା

ମଥୁରା : ସୋସିଆଲ ମିଡିଆରେ ଚୋରର ଚୋରି ଭିଡିଓ ଅନେକ ଦେଖିଥିବେ । ଚୋର କିପରି ଭାବେ ଦୋକାନରେ, ଘରେ କିମ୍ବା ଆଉ କେଉଁ ସ୍ଥାନରେ ଚୁପ୍‌ ଚାପ୍‌ ପଶି ଚୋରି କରିଥାଏ । କିନ୍ତୁ ଆଜି ଯେଉଁ ଭିଡିଓ ସାମ୍ନାକୁ ଆସିଛି ଦେଖିଲେ କହିବେ ଚୋରର କି ବୁଦ୍ଧି ।

ତେବେ ସୂଚନା ମୁତାବକ,  ଗତ କିଛି ଦିନ ହେବ ଉତ୍ତର ପ୍ରଦେଶର ମଥୁରା ଷ୍ଟେସନରେ ଯାତ୍ରୀମାନଙ୍କ ସାମଗ୍ରୀ ଚୋରି ହେଉଥିବା ନେଇ ଅନେକ ଅଭିଯୋଗ ଆସୁଥିଲା । କିଛି ଯାତ୍ରୀଙ୍କ ଫୋନ୍ ଚୋରି ହୋଇଥିବା ନେଇ ମାମଲା ବି ରୁଜୁ ହୋଇଥିଲା । ଖାଲି ଫୋନ୍ ନୁହେଁ ଅନ୍ୟ କେତେକ ମୂଲ୍ୟବାନ ସାମଗ୍ରୀ ବି ଚୋରି ହୋଇଥିବା ନେଇ ଅଭିଯୋଗ ଆସୁଥିଲା । ତେବେ ଏକାଧିକ ମାମଲା ରୁଜୁ ହେବା ପରେ ଏହା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ।

ତେବେ ଶେଷରେ ଏହି ସମସ୍ୟାର ସମାଧାନ କରିବାକୁ ଯାଇ ଉକ୍ତ ଷ୍ଟେସନର ଜିଆରପି ଦାୟିତ୍ୱରେ ଥିବା ସନ୍ଦୀପ ତୋମାର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ଯେଉଁଥିରେ ଚୋରିର ଏକ ଅଭିନବ ଉପାୟ ସାମ୍ନାକୁ ଆସିଥିଲା । ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତେବେ ଭିଡିଓରେ ଦେଖିବାକୁ ମିଳିଛି କି, କିଛି ଯାତ୍ରୀ ନିଜ ଟ୍ରେନକୁ ଅପେକ୍ଷା କରି ସେହି ଷ୍ଟେସନରେ ହିଁ ଶୋଇପଡିଛନ୍ତି । ଯାହାର ଫାଇଦା ଉଠାଉଛି ଚୋରଟି ।

ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ତନିସ୍କ ପଞ୍ଜାବୀ ନାମକ ଜଣେ ୟୁଜର୍ସ ସେୟାର କରିଥିବା ସିସିଟିଭି ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଚୋର ଜଣଙ୍କ ଏପଟ ସେପଟ ହେଉଛି ଏବଂ ଶୋଇଥିବା ଯାତ୍ରୀଙ୍କ ପାଖରେ ଚୁପ୍ ଚାପ୍ ଯାଇ ନିଜେ ଶୋଇ ପଡୁଛି । ଆଉ ସୁଯୋଗ ଦେଖି ଯାତ୍ରୀଙ୍କ ପକେଟରୁ ମୋବାଇଲ୍ ଫୋନ୍ ବାହାର କରିବାକୁ ଚେଷ୍ଟା କରୁଛି ଏବଂ ଶେଷରେ ସଫଳ ବି ହେଉଛି ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ଲକ୍ଷ୍ୟ ହାସଲ କରିବା ପରେ, ଚୋରଟି ପରବର୍ତ୍ତୀ ଲକ୍ଷ୍ୟ ଆଡକୁ ଯାଉଛି । ଅନ୍ୟ ଏକ ଯାତ୍ରୀଙ୍କ ପାଖରେ ଯାଇ ସମାନ ଢଙ୍ଗରେ ଶୋଇପଡୁଛି । କେହି ତା ଉପରେ ନଜର ରଖୁନି ତ, ଏକଥା ଜାଣିବା ପାଇଁ ଚାରିପାଖକୁ ଅନଉଛି । ତା’ପରେ ଯାତ୍ରୀଙ୍କ ପକେଟରେ ହାତ ପୁରାଇ ଫୋନ୍ ବାହାର କରି ନେଇଯାଉଛି । ଏହି ଘଟଣା ଘଟାଇବା ପରେ ସେ ସେଠାରୁ ଉଠି ଲୁଟ୍ କରିଥିବା ଜିନିଷ ନେଇ ବାହାରକୁ ପଳାଇଯାଉଛି ।

ତେବେ ସିସିଟିଭି ଫୁଟେଜକୁ ଆଧାର କରି ଚୋରକୁ ଚିହ୍ନଟ କରିବା ପରେ ରେଳବାଇ ପୋଲିସ୍ ତାକୁ ଗିରଫ କରିବାରେ କୌଣସି ସମୟ ନଷ୍ଟ କରିନଥିଲା । ଗତକାଲି ଏଟା ଜିଲ୍ଲାର ବାସିନ୍ଦା ୨୧ ବର୍ଷିୟ ଅବନୀଶ ସିଂକୁ ଏହି ଘଟଣାରେ ଗିରଫ କରିଥିବା ଜଣାପଡିଛି । ତାଠାରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଥିବାବେଳେ ସେ ପାଞ୍ଚଟି ଫୋନ୍ ଚୋରି କରିଥିବା ସ୍ୱୀକାର କରିଛି । ବର୍ତ୍ତମାନ ଅବନୀଶ ବିରୋଧରେ ଚୋରି ମାମଲା ରୁଜୁ କରାଯିବା ସହିତ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଜବତ କରିବା ପାଇଁ ପୋଲିସ୍ ତଦନ୍ତ କରୁଛି ।

Sonalisa

Recent Posts

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

1 min ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

9 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

35 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

48 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

1 hour ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago