Categories: ସ୍ପେଶାଲ

ହୋଲି ଭଳି ସ୍ପେନରେ ଧମୁଧାମରେ ପାଳନ ହୁଏ ଟମାଟୋ ଫେଷ୍ଟ, ଜାଣନ୍ତୁ ଏହା କାହିଁକି ଖେଳାଯାଏ

ସ୍ପେନର ଦେଶର ଏକ ନିଆର ପର୍ବ ଟମାଟୋ ଫେଷ୍ଟ। ଏହି ଫେଷ୍ଟରେ ଅନେକ ଯୁବକ ଯୁବତୀ ଟମାଟୋ ମାଡ କରନ୍ତି। ଯେମିତି ଭାରତର ରଙ୍ଗର ପର୍ବ ହୋଲି ସେହିପରି ସ୍ପେନରେ ଏହି ଟମୋଟୋ ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ। ସହରର ଗୋଟିଏ ସ୍ଥାନରେ ସମସ୍ତ ମହିଳା ପୁରଷ ଏକାଠି ହୋଇ ଏହି ଟମାଟୋ ଫେଷ୍ଟର ଧୁମ ମଜା ଉଠାନ୍ତି। ଏହି ଖେଳ ଖେଳିବା ପାଇଁ ମଧ୍ୟ  କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଯେପରିକି ଟମାଟୋ ଫେଷ୍ଟ ଖେଳିବା ପୁର୍ବରୁ କାହାରିକୁ ଆଘାତ ନଲାଗିବ ସେଥିପାଇଁ ପ୍ରଥମେ ପରସ୍ପରକୁ ପିଚକାରୀ ମାରି ଓଦା କରନ୍ତି ପ୍ରତ୍ୟେକ  ଖେଳାଳି। କେହି କାହାର ଡ୍ରେସକୁ ଚିରି ପାରିବେ ନାହିଁ। ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ଦେଇ ଏହି ଖେଳ ଖେଳିବେ ଇତ୍ୟାଦି ନିୟମ ରହିଛି ।

ଏହି  ଟମାଟୋ ଫେଷ୍ଟକୁ  ଟାମାଟୋ ଫାଇଟ ବା ‘ଲା ଟମାଟୋନା’ ବୋଲି ମଧ୍ୟ କୁହାଯାଏ। ପ୍ରତିବର୍ଷ ଏହି ଟମାଟୋ ଫାଇଟରେ ହଜାର ହଜାର ଲୋକ ସାମିଲ ହୋଇଥାନ୍ତି।

କେବେ ଏହି ଟମାଟୋ ଫାଇଟ ବା ଫେଷ୍ଟ ଆରମ୍ଭ ହୋଇଥିଲା।

୧୯୪୫ ମସିହାରେ ଏହି ଟମାଟୋ ଫାଇଟ ଆରମ୍ଭ ହୋଇଥିଲା। ସେହି ସମୟରେ କିଛି ଯୁବକ ସ୍ପେନ ସହରରେ ଧାରଣା ଦେଇ ବସିଯାଇଥିଲେ। ଯେତେବେଳେ ପୋଲିସ ସେମାନଙ୍କୁ ରୋକିବାକୁ ଆଗକୁ ଆସିଥିଲା ସେତେବେଳେ ଯୁବକମାନେ ପାଖରେ ଥିବା ପରିବା ଦୋକାନରୁ ଟମାଟୋ ଆଣି ପୋଲିସଙ୍କୁ ଆକ୍ରମଣ କରିଥିଲେ। ଏହା ପରଠାରୁ ଅଗଷ୍ଟ ମାସର ଶେଷ ବୁଧବାର ଦିନ ଏହି ‘ଲା ଟିମାଟିନା’ ବା ଟମାଟୋ ଫେଷ୍ଟ ଆୟୋଜନ ହୋଇଆସୁଛି। ସ୍ପେନରେ ଏହି ଟମାଟୋ  ଫାଇଟ ଏକ ଲୋକପ୍ରିୟ ଖେଳ  ଅଟେ। ଏହି ଖେଳରେ ସାମିଲ ହେବା ପାଇଁ ଦୁନିଆର କୋଣାନୁକୋଣରୁ ଅନେକ ଯୁବକ ଯୁବତୀ ଆସିଥାନ୍ତି।

 

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago