ହୋଲି ଭଳି ସ୍ପେନରେ ଧମୁଧାମରେ ପାଳନ ହୁଏ ଟମାଟୋ ଫେଷ୍ଟ, ଜାଣନ୍ତୁ ଏହା କାହିଁକି ଖେଳାଯାଏ

ସ୍ପେନର ଦେଶର ଏକ ନିଆର ପର୍ବ ଟମାଟୋ ଫେଷ୍ଟ। ଏହି ଫେଷ୍ଟରେ ଅନେକ ଯୁବକ ଯୁବତୀ ଟମାଟୋ ମାଡ କରନ୍ତି। ଯେମିତି ଭାରତର ରଙ୍ଗର ପର୍ବ ହୋଲି ସେହିପରି ସ୍ପେନରେ ଏହି ଟମୋଟୋ ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ। ସହରର ଗୋଟିଏ ସ୍ଥାନରେ ସମସ୍ତ ମହିଳା ପୁରଷ ଏକାଠି ହୋଇ ଏହି ଟମାଟୋ ଫେଷ୍ଟର ଧୁମ ମଜା ଉଠାନ୍ତି। ଏହି ଖେଳ ଖେଳିବା ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଯେପରିକି ଟମାଟୋ ଫେଷ୍ଟ ଖେଳିବା ପୁର୍ବରୁ କାହାରିକୁ ଆଘାତ ନଲାଗିବ ସେଥିପାଇଁ ପ୍ରଥମେ ପରସ୍ପରକୁ ପିଚକାରୀ ମାରି ଓଦା କରନ୍ତି ପ୍ରତ୍ୟେକ ଖେଳାଳି। କେହି କାହାର ଡ୍ରେସକୁ ଚିରି ପାରିବେ ନାହିଁ। ମହିଳା ମାନଙ୍କୁ ଯଥେଷ୍ଟ ସମ୍ମାନ ଦେଇ ଏହି ଖେଳ ଖେଳିବେ ଇତ୍ୟାଦି ନିୟମ ରହିଛି ।
ଏହି ଟମାଟୋ ଫେଷ୍ଟକୁ ଟାମାଟୋ ଫାଇଟ ବା ‘ଲା ଟମାଟୋନା’ ବୋଲି ମଧ୍ୟ କୁହାଯାଏ। ପ୍ରତିବର୍ଷ ଏହି ଟମାଟୋ ଫାଇଟରେ ହଜାର ହଜାର ଲୋକ ସାମିଲ ହୋଇଥାନ୍ତି।
କେବେ ଏହି ଟମାଟୋ ଫାଇଟ ବା ଫେଷ୍ଟ ଆରମ୍ଭ ହୋଇଥିଲା।
୧୯୪୫ ମସିହାରେ ଏହି ଟମାଟୋ ଫାଇଟ ଆରମ୍ଭ ହୋଇଥିଲା। ସେହି ସମୟରେ କିଛି ଯୁବକ ସ୍ପେନ ସହରରେ ଧାରଣା ଦେଇ ବସିଯାଇଥିଲେ। ଯେତେବେଳେ ପୋଲିସ ସେମାନଙ୍କୁ ରୋକିବାକୁ ଆଗକୁ ଆସିଥିଲା ସେତେବେଳେ ଯୁବକମାନେ ପାଖରେ ଥିବା ପରିବା ଦୋକାନରୁ ଟମାଟୋ ଆଣି ପୋଲିସଙ୍କୁ ଆକ୍ରମଣ କରିଥିଲେ। ଏହା ପରଠାରୁ ଅଗଷ୍ଟ ମାସର ଶେଷ ବୁଧବାର ଦିନ ଏହି ‘ଲା ଟିମାଟିନା’ ବା ଟମାଟୋ ଫେଷ୍ଟ ଆୟୋଜନ ହୋଇଆସୁଛି। ସ୍ପେନରେ ଏହି ଟମାଟୋ ଫାଇଟ ଏକ ଲୋକପ୍ରିୟ ଖେଳ ଅଟେ। ଏହି ଖେଳରେ ସାମିଲ ହେବା ପାଇଁ ଦୁନିଆର କୋଣାନୁକୋଣରୁ ଅନେକ ଯୁବକ ଯୁବତୀ ଆସିଥାନ୍ତି।