Below header

ଚିଦାମ୍ବରମଙ୍କୁ ଆଗୁଆ ଜାମିନ ଦେଇନଥିବା ଜଜଙ୍କୁ ମିଳିଲା ନୂଆ ପଦବୀ, ହେବ PMLA ଅଧ୍ୟକ୍ଷ

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରଙ୍କୁ ଆଗୁଆ ଜାମିନ ଦେଇନଥିବା ଦିଲ୍ଲୀ ହାଇକୋର୍ଟର ଜଜ୍‌ ଜଷ୍ଟିସ ସୁନୀଲ ଗୌରଙ୍କୁ ନୂଆ ପଦବୀ ମିଳିଛି। ପ୍ରିଭେନସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ- ପିଏମ୍‌ଏଲଏ ର ଅପିଲେଟ ଟ୍ରିବୁନାଲର ଅଧ୍ୟକ୍ଷ ଭାବେ ଜଷ୍ଟିସ ସୁନିଲ୍‌ ଗୌରଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ ହାଇକୋର୍ଟରୁ ଅବସରର ନେବାର ତିନି ଦିନ ପୂର୍ବରୁ ଜଷ୍ଟିସ ସୁନୀଲ ଗୌର ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ। ଏଥିସହ ପି. ଚିଦାମ୍ବରମଙ୍କୁ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତିର କିଂଗ ପିନ୍‌ ଓ ମୁଖ୍ୟ ଷଡଜନ୍ତ୍ରକାରୀ ବୋଲି ତାଙ୍କ ରାୟରେ କହିଥିଲେ। ସେହିପରି ଗତବର୍ଷ ଡିସେମ୍ବର ମାସରେ ଜଷ୍ଟିସ ସୁନୀଲ ଗୌର ଦିଲ୍ଲୀରେ କଂଗ୍ରେସର ମାଉଥ ପିସ୍‌ କୁହାଯାଉଥିବା ନ୍ୟାସନାଲ ହେର୍ଲାଡ ଅଫିସକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟ ଏହି ରାୟ ଉପରେ ସ୍ଥଗିତାଦେଶ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.