ଜମ୍ମୁ କଶ୍ମୀରରେ ସ୍ୱାଭାବିକ ହୋଇଛି ଜୀବନଯାତ୍ରା, ଲୋକଙ୍କୁ ମିଳିଲା ଟେଲିଫୋନ୍‌ ସେବା

ଜାମ୍ମୁ-କାଶ୍ମୀର ଡୋଡାରେ ସ୍ୱାଭାବିକ ହୋଇଛି ଟେଲିଫୋନ୍‌ ସେବା। ଆଜି ଲୋକଙ୍କ ହାତରେ ମୋବାଇଲ ଫୋନ୍‌ ଥିବା ଦେଖିବାକୁ ମିଳିଛି। ଟେଲିଫୋନ୍‌ ସେବା ସ୍ୱାଭାବିକ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜୀବନଯାତ୍ରା ମଧ୍ୟ ସ୍ୱାଭାବିକ ହୋଇଛି। ଦୋକାନ ବଜାର ଖୋଲିଥିବା ବେଳେ ମାର୍କେଟ୍‌ରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ ସ୍କୁଲ ଯିବା ଆରମ୍ଭ କରିଛନ୍ତି। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ସୁଧୁରିଛି। ଅଗଷ୍ଟ ୫ତାରିଖରେ ଧାରା ୩୭୦ ଉଚ୍ଛେଦ ହେବା ପରେ ମୋବାଇଲ ନେଟଓ୍ଵର୍କିଂ ବନ୍ଦ କରିଦିଆଯାଇଥିଲା।

Leave A Reply

Your email address will not be published.