Categories: ସ୍ପେଶାଲ

ଦେଖନ୍ତୁ ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କୁ, ଯିଏ ‘ଗୋଲ୍ଡେନ୍‌ ରେସିଓ ଅଫ୍‌ ବ୍ୟୁଟି ଫି’ ରେ ହୋଇଛନ୍ତି ଓ୍ଵିନର୍‌

ବୈଜ୍ଞାନିକମାନେ ‘ଗୋଲ୍ଡେନ୍‌ ରେସିୟୋ ଅଫ୍‌ ବ୍ୟୁଟି ଫି’ ଷ୍ଟାଣ୍ଡାର୍ସ ଅନୁଯାୟୀ ବିଶ୍ୱର ସବୁଠା ସୁନ୍ଦର ମହିଳା ରୂପେ ‘ଭିକ୍ଟୋରିୟାଜ୍‌ ସିକ୍ରେଟ୍‌’ ମଡେଲର୍‌ ଙ୍କୁ ପାଇଛନ୍ତି। ସୁପର ମଡେଲ ବେଲା ହଦିଦ୍‌ ଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦର ମହିଳା କୁହାଯାଇଥାଏ। ଏହକୁ ଗ୍ରୀକ୍‌ ଗଣିତ ମଧ୍ୟ ମାନିଥାଏ। ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ସେ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ମହିଳା। ସେ ‘ଗୋଲ୍ଡେନ୍‌ ରେସିୟୋ ଅଫ୍‌ ବ୍ୟୁଟି ଫି’ ଷ୍ଟାଣ୍ଡାର୍ସ ଆଧାରରେ ହାସଲ କରିଛନ୍ତି। ବେଲା ବିକ୍ଟୋରିୟାଜ୍‌ ସିକ୍ରେଟ୍‌ ମଡେଲ ଚେହେରା ପରଫେକ୍ସନର ସବୁଠାରୁ ଆଗରେ । ଏହା goss.ie. ର ଏକ ରିପୋର୍ଟରେ ଘୋଷଣା କରାଯାଇଛି। ‘ଗୋଲ୍ଡେନ୍‌ ରେସିୟୋ ଅଫ୍‌ ବ୍ୟୁଟି ଫି’ କ୍ଲାସିକାଲ ଗ୍ରୀକ୍‌ ଗଣନା ଆଧାରରେ ସୁନ୍ଦରତାର ନିର୍ଦ୍ଦାରଣ କରିଥାଏ। ଏଥିପାଇଁ ଚେହେରାର ମାପ କରାଯାଇ ଗ୍ରୀକ୍‌ ସ୍କଲାର୍ସ ପାଇଁ ଚୟନ କରାଯାଥାଏ। ବୈଜ୍ଞାନିକ ଫର୍ମୁଲା ଅନୁଯାୟୀ ସୁନ୍ଦରତାକୁ ପରଖିବା ପାଇଁ ଏଭଳି ପ୍ରୟାସ କରାଯାଇଥାଏ।

‘ଗୋଲ୍ଡେନ୍‌ ରେସିୟୋ’ ର ମାପ ଅନୁଯାୟୀ ୨୩ ବର୍ଷର ବେଲାଙ୍କ ଚେହେରା ଚୟନ କରାଯାଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ୯୪.୩୫% ଫିଟ୍‌। ଏଥିସହ ‘ଗୋଲ୍ଡେନ୍‌ ରେସିୟୋ ଅଫ୍‌ ବ୍ୟୁଟି ଫି’ ର ପାରାମିଟର୍ସ ଅନୁଯାୟୀ ପପ୍‌ ଗାୟିକା ବିୟାନ୍ସ ଏହି ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଚେହେରାର ଫିଟ୍‌ ୯୨.୪୪%। ‘ଗୋଲ୍ଡେନ ରେସିୟୋ ଅଫ୍‌ ବ୍ୟୁଟି ଫି’ର ପ୍ରତିଯୋଗୀମାନଙ୍କ ମଧ୍ୟରୁ ଆକ୍ଟେର୍ସ ଅମ୍ବର ହର୍ଡ ଏହି ପ୍ରତିଯୋଗୀତାରେ ୯୧.୮୫% ଫିଟ୍‌ ଚେହେରା ସହ ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ଏରିୟା ଗ୍ରାଡେ ୯୧.୮୧% ଫିଟ୍‌ ରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

ଏହାସହ ପଢନ୍ତୁ: ମଣିଷଙ୍କ ପରି ଏମାନଙ୍କର ମଧ୍ୟ ରହିଛି ଇଚ୍ଛା, ଦେଖନ୍ତୁ ଏହି ମଜାଦାର ଭିଡିଓ, ଯାହା ହେଉଛି ଟ୍ଵିଟ୍‌ରରେ ଭାଇରାଲ

ଲଣ୍ଡନ ଲୋକପ୍ରିୟ ହାର୍ଲେ ଷ୍ଟ୍ରିଟ୍‌ ପ୍ରମୁଖ ଫେସିୟାଲ କାସ୍ମୋଟିକ୍‌ ସର୍ଜନ ଡା. ଜୁଲିୟନ ଡି ସିଲ୍ଵା ଏହି ମାପ କରିଛନ୍ତି। ଡା. ଜୁଲିୟନଙ୍କ କହିବା ଅନୁଯାୟୀ ଚେହେରାର ପରଫେକ୍ସନ ମାପ କରାଯିବା ପରେ ବେଲା ହଦିଦ୍‌ ଓ୍ଵିନର ହୋଇଥିଲେ। ସେ ଥୋଡିର ମାପ ହିସାବରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସ୍କୋର କରିଛନ୍ତି। ସେ ଏହି ଘଟଣାରେ ୯୯.୭% ପରଫେକ୍ସନ ହାସଲ କରିଛନ୍ତି। ଏହି ପ୍ରତିଯୋଗୀତାରେ ବେଲା ତାଙ୍କର ପୂର୍ବ ବୟଫ୍ରେଣ୍ଡଙ୍କ ସହ ରହିଥିବାର ସୂଚନା ମିଳିଛି। ବେଲା ତାଙ୍କର ପୂର୍ବ ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଉପସ୍ଥିତ ରହି ଏପରି କରିଥିଲେ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

14 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

17 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

21 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

34 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

50 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago