ଦେଖନ୍ତୁ ଦୁନିଆର ସବୁଠାରୁ ସୁନ୍ଦର ମହିଳାଙ୍କୁ, ଯିଏ ‘ଗୋଲ୍ଡେନ୍ ରେସିଓ ଅଫ୍ ବ୍ୟୁଟି ଫି’ ରେ ହୋଇଛନ୍ତି ଓ୍ଵିନର୍

ବୈଜ୍ଞାନିକମାନେ ‘ଗୋଲ୍ଡେନ୍ ରେସିୟୋ ଅଫ୍ ବ୍ୟୁଟି ଫି’ ଷ୍ଟାଣ୍ଡାର୍ସ ଅନୁଯାୟୀ ବିଶ୍ୱର ସବୁଠା ସୁନ୍ଦର ମହିଳା ରୂପେ ‘ଭିକ୍ଟୋରିୟାଜ୍ ସିକ୍ରେଟ୍’ ମଡେଲର୍ ଙ୍କୁ ପାଇଛନ୍ତି। ସୁପର ମଡେଲ ବେଲା ହଦିଦ୍ ଙ୍କୁ ବିଶ୍ୱର ସବୁଠାରୁ ସୁନ୍ଦର ମହିଳା କୁହାଯାଇଥାଏ। ଏହକୁ ଗ୍ରୀକ୍ ଗଣିତ ମଧ୍ୟ ମାନିଥାଏ। ବୈଜ୍ଞାନିକମାନଙ୍କ ମତ ଅନୁଯାୟୀ ସେ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ମହିଳା। ସେ ‘ଗୋଲ୍ଡେନ୍ ରେସିୟୋ ଅଫ୍ ବ୍ୟୁଟି ଫି’ ଷ୍ଟାଣ୍ଡାର୍ସ ଆଧାରରେ ହାସଲ କରିଛନ୍ତି। ବେଲା ବିକ୍ଟୋରିୟାଜ୍ ସିକ୍ରେଟ୍ ମଡେଲ ଚେହେରା ପରଫେକ୍ସନର ସବୁଠାରୁ ଆଗରେ । ଏହା goss.ie. ର ଏକ ରିପୋର୍ଟରେ ଘୋଷଣା କରାଯାଇଛି। ‘ଗୋଲ୍ଡେନ୍ ରେସିୟୋ ଅଫ୍ ବ୍ୟୁଟି ଫି’ କ୍ଲାସିକାଲ ଗ୍ରୀକ୍ ଗଣନା ଆଧାରରେ ସୁନ୍ଦରତାର ନିର୍ଦ୍ଦାରଣ କରିଥାଏ। ଏଥିପାଇଁ ଚେହେରାର ମାପ କରାଯାଇ ଗ୍ରୀକ୍ ସ୍କଲାର୍ସ ପାଇଁ ଚୟନ କରାଯାଥାଏ। ବୈଜ୍ଞାନିକ ଫର୍ମୁଲା ଅନୁଯାୟୀ ସୁନ୍ଦରତାକୁ ପରଖିବା ପାଇଁ ଏଭଳି ପ୍ରୟାସ କରାଯାଇଥାଏ।
‘ଗୋଲ୍ଡେନ୍ ରେସିୟୋ’ ର ମାପ ଅନୁଯାୟୀ ୨୩ ବର୍ଷର ବେଲାଙ୍କ ଚେହେରା ଚୟନ କରାଯାଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ୯୪.୩୫% ଫିଟ୍। ଏଥିସହ ‘ଗୋଲ୍ଡେନ୍ ରେସିୟୋ ଅଫ୍ ବ୍ୟୁଟି ଫି’ ର ପାରାମିଟର୍ସ ଅନୁଯାୟୀ ପପ୍ ଗାୟିକା ବିୟାନ୍ସ ଏହି ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଚେହେରାର ଫିଟ୍ ୯୨.୪୪%। ‘ଗୋଲ୍ଡେନ ରେସିୟୋ ଅଫ୍ ବ୍ୟୁଟି ଫି’ର ପ୍ରତିଯୋଗୀମାନଙ୍କ ମଧ୍ୟରୁ ଆକ୍ଟେର୍ସ ଅମ୍ବର ହର୍ଡ ଏହି ପ୍ରତିଯୋଗୀତାରେ ୯୧.୮୫% ଫିଟ୍ ଚେହେରା ସହ ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ଏରିୟା ଗ୍ରାଡେ ୯୧.୮୧% ଫିଟ୍ ରେ ଚତୁର୍ଥ ସ୍ଥାନରେ ରହିଛନ୍ତି।
ଏହାସହ ପଢନ୍ତୁ: ମଣିଷଙ୍କ ପରି ଏମାନଙ୍କର ମଧ୍ୟ ରହିଛି ଇଚ୍ଛା, ଦେଖନ୍ତୁ ଏହି ମଜାଦାର ଭିଡିଓ, ଯାହା ହେଉଛି ଟ୍ଵିଟ୍ରରେ ଭାଇରାଲ
ଲଣ୍ଡନ ଲୋକପ୍ରିୟ ହାର୍ଲେ ଷ୍ଟ୍ରିଟ୍ ପ୍ରମୁଖ ଫେସିୟାଲ କାସ୍ମୋଟିକ୍ ସର୍ଜନ ଡା. ଜୁଲିୟନ ଡି ସିଲ୍ଵା ଏହି ମାପ କରିଛନ୍ତି। ଡା. ଜୁଲିୟନଙ୍କ କହିବା ଅନୁଯାୟୀ ଚେହେରାର ପରଫେକ୍ସନ ମାପ କରାଯିବା ପରେ ବେଲା ହଦିଦ୍ ଓ୍ଵିନର ହୋଇଥିଲେ। ସେ ଥୋଡିର ମାପ ହିସାବରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସ୍କୋର କରିଛନ୍ତି। ସେ ଏହି ଘଟଣାରେ ୯୯.୭% ପରଫେକ୍ସନ ହାସଲ କରିଛନ୍ତି। ଏହି ପ୍ରତିଯୋଗୀତାରେ ବେଲା ତାଙ୍କର ପୂର୍ବ ବୟଫ୍ରେଣ୍ଡଙ୍କ ସହ ରହିଥିବାର ସୂଚନା ମିଳିଛି। ବେଲା ତାଙ୍କର ପୂର୍ବ ବୟଫ୍ରେଣ୍ଡଙ୍କ ଜନ୍ମଦିନରେ ଉପସ୍ଥିତ ରହି ଏପରି କରିଥିଲେ।