ସ୍ପେଶାଲ

ଭଗବାନ ଶିବଜୀ କହିଥିଲେ, ଏହି ପୁଷ୍କରିଣୀରେ ସ୍ନାନ କଲେ ମିଳିଥାଏ ମନ ମୁତାବକ ବର

ପଞ୍ଜାବ ଗୁରୁଦାସପୁର ଜିଲ୍ଲା ର ବାଟଲା ଠାରୁ ୮ କି.ମି ଦୂରରେ ଜଳନ୍ଧର ରୋଡ୍‌ । ଏଠାରେ ରହିଛି ଭଗବାନ କାର୍ତ୍ତିକ ଜୀଙ୍କର ଅଚଳେଶ୍ୱର ମହାଦେବ ତୀର୍ଥ । ଯାହାକି ଦେଶର ମହାନ ତୀର୍ଥ ମଧ୍ୟରୁ ଗୋଟିଏ । ଯେଉଁ ଶ୍ରଦ୍ଧାଳୁ ଏଠାରେ ଆସି ୪୦ ଦିନ ଯାଏ ଏହି ପୁଷ୍କରିଣୀରେ ସ୍ନାନ କରି ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରିବେ ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେବ ବୋଲି ଭଗବାନ ଶିବଜୀ ବରଦେଲେ । ଯାହାକି ଅଚଳେଶ୍ୱର ଧାମ ଭାବେ ପରିଚିତ ।

photo credit : punjabkesari

ଭଗବାନ ଶିବ ଓ ମା’ ପାର୍ବତୀଙ୍କ ଦୁଇ ପୁତ୍ର ମଧ୍ୟରୁ କାର୍ତ୍ତିକଜୀ ବଡ଼ ଓ ଗଣେଶ ଜୀ ସାନ । ପ୍ରଚଳିତ କଥାନୁସାର ଥରେ ଭଗବାନ ଶିବ ଓ ମା’ ପାର୍ବତୀ ବିଚାର ବିମର୍ଶ କରି ଦୁଇ ପିଲାଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଚିନ୍ତା କଲେ । ଦୁଇ ପୁତ୍ରଙ୍କୁ ଡାକି କହିଲେ ଯିଏ ୩ ଲୋକକୁ ପ୍ରଦକ୍ଷିଣ କରି ଆଗ କୈଳାଶରେ ପହଞ୍ଚିବ ସେ ହେବ ଉତ୍ତରାଧିକାରୀ । ମାତା-ପିତାଙ୍କ ଆଜ୍ଞା ଅନୁଯାୟୀ ଦୁଇ ପୁତ୍ର ନିଜର ବାହନରେ ବସି ୩ ଲୋକ ପ୍ରଦକ୍ଷିଣ କରିବାକୁ ବାହାରି ପଡ଼ିଲେ । କାର୍ତ୍ତିକଜୀ ତାଙ୍କର ମୟୁରରେ ବସି ବାହାରିଯିବା ପରେ ଗଣେଶଜୀ ମଧ୍ୟ ତାଙ୍କର ବାହାନରେ ବସି ବାହାରିଲେ ।

photo credit: punjabkesari

ଏହି ସମୟରେ ନାରଦ ଋଷି ପହଞ୍ଚି ଗଣେଶଜୀଙ୍କୁ ଭଗବାନ ଶିବଜୀ ୩ ଲୋକର ସ୍ୱାମୀ ବୋଲି କହି ତାଙ୍କର ଜ୍ଞାନ ଉଦୟ କରିଦେଲେ । ଫଳରେ ଗଣେଶଜୀ ମାର୍ଗରୁ ଫେରି ଆସି ମହାଦେବଙ୍କୁ ପରିକ୍ରମଣ କରି ହାତ ଯୋଡ଼ି ଠିଆହେଲେ । ଭଗବାନ ଶିବଜୀ ଗଣେଶ ଜୀଙ୍କ ବୁଦ୍ଧିରେ ପ୍ରଶନ୍ନ ହୋଇ ତାଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଦେଲେ ।

photo credit: punjabkesari

ଏପଟେ କାର୍ତ୍ତିକ ଜୀ ୩ ଲୋକ ପରିକ୍ରମଣ କରି ଆସୁଥିବା ବେଳେ ନାରଦ ଋଷି କୈଳାଶରେ ଗଣେଶ ଜୀଙ୍କୁ ଉତ୍ତରାଧିକାରୀ ଘୋଷଣା ହେବା କଥା କାର୍ତ୍ତିକ ଜୀଙ୍କୁ ସମାଚାର ଦେଲେ । ଫଳରେ କାର୍ତ୍ତିକ ଜୀ ଦୁଃଖରେ ଆଉ କୈଳାସକୁ ଫେରିବେ ନାହିଁ ବୋଲି ଅଚଳ ଶପଥ ନେଇ ସେହି ସ୍ଥାନରେ ଭୁମୀରେ ଓହ୍ଲାଇ ତପସ୍ୟା କରିବାକୁ ଲାଗିଲେ । ନାରଦ ଋଷି ଆସି ଏହି କଥା କୈଳାଶରେ କହିବା ପରେ କାର୍ତ୍ତିକ ଜୀଙ୍କୁ ମନାଇବା ପାଇଁ ଶିବ ଜୀ ଓ ମାତା ପାର୍ବତୀ ସବୁ ଦେବାଦେବୀଙ୍କୁ ନେଇ ସେଠାରେ ପହଞ୍ଚିଲେ ।

photo credit: punjabkesari

ହେଲେ କାର୍ତ୍ତିକ ଜୀ କୈଳାଶ ନଯିବାକୁ ଅଚଳ ନିଷ୍ପତ୍ତି ନେବା କଥା କହିବାରୁ ଭଗବାନ ଶିବ ଜୀ ସେଠାରେ ତାଙ୍କ ନାମ ଅଚଳେଶ୍ୱର ମହାଦେବ ନାମ ଦେଇ ଉକ୍ତ ସ୍ଥାନର ଅଧିକାରୀ ଭାବେ ଘୋଷଣା କଲେ । ଏବଂ ବରଦାନ ଦେଇ କହିଲେ ପ୍ରତି ବର୍ଷ ଏଠାରେ ନୌବିଂ ପର୍ବ ପାଳନ ହେବ । ଯେଉଁ ଶ୍ରଦ୍ଧାଳୁ ଏଠାରେ ଆସି ୪୦ ଦିନ ଯାଏ ଏହି ପୁଷ୍କରିଣୀରେ ସ୍ନାନ କରି ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରିବେ ତାଙ୍କର ସବୁ ଇଚ୍ଛା ପୂର୍ଣ୍ଣ ହେବ ବୋଲି ଶିବ ଜୀ ବରଦେଲେ ।

ଏହି ତୀର୍ଥରେ ପରେ ଅଚଳେଶ୍ୱର ମନ୍ଦିର ନିର୍ମାଣ ହେଲା ଯାହାକି ଅଚଳେଶ୍ୱର ଧାମ ଭାବେ ପରିଚିତ । ପଞ୍ଜାବ ଗୁରୁଦାସପୁର ଜିଲ୍ଲା ର ବାଟଲା ଠାରୁ ୮ କି.ମି ଦୂରରେ ଜଳନ୍ଧର ରୋଡ୍‌ । ଏଠାରେ ରହିଛି ଭଗବାନ କାର୍ତ୍ତିକ ଜୀଙ୍କର ଅଚଳେଶ୍ୱର ମହାଦେବ ତୀର୍ଥ । ଯାହାକି ଦେଶର ମହାନ ତୀର୍ଥ ମଧ୍ୟରୁ ଗୋଟିଏ ।

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago