ସ୍ପେଶାଲ

ପିତୃ ଦୋଷରୁ ମୁକ୍ତି ପାଇଁ ମୌନି ଅମାବାସ୍ୟାରେ କରନ୍ତୁ ଏହି କାମ, ଖୁସି ହେବେ ପୂର୍ବ ପୁରୁଷ

ପିତୃ ଦୋଷରୁ ମୁକ୍ତି ପାଇଁ ପିଣ୍ଡ ତର୍ପଣ କରାଯାଉଥିଲେ ମଧ୍ୟ ଯଦି ଆପଣ ମାଘ ଅମାବାସ୍ୟାରେ କେତେକ ବିଶେଷ କାମ କରିବେ ତେବେ ପୂର୍ବ ପୁରୁଷ ମୁକ୍ତି ପାଇବେ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମାଘ କୃଷ୍ଣ ପକ୍ଷ ଅମାବାସ୍ୟାକୁ ମୌନି ଅମାବାସ୍ୟା ମଧ୍ୟ କୁହାଯାଏ। ଅନ୍ୟ ଅମାବାସ୍ୟା ତୁଳନାରେ ମୌନି ଅମାବାସ୍ୟା ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଖାସ୍‌ ହୋଇଥାଏ। ଚଳିତବର୍ଷ ଏହି ଅମାବାସ୍ୟା ୧ ଫେବ୍ରୁଆରୀ ୨୦୨୨ରେ ପଡ଼ୁଛି। ମାନ୍ୟତା ରହିଛି, ଏହି ଅମାବାସ୍ୟାରେ କେତେକ ଖାସ୍‌ କାମ କଲେ ପିତୃ ଦୋଷରୁ ମୁକ୍ତି ମିଳିବ। ତେବେ ଆସନ୍ତୁ ଜାଣିବା ମୌନି ଅମାବାସ୍ୟାରେ କି କି ଉପାୟ କରିବା ଉଚିତ୍‌…

ମୌନି ଅମାବାସ୍ୟା ଦିନ ପିମ୍ପୁଡ଼ିଙ୍କୁ ଅଟାରେ ଚିନି ଗୋଳାଇ ଖାଇବାକୁ ଦିଅନ୍ତି। ପିତୃଦୋଷରୁ ମୁକ୍ତି ମିଳିବ। ଏହି ଦିନ ଅସହାୟ ଲୋକଙ୍କୁ ଲଡ଼ୁ, ରାଶି ତେଲ, କମ୍ବଳ, ଅଁଳା ଓ କଳା ବସ୍ତ୍ର ଦାନ କରନ୍ତୁ। ଏହା ଦ୍ୱାରା ବି ପିତୃପୁରୁଷ ଶାନ୍ତ ହୋଇଥାନ୍ତି।

ପିତୃ ଦୋଷରୁ ମୁକ୍ତି ପାଇଁ ମୌନି ଅମାବାସ୍ୟା ଦିନ ପିତୃ ପୁରୁଷଙ୍କୁ ସ୍ମରଣ କରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଢାଳରେ ଜଳ ନେଇ ସେଥିରେ ଲାଲ ଫୁଲ ଓ କଳା ରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଦିନ ବଟ ବୃକ୍ଷ ମୂଳରେ ଧଳା ରଙ୍ଗର ମିଠା ଭୋଗ କରି ଗଛକୁ ୧୦୮ ଥର ପରିକ୍ରମା କରନ୍ତୁ।

ଏହି ଦିନ ଘରର ଦକ୍ଷିଣ ଦିଗରେ ଧଳା ବସ୍ତ୍ର ଓ କଳା ରାଶି ରଖନ୍ତୁ। ଏହା ଉପରେ ତମ୍ବାର ପିତୃ ଯନ୍ତ୍ର ରଖନ୍ତୁ। ଏହା ପରେ ଡାହାଣ ପଟେ ପିତୃ ପୁରୁଷଙ୍କ ପାଇଁ ରାଶି ତେଲର ଦୀପ ଜଳାନ୍ତୁ। ଏକ ଢାଳରେ ଜଳ ପୂର୍ଣ୍ଣ କରି କେନ୍ଦ୍ରରେ ରଖନ୍ତୁ। ଏହା ଉପରେ ଷ୍ଟିଲର ପ୍ଲେଟ୍‌ ରଖି ତା’ ଉପରେ ରାଶି ଲାଗିଥିବା ରୁଟି ରଖନ୍ତୁ। ରୁଟି ଉପରେ ତୁଳସୀ ପତ୍ର ରଖନ୍ତୁ। ଏହା ଉପରେ ଧଳା ଫୁଲ ଦେଇ ଚନ୍ଦନ ଲଗାନ୍ତୁ। ଏହା ପରେ ରୁଟିକୁ ଚାରି ଭାଗରେ ବାଣ୍ଟି କୁକୁର, ଗାଈ ଓ କାଉଙ୍କୁ ଖୁଆନ୍ତୁ। ଆଉ ଏକ ଖଣ୍ଡକୁ ବଟ ବୃକ୍ଷ ମୂଳରେ ରଖନ୍ତୁ। ଏମିତି କରିବା ସମୟରେ ନୀରବତା ରକ୍ଷା କରନ୍ତୁ। ପିତୃପୁରୁଷ ଶାନ୍ତ ହେବେ।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

29 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

35 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago