ପିତୃ ଦୋଷରୁ ମୁକ୍ତି ପାଇଁ ମୌନି ଅମାବାସ୍ୟାରେ କରନ୍ତୁ ଏହି କାମ, ଖୁସି ହେବେ ପୂର୍ବ ପୁରୁଷ
ପିତୃ ଦୋଷରୁ ମୁକ୍ତି ପାଇଁ ପିଣ୍ଡ ତର୍ପଣ କରାଯାଉଥିଲେ ମଧ୍ୟ ଯଦି ଆପଣ ମାଘ ଅମାବାସ୍ୟାରେ କେତେକ ବିଶେଷ କାମ କରିବେ ତେବେ ପୂର୍ବ ପୁରୁଷ ମୁକ୍ତି ପାଇବେ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମାଘ କୃଷ୍ଣ ପକ୍ଷ ଅମାବାସ୍ୟାକୁ ମୌନି ଅମାବାସ୍ୟା ମଧ୍ୟ କୁହାଯାଏ। ଅନ୍ୟ ଅମାବାସ୍ୟା ତୁଳନାରେ ମୌନି ଅମାବାସ୍ୟା ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଖାସ୍ ହୋଇଥାଏ। ଚଳିତବର୍ଷ ଏହି ଅମାବାସ୍ୟା ୧ ଫେବ୍ରୁଆରୀ ୨୦୨୨ରେ ପଡ଼ୁଛି। ମାନ୍ୟତା ରହିଛି, ଏହି ଅମାବାସ୍ୟାରେ କେତେକ ଖାସ୍ କାମ କଲେ ପିତୃ ଦୋଷରୁ ମୁକ୍ତି ମିଳିବ। ତେବେ ଆସନ୍ତୁ ଜାଣିବା ମୌନି ଅମାବାସ୍ୟାରେ କି କି ଉପାୟ କରିବା ଉଚିତ୍…
ମୌନି ଅମାବାସ୍ୟା ଦିନ ପିମ୍ପୁଡ଼ିଙ୍କୁ ଅଟାରେ ଚିନି ଗୋଳାଇ ଖାଇବାକୁ ଦିଅନ୍ତି। ପିତୃଦୋଷରୁ ମୁକ୍ତି ମିଳିବ। ଏହି ଦିନ ଅସହାୟ ଲୋକଙ୍କୁ ଲଡ଼ୁ, ରାଶି ତେଲ, କମ୍ବଳ, ଅଁଳା ଓ କଳା ବସ୍ତ୍ର ଦାନ କରନ୍ତୁ। ଏହା ଦ୍ୱାରା ବି ପିତୃପୁରୁଷ ଶାନ୍ତ ହୋଇଥାନ୍ତି।
ପିତୃ ଦୋଷରୁ ମୁକ୍ତି ପାଇଁ ମୌନି ଅମାବାସ୍ୟା ଦିନ ପିତୃ ପୁରୁଷଙ୍କୁ ସ୍ମରଣ କରି ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଢାଳରେ ଜଳ ନେଇ ସେଥିରେ ଲାଲ ଫୁଲ ଓ କଳା ରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଦିନ ବଟ ବୃକ୍ଷ ମୂଳରେ ଧଳା ରଙ୍ଗର ମିଠା ଭୋଗ କରି ଗଛକୁ ୧୦୮ ଥର ପରିକ୍ରମା କରନ୍ତୁ।
ଏହି ଦିନ ଘରର ଦକ୍ଷିଣ ଦିଗରେ ଧଳା ବସ୍ତ୍ର ଓ କଳା ରାଶି ରଖନ୍ତୁ। ଏହା ଉପରେ ତମ୍ବାର ପିତୃ ଯନ୍ତ୍ର ରଖନ୍ତୁ। ଏହା ପରେ ଡାହାଣ ପଟେ ପିତୃ ପୁରୁଷଙ୍କ ପାଇଁ ରାଶି ତେଲର ଦୀପ ଜଳାନ୍ତୁ। ଏକ ଢାଳରେ ଜଳ ପୂର୍ଣ୍ଣ କରି କେନ୍ଦ୍ରରେ ରଖନ୍ତୁ। ଏହା ଉପରେ ଷ୍ଟିଲର ପ୍ଲେଟ୍ ରଖି ତା’ ଉପରେ ରାଶି ଲାଗିଥିବା ରୁଟି ରଖନ୍ତୁ। ରୁଟି ଉପରେ ତୁଳସୀ ପତ୍ର ରଖନ୍ତୁ। ଏହା ଉପରେ ଧଳା ଫୁଲ ଦେଇ ଚନ୍ଦନ ଲଗାନ୍ତୁ। ଏହା ପରେ ରୁଟିକୁ ଚାରି ଭାଗରେ ବାଣ୍ଟି କୁକୁର, ଗାଈ ଓ କାଉଙ୍କୁ ଖୁଆନ୍ତୁ। ଆଉ ଏକ ଖଣ୍ଡକୁ ବଟ ବୃକ୍ଷ ମୂଳରେ ରଖନ୍ତୁ। ଏମିତି କରିବା ସମୟରେ ନୀରବତା ରକ୍ଷା କରନ୍ତୁ। ପିତୃପୁରୁଷ ଶାନ୍ତ ହେବେ।