ମାଘ ମାସରେ ନିଶ୍ଚୟ ଦାନ କରନ୍ତୁ ଗୁଡ଼ ଆଉ କମ୍ବଳ; ପୁଣ୍ୟ ପ୍ରାପ୍ତି ପାଇଁ ଭଗବାନ ଶିବ ଓ ସୂର୍ଯ୍ୟଙ୍କୁ କରନ୍ତୁ ଉପାସନା…

ପୁଣ୍ୟ ପ୍ରାପ୍ତି ପାଇଁ ମାଘ ମାସ ସବୁଠାରୁ ଉତ୍ତମ ହୋଇଥାଏ। ଏଥି ସହିତ ଦେବୀ, ଦେବତା ଏବଂ ପିତୃପୁରୁଷଙ୍କ ଉପାସନା ପାଇଁ ମଧ୍ୟ ଏହି ମାସ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ମାନ୍ୟତା ରହିଛି କି, ମାଘ ମାସରେ ପ୍ରୟାଗରାଜରେ କଳ୍ପବାସ କରିବା ଦ୍ୱାରା ଦେବୀ, ଦେବତା ପ୍ରସନ୍ନ ହୋଇ ଥାଆନ୍ତି, ଯଦ୍ଦ୍ଵାରା ଦୁଃଖ, କଷ୍ଟରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା କି, ପବିତ୍ର ମାଘ ମାସରେ ଜୀବନକୁ ହସ, ଖୁସିରେ ଭରି ଦେବା ପାଇଁ ଆମକୁ କ’ଣ କରିବା ଉଚିତ।

ପୁଣ୍ୟ ପ୍ରାପ୍ତି ପାଇଁ ସ୍ନାନ କରନ୍ତୁ: ପୁରାଣ ଅନୁସାରେ, ମାଘ ମାସରେ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପ ଦୂର ହୋଇଥାଏ। ଏଥି ସହିତ ପ୍ରଜାପତ୍ୟ ଯଜ୍ଞର ଫଳ ମିଳିଥାଏ। କୁହାଯାଏ, ମାଘ ମାସରେ ଦେବତାମାନେ ମଧ୍ୟ ପ୍ରୟାଗରାଜର ସଙ୍ଗମ ତଟରେ ସ୍ନାନ କରିବାକୁ ଆସି ଥାଆନ୍ତି। ଏଥିପାଇଁ ଏହି ପବିତ୍ର ମାସରେ ସଙ୍ଗମ ସ୍ଥଳରେ ସ୍ନାନ କରିବାର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ।

ସୂର୍ଯ୍ୟ ଦେବତାଙ୍କ ପୂଜା: ମାଘ ମାସରେ ସୂର୍ଯ୍ୟଙ୍କ ଉପାସନା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏମିତିରେ ଜୀବନର ସମସ୍ତ ପାପରୁ ମୁକ୍ତି ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ଉଚ୍ଚାରଣ କରି ଜଳ ଅର୍ପଣ କରିବା ଉଚିତ। ଭବିଷ୍ୟ ପୁରାଣ ମୁତାବକ, ମାଘ ମାସରେ ସୂର୍ଯ୍ୟଙ୍କ ଉପାସନା ଦ୍ୱାରା ଜୀବନରେ ସୁଖ ଏବଂ ସମୃଦ୍ଧି ଆସିଥାଏ।

ଶିବଙ୍କ ଉପାସନା: ମାଘ ମାସରେ ସୂର୍ଯ୍ୟ ଭଗବାନ ଏବଂ ବିଷ୍ଣୁ ଦେବଙ୍କ ଉପାସନା ବ୍ୟତୀତ ଶିବଙ୍କ ପୂଜାରୁ ମଧ୍ୟ ବିଶେଷ ଲାଭ ମିଳିଥାଏ। ମାଘ ମାସରେ ସାଧାରଣ ଜଳରେ ଗଙ୍ଗା ଜଳ ମିଶାଇ ଶିବଲିଙ୍ଗ ଉପରେ ଚଢ଼ାଇବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ। ବିଶେଷ ମନୋକାମନା ପୂରଣ ପାଇଁ ରୁଦ୍ରାଭିଷେକ କରିବା ମଧ୍ୟ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଧନ ପ୍ରାପ୍ତି ଏବଂ ଘରେ ସୁଖ, ଶାନ୍ତି ପାଇବା ପାଇଁ ବିଷ୍ଣୁ ସହସ୍ରନାମ ପାଠ, ଶ୍ରୀ ସୁକ୍ତ ପାଠ ଓ ଯଜ୍ଞ ଆଦି କରିବା ଉଚିତ୍।

ଦାନ: ମାଘ ମାସରେ ଗୁଡ଼, ରାଶି ଏବଂ କମ୍ବଳ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏମିତି କରିବା ଦ୍ୱାରା ରୋଗର ନାଶ ହୋଇଥାଏ। ଏହା ବ୍ୟତୀତ ଏହି ମାସରେ ଅନ୍ନ ଦାନ କରିବା ଦ୍ୱାରା ବି ଧନର ଅଭାବ ରହି ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.