Below header

ଟୟୋଟା ଲଞ୍ଚ କଲା Rumion ର ନୂଆ ଅଟୋମେଟିକ୍‌ ଭାରିଆଣ୍ଟ, ଜାଣନ୍ତୁ ଦାମ୍‌

Toyota Rumionର ସମସ୍ତ ଭାରିଆଣ୍ଟରେ ସେଫ୍ଟି ପାଇଁ ଅନେକ ଫିଚର ଷ୍ଟାଣ୍ଡାର୍ଡ ଦିଆଯାଇଛି । ଏଥିରେ ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍‌, ହିଲ୍‌ ହୋଲ୍ଡ ଆସିଷ୍ଟ , ଆଇସୋଫିକ୍ସ ଚାଇଲ୍ଡ ସିଟ୍ ମାଉଣ୍ଟ, ସିଟ୍ ବେଲ୍ଟ ରିମାଇଣ୍ଡର୍ ଏବଂ ରିୟର ପାର୍କିଂ ସେନ୍ସର ଷ୍ଟାଣ୍ଡାର୍ଡ ଭାବେ ଦିଆଯାଇଛି ।

ଟୟୋଟା ନିଜର କମ୍ପାକ୍ଟ MPV Rumion ର ନୂଆ ମିଡ୍‌ ଲେଭଲ୍‌ ଭାରିଆଣ୍ଟ ଲଞ୍ଚ କରିଛି । ଏହି ଭାରିଆଣ୍ଟଟି ହେଉଛି “Toyota Rumion G AT ” । ଏଥିରେ ୬ -ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ଅଛି । ଏହି ନୂଆ ଭାରିଆଣ୍ଟର ଏକ୍ସ ସୋ ରୁମ୍‌ ମୂଲ୍ୟ ୧୩ ଲକ୍ଷ ଟଙ୍କା ରଖାଯାଇଛି, ଯାହା ଏହାର ମାନୁଆଲ୍ ଭାରିଆଣ୍ଟ (G ଟ୍ରିମ୍, ୫ -ସ୍ପିଡ୍ ମାନୁଆଲ୍ ଗିଅରବକ୍ସ) ଠାରୁ ପ୍ରାୟ ୧.୪୦ ଲକ୍ଷ ଟଙ୍କା ଅଧିକ । ତେବେ ଏହା ଟପ୍-ଏଣ୍ଡ୍ ଭାରିଆଣ୍ଟ V AT ଠାରୁ ପ୍ରାୟ ୭୩,୦୦୦ ଟଙ୍କା କମ୍ ରହିଛି । ଏହାର ବୁକିଂ ୧୧,୦୦୦ ଟଙ୍କା ଟୋକେନ୍ ମନି ଠାରୁ ଆରମ୍ଭ ହୋଇଛି । ଏହା ସହିତ କମ୍ପାନୀ ପୁଣିଥରେ Rumion ଇ-ସିଏନଜି ବୁକିଂ କରିବା ଆରମ୍ଭ କରିଛି ।

Toyota Rumion G AT ଭାରିଆଣ୍ଟରେ ଅନେକ ଫିଚର ମିଳିବ ଏଥିରେ ୭-ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍, ଓ୍ଵାୟରଲେସ୍‌ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାରପ୍ଲେ କନେକ୍ଟିଭିଟି, ହାଇଟ୍‌ ଆଡଜଷ୍ଟେବଲ୍‌ ଡ୍ରାଇଭର ସିଟ୍ ଏବଂ ଫ୍ରଣ୍ଟ ସିଟ୍ ବେଲ୍ଟ, ଟୟୋଟା କନେକ୍ଟେଡ୍ କାର୍ ଟେକ୍ନୋଲୋଜି, ଡୁଆଲ୍ ଟୋନ୍ ଫେବ୍ରିକ୍‌ ଅପହୋଲଷ୍ଟ୍ରି, ଡ୍ୟାସବୋର୍ଡ ଏବଂ ଷ୍ଟୋରେଜ୍ ସହିତ ସେଣ୍ଟ୍ରାଲ୍ ସ୍ଲାଇଡିଂ ଆର୍ମରିଷ୍ଟ, ଇଞ୍ଜିନ ପୁସ୍ ଷ୍ଟାର୍ଟ / ଷ୍ଟପ୍ ବଟନ୍, କ୍ଲାଇମେଟ୍‌ କଣ୍ଟ୍ରୋଲ୍‌, ଫ୍ରଣ୍ଟ ଫଗ୍‌ ଲ୍ୟାମ୍ପ, କ୍ରୋମ୍ ଡୋର ହ୍ୟାଣ୍ଡଲ୍ସ, ଡୁଆଲ୍ ଟୋନ୍ ୧୫ ଇଞ୍ଚର ଆଲୋଇ ହ୍ଵିଲ୍ସ ଏବଂ ରିୟର ଓ୍ଵାସର, ୱାଇପର ଏବଂ ଡିଫୋଗର୍ ସାମିଲ ରହିଛି ।

Toyota Rumionର ସମସ୍ତ ଭାରିଆଣ୍ଟରେ ସେଫ୍ଟି ପାଇଁ ଅନେକ ଫିଚର ଷ୍ଟାଣ୍ଡାର୍ଡ ଦିଆଯାଇଛି । ଏଥିରେ ଡୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍‌, ହିଲ୍‌ ହୋଲ୍ଡ ଆସିଷ୍ଟ , ଆଇସୋଫିକ୍ସ ଚାଇଲ୍ଡ ସିଟ୍ ମାଉଣ୍ଟ, ସିଟ୍ ବେଲ୍ଟ ରିମାଇଣ୍ଡର୍ ଏବଂ ରିୟର ପାର୍କିଂ ସେନ୍ସର ଷ୍ଟାଣ୍ଡାର୍ଡ ଭାବେ ଦିଆଯାଇଛି ।

Toyota Rumion ୧.୫ ଲିଟର ନ୍ୟାଚୁରାଲି ଆସ୍ପିରେଟେଡ୍‌ ପେଟ୍ରୋଲ୍‌ ଇଞ୍ଜିନ୍ ସହିତ ଆସିଥାଏ । ଏହି ଇଞ୍ଜିନ୍ ୧୦୩ bhp ପାଓ୍ଵାର ଏବଂ ୧୩୭ Nm ଟର୍କ ଜେନେରେଟ୍‌ କରେ । ଏହାର CNG କିଟ୍ ଭାରିଆଣ୍ଟରେ ଏହି ଇଞ୍ଜିନ୍ ୮୮ bhp ପାଓ୍ଵାର୍‌ ଏବଂ ୧୨୧.୫ Nm ଟର୍କ ଦେଇଥାଏ, କିନ୍ତୁ CNG କିଟ୍ କେବଳ ଆରମ୍ଭ G ଟ୍ରିମ୍ ରେ ମିଳିଥାଏ ।

ଏଥିରେ ଦୁଇଟି ଟ୍ରାନ୍ସମିସନ୍ ଅପ୍ସନ ଅଛି: ୫ -ସ୍ପିଡ୍ ମାନୁଆଲ୍ ଏବଂ ୬-ସ୍ପିଡ୍ ଟର୍କ କନଭର୍ଟର ଅଟୋମେଟିକ୍‌ ମିଳିଥାଏ । Rumionର ଏକ୍ସ-ସୋରୁମ୍ ମୂଲ୍ୟ ୧୦.୪୦ ଲକ୍ଷରୁ ଆରମ୍ଭ ହୋଇ ୧୩.୭୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.