ପିରିୟଡ ସମୟରେ ଗୁରୁବାର ବ୍ରତ ରଖିବା ଠିକ୍ ନା ଭୂଲ? ବ୍ରତ ପୂର୍ବରୁ ଜାଣିନିଅନ୍ତୁ ଏହି ବିଶେଷ କଥା
ଗୁରୁବାର ବ୍ରତ ବହୁତ ଫଳଦାୟୀ ବୋଲି ମାନ୍ୟତା ରହିଛି। ଏହି ବ୍ରତର ସମ୍ପର୍କ ବୃହସ୍ପତି ଦେବଙ୍କ ସହ ରହିଛି। କୁହାଯାଏ ଯେ ଗୁରୁବାର ବ୍ରତରେ ଭଗବାନ ବିଷ୍ଣୁ ଏବଂ ବୃହସ୍ପତି ଗ୍ରହଙ୍କ କୃପା ମିଳିଥାଏ। ଏହାସହିତ ଜୀବନରେ ସମ୍ପନ୍ନତା ଆସିଥାଏ। ଖାଲି ଏତିକି ନୁହେଁ ଏହି ବ୍ରତରେ ସନ୍ତାନ ଏବଂ ବିବାହ ସହ ଜଡିତ ସମସ୍ୟା ମଧ୍ୟ ଦୂର ହୋଇଥାଏ। କୁହାଯାଏ ଯେ ଗୁରୁବାର ବ୍ରତରେ କିଛି ବି ତୃଟି ହେଲେ ବ୍ରତର ଫଳ ମିଳିନଥାଏ। ଏମିତିରେ ଜାଣିବା ବହୁତ ଜରୁରୀ ଯେ ପିରିୟଡ୍ ବା ମାସିକ ଧର୍ମ ସମୟରେ ବ୍ରତ ରଖିବା ଉଚିତ ନା ନୁହେଁ। ଏହାସହିତ ଆସନ୍ତୁ ଜାଣିବା ଏହି ସମୟରେ କେଉଁ କଥା ଉପରେ ବିଶେଷ ଭାବରେ ଧ୍ୟାନ ରଖିବା ଜରୁରୀ।
ପିରିୟଡ୍ ସମୟରେ ବ୍ରତ ରଖିବା ଉଚିତ ନା ନୁହେଁ?
ଗୁରୁବାର ବ୍ରତରେ ଶୁଦ୍ଧତାର ବିଶେଷ ଧ୍ୟାନ ରଖାଯାଏ। ଏମିତିରେ ମହିଳାମାନେ ପିରିୟଡ ବା ମାସିକ ଧର୍ମ ସମୟରେ ଗୁରୁବାର ବ୍ରତ ରଖିବା ଅନୁଚିତ। ଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ ମାସିକ ଧର୍ମରେ ଶରୀର ଅଶୁଦ୍ଧ ରହିଥାଏ। ଏଥିପାଇଁ ଏହି ସମୟରେ କୌଣସି ପ୍ରକାର ବ୍ରତ କରାଯାଏନାହିଁ। ଏହାଛଡା ପିରିୟଡର ସାତ ଦିନ ଭିତରେ ଦେବୀ-ଦେବତାଙ୍କ ପୂଜା ମଧ୍ୟ ନିଷେଧ ରହିଛି। ଏମିତିରେ ଗୁରୁବାର ବ୍ରତରେ ମଧ୍ୟ ଏହି କଥାକୁ ଖାସ୍ ଧ୍ୟାନ ରଖିବା ଉଚିତ।
ଗୁରୁବାର ବ୍ରତରେ ରଖନ୍ତୁ ଏହି ଖାସ୍ ଧ୍ୟାନ
ଗୁରୁବାର ବ୍ରତ କରୁଥିବା ବ୍ୟକ୍ତି ଭୁଲରେ ବି କେଶ ଏବଂ ନଖକୁ କାଟିବା ଅନୁଚିତ। କାହିଁକିନା ଏମିତି କରିବା ଦ୍ୱାରା ବ୍ରତର ଫଳ ମିଳିନଥାଏ। ଏହାସହିତ ଗୁରୁବାର ବ୍ରତରେ କେଶ କିମ୍ବା ଘର ଧୋଇବା ମଧ୍ୟ ଅନୁଚିତ। ଗୁରୁବାର ଦିନ ଘରୁ ମଇଳା ବାହାରକୁ ବାହାର କରନ୍ତୁନାହିଁ। କେବଳ ଏତିକି ନୁହେଁ ଗୁରୁବାର ବ୍ରତରେ ଲୁଣର ସେବନ କରିବା ମଧ୍ୟ ନିଷେଧ ବୋଲି ଧରାଯାଇଛି।
ଶୀଘ୍ର ବିବାହ ଏବଂ ସନ୍ତାନ ପାଇଁ କଣ କରିବେ?
ଶୀଘ୍ର ବିବାହ ଏବଂ ସନ୍ତାନ ପ୍ରାପ୍ତି ପାଇଁ ବୃହସ୍ପତିବାର ବା ଗୁରୁବାର ଦିନ ବ୍ରତ ରଖନ୍ତୁ। ସକାଳୁ ସ୍ନାନ ସାରିବା ପରେ ସୂର୍ଯ୍ୟଙ୍କୁ ହଳଦୀ ମିଶା ଜଳ ଅର୍ପଣ କରନ୍ତୁ। ଏହାପରେ ହଳଦୀର ମାଳରେ ବୃହସ୍ପତିଙ୍କ ମନ୍ତ୍ର (ଓଁ ବୃଂ ବୃହସ୍ପତୟେ ନମଃ) ଜପ କରନ୍ତୁ।
ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ମାନ୍ୟତା ଉପରେ ଆଧାରିତ।