Categories: ସ୍ପେଶାଲ

IIT ବମ୍ବେ ହଷ୍ଟେଲ ଭିତରେ ପଶିଲା ଗାଈ, ଚୋବାଇ ଖାଇଗଲା ବହି

ଆଇଆଇଟି ବମ୍ବେ ପୁଣି ଥରେ ରହିଛି ଚର୍ଚ୍ଚାରେ ଏବଂ ଏଥର ମଧ୍ୟ ଗାଈ ପାଇଁ ଚର୍ଚ୍ଚାରେ ରହିଛି। ଗୋଟେ ଗାଈକୁ ଆଇଆଇଟିର ହଷ୍ଟେଲ ଭିତରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ହଷ୍ଟେଲ ଭିତରେ ରଖାଯାଇଥିବା ବହିକୁ ସେ ଚୋବାଉଥିଲା।

ସୋସିଆଲ ମିଡିଆରେ ଏକ ଗାଈର ଫଟୋ ଭାଇରାଲ ହେଉଛି। କୁହାଯାଉଛି ଯେ ଆଇଆଇଟି ବମ୍ବେର ତିନି ନମ୍ବର ହଷ୍ଟେଲରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ଲୋକମାନେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି ଏହି ଫଟୋରୁ ଜଣାପଡୁଛି ଆଇଆଇଟି ବମ୍ବେର ସ୍ଥିତି କେମିତି। ସେ ଆଉ ଗୋଟେ ଫଟୋ ସେୟାର କରି ପ୍ରଶ୍ନ କରିଛନ୍ତି କଣ ଆଇଆଇଟି ବମ୍ବେରେ ଗାଈଙ୍କ ପାଇଁ ଅଲଗା କୋଟା ଦିଆଯାଇଛି।

ଏହାସହ ପଢନ୍ତୁ : ଆରେ ମଣିଷ ପିମ୍ପୁଡି ଠାରୁ କିଛି ତ ଶିଖ ! ଭିଡିଓରୁ ଦେଖନ୍ତୁ ଏକତାର ପାଓ୍ଵାର

ଏହାପୂର୍ବରୁ ଜୁଲାଇରେ ମଧ୍ୟ ଗାଈ ଆଇଆଇଟି ବମ୍ବେର କ୍ଲାସରୁମରେ ପଶିଯାଇଥିଲା। ସେତେବେଳର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣା ପରେ ମ୍ୟାନେଜମେଣ୍ଟ ଏହି ମାମଲାକୁ ଦେଖିବା ପାଇଁ ଏକ କମିଟି ଗଠନ କରିଥିଲେ। କେବଳ ଏତିକି ନୁହେଁ ସେହି ଗାଈଟି ଜଣେ ଇଣ୍ଟର୍ଣ୍ଣ ଛାତ୍ରଙ୍କୁ ଆହତ କରିଦେଇଥିଲେ। ଭିଡିଓକୁ ଦେଖିଲା ପରେ ଲୋକମାନେ କହିଥିଲେ ଯେ ଗାଈଟି ଜେଇଇ ପାସ୍‌ କରିଦେଲା।

Pritiparna

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

2 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

15 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

18 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

38 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago