ସ୍ପେଶାଲ

ଭାରତର ଏହି ସବୁ ସହରରେ ୯ ବର୍ଷ ଯାଏ କମି ଯାଉଛି ଆୟୁଷ , ଏହା ବିଶ୍ୱ ହାରାହାରି ଆୟୁଷର ୪ ଗୁଣା ଅଧିକ

ନୂଆଦିଲ୍ଲୀ : ବାୟୁ ପ୍ରଦୂଷଣ ବଢ଼ିବା ସହ ପ୍ରତି ବର୍ଷ ଏଥିପାଇଁ ହେଉଥିବା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି । ଦକ୍ଷିଣ ଏସିଆ ଦେଶ,ଖାସ କରି ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କ ଜୀବନ, ଏଚଆଇଭି, ଏଡ୍ସ, ସିଗାରେଟ-ମଦ ପିଇବା ଏପରି କି ଆତଙ୍କବାଦୀଙ୍କ ଠାରୁ ବି ଅଧିକ ପ୍ରଭାବିତ ।

ୟୁନିଭରସିଟି ଅଫ୍‌ ଶିକାଗୋର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ୨୦୨୨ ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଜୀବନ ଧାରଣ ହାର ୨.୨ ବର୍ଷ କମିଯାଇଛି । ହେଲେ ଭାରତରେ ଏହି ଜୀବନ ଧାରଣ ହାର ଏହା ଠାରୁ ପ୍ରାୟ ୪ ଗୁଣ ଅଧିକ କମିଯାଇଛି । ବିଶେଷ କରି ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ବିହାରରେ ଜୀବନ ଧାରଣ କ୍ଷମତା ବା ଆୟୁଷ ୯ ବର୍ଷ କମିଯାଇଛି ।

ଖାଲି ସେତିକି ନୁହେଁ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧ ଲକ୍ଷ ୨୫ ହଜାର ଶିଶୁଙ୍କ ମୃତ୍ୟୁ ହେଉଛି । ଯଦି ବିକଶିତ ଦେଶ ଏହାକୁ କମାଇବା ପାଇଁ ଚେଷ୍ଟା କରେ, ତେବେ ସବୁଠୁ ପ୍ରଭାବିତ ଦେଶରେ ଆୟୁଷ ପ୍ରାୟ ୭ ବର୍ଷ ବଢ଼ିଯିବ । ଚଳିତ ବର୍ଷ ଦିଲ୍ଲୀର ବାୟୁ ମାନ ଗତ ୫ ବର୍ଷ ତୁଳନାରେ ସବୁଠୁ ଅଧିକ ଖରରାପ ଥିବା ଜଣାଯାଇଛି ।

ଶିଶୁ ପ୍ରଭାବିତ ହେବା ସହ ପ୍ରଜନନ କ୍ଷମତା ବି ହ୍ରାସ ପାଉଛି

ଦିଲ୍ଲୀ ଭଳି ସହରରେ ପ୍ରଦୂଷଣ ଯୋଗୁ ପ୍ରତି ୩ ଜଣ ଶିଶୁଙ୍କ ମଧ୍ୟରେ ଜଣେ ଆସ୍ଥମା ରୋଗରେ ପୀଡିତ । ଏଥିପାଇଁ ଶ୍ୱାସ ନେବାରେ କଷ୍ଟ, ଫୁସଫୁସରେ ଅସୁବିଧା ସହ କ୍ୟାନ୍ସର ମଧ୍ୟ ବଢ଼ୁଛି । ଏବେ ଶିଶୁଙ୍କ ମଧ୍ୟରେ ମଧ୍ୟ ଆସ୍ଥମା ଓ ବ୍ରୋଙ୍କାଇଟିଜ ସମସ୍ୟା ବଢ଼ିବାରେ ଲାଗିଛି ।

କେବଳ ଦକ୍ଷିଣ ଏସିଆରେ ୫୨% ଜୀବନ କମ ହେବାରେ ଲାଗିଛି

ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ୨୦୨୨ ରେ କୁହାଯାଇଛି, ଦୁନିଆରେ ବାୟୁ ପ୍ରଦୂଷଣ ଏକ ମହାମାରୀ ଭାବରେ ବଢ଼ୁଛି । ଏହାର ସବୁଠୁ ବଡ଼ ପ୍ରଭାବ ଦକ୍ଷିଣ ଏସିଆରେ ପଡିଛି । ଏଠାରେ ବିଶ୍ୱର ଏକ ଚତୁର୍ଥାଂଶ ଲୋକେ ରୁହନ୍ତି । ଏକ ରିପୋର୍ଟରେ କୁହାଯାଇଛି, ବିଶ୍ୱରେ ଯେତେ ଲୋକଙ୍କ ଜୀବନ ପ୍ରତ୍ୟାଶା କମିଯାଉଛି,ସେଥିରେ ୫୨ ପ୍ରତିଶତ କେବଳ ଦକ୍ଷିଣ ଏସିଆର ଲୋକ ବୋଲି ଜଣାଯାଇଛି ।

ରିପୋର୍ଟ ଅନୁଯାୟୀ ପିଏମ ୨.୫ ସ୍ତରରେ ଯେତେ ସୁଧାର ଆସିଲେ ଲୋକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ଓ ସେମାନଙ୍କର ଜୀବନ ଦୀର୍ଘାୟୁ ହେବ । ଭାରତରେ ଯଦି ବାୟୁ କ୍ୱାଲିଟିରେ ସୁଧାର ଆସିବ ତେବେ ଲୋକଙ୍କ ଆୟୁ ୫ ବର୍ଷ ବଢ଼ିଯିବ । ସେହିପରି ବାଂଲାଦେଶରେ ୬.୯ ବର୍ଷ, ପାକିସ୍ତାନରେ ୩.୭୫ ବର୍ଷ, ଚୀନରେ ୨.୫ ବର୍ଷ, ନାଇଜେରିଆରେ ୧.୮ ବର୍ଷ,ଇଣ୍ଡୋନେସିଆରେ ୧.୨ ବର୍ଷ,ବ୍ରାଜିଲରେ ୦.୫ ବର୍ଷ ଓ ଆମେରିକାରେ ୦.୨ ବର୍ଷ ଯାଏ ବଢ଼ିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

୮ ବର୍ଷରେ ବଢ଼ିଥିବା ପ୍ରଦୂଷଣରେ ୪୪ ପ୍ରତିଶତ ଭାରତର

ସାରା ବିଶ୍ୱରେ ୨୦୧୩ ରୁ ଯେତେ ପ୍ରଦୂଷଣ ବଢ଼ିଛି,ସେଥିରେ ୪୪ ପ୍ରତିଶତ ଭାଗ କେବଳ ଭାରତର ରହିଛି । ପ୍ରଦୂଷଣ ଯୋଗୁ ବିଶ୍ୱରେ ୪.୭ ଲକ୍ଷ ନବଜାତଙ୍କ ମୃତ୍ୟୁ ହେଉଥିବା ବେଳେ ଭାରତରେ କେବଳ ୧୦୦ ପ୍ରତିଶତ ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି ।

Niharanjan

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

20 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

30 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

42 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

49 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

50 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago