ସ୍ପେଶାଲ

ମଣିଷ ପୂର୍ବରୁ କେଉଁ ଜିନିଷ ସଂପର୍କରେ ଆସିବେ ଏଲିଅନ୍ସ, ଜାଣନ୍ତୁ କଣ କହିଛନ୍ତି ହାଓ୍ଵର୍ଡ଼ ୟୁନିଭର୍ସିଟି ପ୍ରଫେସର

ମହାକାଶ ଅନେକ ରହସ୍ୟରେ ଭରି ରହିଛି । ମଣିଷ ପାଇଁ ଏଲିଅନ୍ସ ଏବଂ ସେମାନଙ୍କ ଦୁନିଆ ସର୍ବଦା ରହସ୍ୟମୟ ହୋଇରହିଛି । ଅନେକ ସମୟରେ ଏଲିଅନ୍ସକୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଇଛି । ସେହିପରି ବୈଜ୍ଞାନିକମାନେ ମହାକାଶରେ ଜୀବନ ରହିଛି କି ନାହିଁ ତାର ସନ୍ଧାନ କରୁଛନ୍ତି । କିନ୍ତୁ ଆଜି ମଧ୍ୟ ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ମହାକାଶରେ ପ୍ରକୃତରେ ଏଲିଅନ୍ସ ଅଛନ୍ତି କି? ଯଦି ଏଲିଅନ୍ସ ସତରେ ଅଛନ୍ତି, ତେବେ ମଣିଷ ସେମାନଙ୍କ ସହ କେବେ ଯୋଗାଯୋଗ କରିବେ । ଏହି ଏଲିଅନ୍ସ ସହ ଯୋଗାଯୋଗ ସମ୍ପର୍କରେ ହାଓ୍ଵର୍ଡ଼ ୟୁନିଭର୍ସିଟିର ପ୍ରଫେସର କିଛି ଭିନ୍ନ ମତ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଯଦି ଭବିଷ୍ୟତରେ ଏଲିଅନ୍ସଙ୍କ ସହ କୌଣସି ଯୋଗାଯୋଗ ହେଉଛି, ତେବେ ଏହା ମଣିଷଙ୍କ ପୂର୍ବରୁ AI ସହ ଯୋଗାଯୋଗ କରିବ ।

ଆମେରିକା ସମେତ ଅନେକ ଦେଶରେ ଅନଆଇଡେଣ୍ଟିଟିଫାଏଡ ଅବଜେକ୍ଟ ଅର୍ଥାତ UFO ଦେଖାଯିବାର ବାରମ୍ବାର ଦାବି ରହିଛି । କିନ୍ତୁ ଏହାକୁ ନେଇ କୌଣସି ବାସ୍ତବତା ପ୍ରକାଶ ପାଇ ନାହିଁ । ତେବେ ହାଓ୍ଵର୍ଡ ୟୁନିଭର୍ସିଟିର ଜ୍ୟୋତିର୍ବିଜ୍ଞାନ ପ୍ରଫେସର ଆଭି ଲୋଏବ କହିଛନ୍ତି ଯେ, ଏଲିଅନ୍ସମାନଙ୍କ ଇଣ୍ଟେଲିଜେନ୍ସ ମଣିଷମାନଙ୍କ ତୁଳନାରେ ବହୁତ ଅଧିକ ରହିଥାଏ । ମଣିଷଙ୍କ ପୂର୍ବରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ସହ ଯୋଗାଯୋଗ କରିବାରେ ଏଲିଅନ୍ସମାନେ ସଫଳ ହେବେ ବୋଲି ଆଭି ଲୋଏବ ଦାବି କରିଛନ୍ତି ।

ସେ ତାଙ୍କ God Vs Aliens ଡକ୍ୟୁମେଣ୍ଟ୍ରିରେ କହିଛନ୍ତି ଯେ, ଇଟରଷ୍ଟେଲର ଜର୍ଣ୍ଣିିର୍ ମଣିଷ ମାନଙ୍କ ଅପେକ୍ଷା ଇଲେକ୍ଟ୍ରୋନିକକ୍ସ ଗ୍ୟାଜେଟମାନଙ୍କ ସହ ଭଲ ଭାବେ ଯୋଗଯୋଗ ହୋଇ ପାରିବ । କାରଣ ଏହାର ଦୂରତା ଅଧିକ ହୋଇଥାଏ, ଯାହା ନିକଟରେ ପହଞ୍ଚିବା ପାଇଁ ବହୁତ ସମୟ ଲାଗିଥାଏ । ଏପରିକି ଯଦି ନିକଟତର ତାରା କଥା କୁହାଯାଏ, ତେବେ ଏହା ନିକଟରେ ପହଞ୍ଚିବା ପାଇଁ ପାଖାପାଖି ୫୦ ହଜାର ବର୍ଷ ଲାଗିବ । ମଣିଷ ଏତେ ଦିନ ପର୍ଯ୍ୟନ୍ତ ରହିବା ସମ୍ଭବ ହୋଇନଥିବାବେଳେ AI ସ୍ଥାୟୀ ରହି ପାରିବ । ହଜାର ହଜାର ବର୍ଷ ପରେ ମଧ୍ୟ ଏହାକୁ ପୁଣି ସଂଯୋଗ କରାଯାଇ ପାରିବ । ଏଥିପାଇଁ ମଣିଷ ମାନଙ୍କ ପୂର୍ବରୁ ଏଲିଅନ୍ସମାନେ AI ସହ ଯୋଗାଯୋଗ କରି ପାରିବେ ।

ଏହି କାରଣ ଯୋଗୁଁ ନାସା ସହ ସମଗ୍ର ଦୁନିଆର ସ୍ପେସ ଏଜେନ୍ସି ଗୁଡ଼ିକ ଗତ କିଛି ବର୍ଷ ଧରି ଆକାଶଗଙ୍ଗା ଏବଂ ତାରାମାନଙ୍କର ଚାର୍ଟ କରିବାରେ ଏବଂ ଅନ୍ୟ ଗ୍ରହମାନଙ୍କୁ ରୋବଟ ପଠାଇବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି । ଲୋଏବ ଆଶା କରିଛନ୍ତି ଯେ, ଯଦି ମହାକାଶରେ ଏଲିଅନ୍ସ ରହିଛନ୍ତି ଏବଂ ସେମାନେ ପୃଥିବୀ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବେ ତେବେ ସେମାନେ ପ୍ରଥମେ AI ସହ ଯୋଗାଯୋଗ କରିବେ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago