ସ୍ପେଶାଲ

ବିମାନ ଯାତ୍ରା ବେଳେ ଘଟିଲା ଅଘଟଣ, ଭୟରେ ଥରିଲେ ସମସ୍ତ ଯାତ୍ରୀ

ବିମାନ ଦୁର୍ଘଟଣାକୁ ନେଇ ପ୍ରତ୍ୟେକ ଦିନ ଅନେକ ଖବର ସାମ୍ନାକୁ ଆସୁଛି । ତେଣୁ ବିମାନରେ ଯାତ୍ରା କରିବା ସମୟରେ ଅନେକ ଜରୁରୀ ଜିନିଷକୁ ଧ୍ୟାନରେ ରଖାଯାଏ । ଥରେ ଭାବନ୍ତୁ ତ ଆପଣ ବିମାନରେ ଯାତ୍ରା କରୁଥିବେ ଏବଂ ହଠାତ ବିମାନର ଝରକା ମଝି ଆକାଶରେ ଉଡ଼ିଯିବ । ଆପଣ କଣ କରିବେ । ମଝି ଆକାଶରେ ଏଭଳି ଅଘଟଣ ଘଟିଲେ ଆପଣ ହୁଏତ ବ୍ୟସ୍ତ ହୋଇପଡ଼ିବେ । ତେବେ ଦର୍ଶକବନ୍ଧୁ ଏଭଳି ଏକ ଘଟଣା ସତରେ ଘଟିଛି । ଏକ ବିମାନ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ ଭିତରେ ହିଁ ବିମାନର ଝରକା ଉଡ଼ି ଯାଇଥିଲା । ବିମାନରେ ବସିଥିବା ଯାତ୍ରୀଙ୍କ ଅବସ୍ଥା ଯେ କଣ ହୋଇଥିଲା ତାହା ନ କହିବା ଭଲ । ଭୟରେ ଥରୁଥାନ୍ତି ସମସ୍ତ ଯାତ୍ରୀ ।

ଆମେରିକାରେ ଏଭଳି ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି, ପୂରା ଘଟଣା ବିଷୟରେ ଜାଣିଲେ ଆପଣ ବି ଚମକି ପଡ଼ିବେ । ମିଡିଆ ରିପୋର୍ଟ ଅନୁଯାୟୀ ଆଲାସ୍କା ଏୟାରଲାଇନ୍ସର ବିମାନର ଝରକା ଏବଂ କବାଟ ମଝି ଆକାଶରେ ହିଁ ଉଡ଼ି ଯାଇଥିଲା । ଏହା ପରେ ବିମାନଟି କୌଣସି ପ୍ରକାରେ ଓରେଗନ୍ ସହରରେ ଜରୁରୀକାଳୀନ ଅବତରଣ କରିଥିଲା ।

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିମାନରେ ହେଉଥିବା ଏହି ଘଟଣାକୁ ନିଜ ମୋବାଇଲରେ କଏଦ କରିବା ସହ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି । ଯାତ୍ରୀଙ୍କ ସିଟ୍ ପାଖରେ ଥିବା ଝରକା ହିଁ ମଝି ଆକାଶରେ ଉଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଆଲାସ୍କା ଏୟାରଲାଇନ୍ସ ଏହି ଘଟଣାର କାରଣ ଅନୁସନ୍ଧାନ କରୁଛି । ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା ।

ଆଲସ୍କା ଏୟାରଲାଇନ୍ସ ଏକ୍ସରେ ପୋଷ୍ଟ କରି କହିଛି ଯେ ‘ପୋର୍ଟଲ୍ୟାଣ୍ଡରୁ ଆଣ୍ଟାରିୟୋ ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପରେ ପରେ ଆଜି ସନ୍ଧ୍ୟାରେ ‘ଏଏସ୍୧୨୮୨’ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୭୧ଜଣ ଯାତ୍ରୀ ଓ ୬ଜଣ ପରିଚାରକ ଥିବା ଉକ୍ତ ବିମାନଟି ନିରାପଦରେ ଫେରିଆସି ପୋର୍ଟଲ୍ୟାଣ୍ଡ୍ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି । ଘଟଣା ସମ୍ପର୍କରେ ଆମେ ତଦନ୍ତ କରୁଛୁ । ଅଧିକ ସୂଚନା ମିଳିଲେ ତୁରନ୍ତ ସବସ୍ତଙ୍କୁ ଅବଗତ କରାଯିବ ।

ଅପରାହ୍ଣ ୪.୫୨ରେ ବିମାନଟି ପୋର୍ଟଲାଣ୍ଡରୁ କାଲିଫର୍ଣ୍ଣିଆ ଅନ୍ତର୍ଗତ ଅଣ୍ଟାରିଓ ଅଭିମୁଖେ ଯାତ୍ରା କରୁଥିଲା । କିନ୍ତୁ ସନ୍ଧ୍ୟା ୫.୩୦ ମିନିଟ୍‌ ପୂର୍ବରୁ ହିଁ ଏହା ଫେରି ଆସିଥିଲା । ତଥ୍ୟ ଅନୁଯାୟୀ ଉଡ଼ାଣ ଭରିବା ପରେ ବିମାନଟି ୧୬,୦୦୦ ଫୁଟ ଉଚ୍ଚକୁ ଉଠିଥିଲା ଏବଂ ପରେ ତଳକୁ ଓହ୍ଲାଇବା ଆରମ୍ଭ କରିଥିଲା । ଜଣେ ଯାତ୍ରୀ ଭାଇରାଲ କରିଥିବା ଭିଡିଓରୁ ଜଣାପଡିଛି ଯେ ବିମାନର ଏକ ବଡ଼ ଅଂଶ ନିଖୋଜ ରହିଛି ।

ତେବେ ଏଭଳି ଦୁର୍ଘଟଣା ଘଟିବା ପରେ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଏୟାରଲାଇନ୍ସର ଏଭଳି ଅବହେଳା ସସସ୍ତଙ୍କୁ ଚିନ୍ତାରେ ପକାଇଛି । ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଯାଞ୍ଚ କଣ ପାଇଁ ହୋଇନଥିଲା ଏଭଳି ପ୍ରଶ୍ନ ଉଠିଛି ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago