ରାଜ୍ୟ

ଲୋକଙ୍କ ଜୀବନକୁ ବାଜି ମାରି ମାଲାମାଲ ହେଉଛନ୍ତି ମାଲିକ, ବେଆଇନ ଭାବେ କରୁଛନ୍ତି ପର୍ଯ୍ୟଟନ କ୍ଷେତ୍ର

ଲୋକଙ୍କ ଜୀବନକୁ ବାଜି ଲଗାଇ ମାଲାମାଲ ହେଉଛନ୍ତି ମାଲିକ। ବେଆଇନ ଭାବରେ ନୌବିହାର ଓ ପ୍ରକୃତି ଦେଖାଇବା ପାଇଁ କରୁଛନ୍ତି ଷଡ଼ଯନ୍ତ୍ର । ହାଣ୍ଡି ଓ ବାଉଁଶ ସାଜିଥିଲା ନୌବିହାର ଉପକରଣ । ବିନା କୌଣସି ସୁରକ୍ଷାରେ ନୌବିହାର କରି ଲୁଟୁଥିଲେ ପର୍ଯ୍ୟଟକଙ୍କୁ। ପ୍ରଚାର ପାଇଁ ସୋସିଆଲ ମିଡ଼ିଆକୁ କରିଥିଲେ ସାହାରା । କିନ୍ତୁ ଭେଳାଟି ଭାଙ୍ଗିଗଲା ଆଉ ବୁଡିଗଲେ ପର୍ଯ୍ୟଟକ।

ବର୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ନିଳଗିରିରେ ବିଭିନ୍ନ ସ୍ଥାନରେ ଖୋଲାଯାଇଛି ବେଆଇନ ପର୍ଯ୍ୟଟନ ସ୍ଥଳୀ । କୁଳଡିହା ଅଭୟାରଣ୍ୟରେ ଥିବା ସିଆଡିମାଳ ପଞ୍ଚାୟତ ବାବନ୍ଧ ଏବଂ ଏହା ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ନିର୍ମିତ ବୁଗାଳି ବନ୍ଧ ନିକଟରେ ଥିବା ଏକ ଟାପୁରେ କୁମ୍ଭକ୍ଷେତ୍ର ନାମରେ ଏକ ରିସର୍ଟ ପ୍ରତିଷ୍ଠା କରାଯାଇଛି। କୁମ୍ଭକାର ବହୁଳ ଅଞ୍ଚଳରେ ଏକ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି କରି ଲୋକଙ୍କ ଜୀବନକୁ ବାଜି ମାରି ମାଲାମାଲ ହେଉଛନ୍ତି ମାଲିକ। ପର୍ଯ୍ୟଟକଙ୍କ ପାଇଁ ନୌବିହାରର ବ୍ୟବସ୍ତା କରାଯାଇଛି। ଏଥି ପାଇଁ ପର୍ଯ୍ୟଟକ ମାନଙ୍କ ପାଇଁ ମାଟି ହାଣ୍ଡିରେ ନିର୍ମିତ ହାଣ୍ଡି ଭେଳା କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ମୁଣ୍ଡ ପିଛା ୨୦ ଟଙ୍କା ଆଦାୟ କରାଯାଉଛି । ଇକୋ ଟୁରିଜିମ୍ ନିର୍ମାଣ କରି ରାତ୍ର ରହଣି ପାଇଁ ଟେଣ୍ଡ ଓ ଏକ ହୋଟେଲ ଖୋଲାଯାଇଛି । ଗତ ଡିସେମ୍ବର ୫ ତାରିଖ ଦିନ ଏହି କୁମ୍ଭକ୍ଷେତ୍ର ଠାରେ ମାଟିହାଣ୍ଡି ଭେଳାରେ ୫ ଜଣ ପର୍ଯ୍ୟଟକ କୁମ୍ଭକ୍ଷେତ୍ରକୁ ବୁଲିବାକୁ ଯାଉଥିବା ବେଳେ ଭେଳାର ହାଣ୍ଡି ଭାଙ୍ଗି ଯାଇଥିଲା ଫଳରେ ପାଣି ଭିତରେ ବୁଡ଼ି ଯାଇଥିଲେ ପର୍ଯ୍ୟଟକ। ତେବେ ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ପର୍ଯ୍ୟଟକ ମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସମାନ ପରିସ୍ଥିତି ନୂଆ ବର୍ଷ ଦିନ ଘଟିଛି । ନୂଆ ବର୍ଷ ଛୁଟି ଦିନ ଥିବରୁ ବହୁ ପର୍ଯ୍ୟଟକ କୁମ୍ଭକ୍ଷେତ୍ର ବୁଲିବାକୁ ଆସିଥିଲେ। ଭେଳାରେ ୧୫ ରୁ ଅଧିକ ପର୍ଯ୍ୟଟକ କୁମ୍ଭକ୍ଷେତ୍ରକୁ ଯାଉଥିବା ସମୟରେ ଭେଳା ତଳେ ଥିବା ହାଣ୍ଡି ଭାଙ୍ଗି ଯିବାରୁ,ଭେଳାରୁ ପର୍ଯ୍ୟଟକ ମାନେ ପାଣିରେ ପଡ଼ିଯାଇ ଥିଲେ। ପର୍ଯ୍ୟଟକ ମାନେ ପାଣିରେ ଉବୁଟୁବୁ ହେଉଥିବା ବେଳେ ୫ ଜଣ କୁନି ପିଲାଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଦୁଃଖର ବିଷୟ ଭେଳାରେ ପାର ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନଥିଲା ।

ଯଦି କେହି ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥାନ୍ତେ, ତେବେ ଏଥିପାଇଁ ଦାୟୀ କିଏ ହୋଇଥାନ୍ତା ବୋଲି ପର୍ଯ୍ୟଟକ ମାନେ ପ୍ରଶ୍ନ କରିଛନ୍ତି । ତେବେ ଏ ଘଟଣା ପରେ କୁମ୍ଭକ୍ଷେତ୍ର ମାଲିକଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ସୁଦ୍ଧା ଫୋନ୍ ସ୍ୱିଚ ଅଫ କରି ମାଲିକ ଫେରାର ହୋଇଯାଇଥିଲେ। ତେବେ ଏହି ପର୍ଯ୍ୟଟନ ସ୍ଥଳୀଟି ଆଇନଗତ ନା ବେଆଇନ ଭାବେ କରାଯାଇଛି ତାହା ସ୍ଥାନୀୟ ଲୋକେମାନେ ଜାଣି ନଥିବା କହିଛନ୍ତି ।

ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କହିଥିଲେ ଯେ ମୁଁ ସେଠାକୁ କେବେ ଯାଇ ନାହିଁ ଏକ ବ୍ୟକ୍ତିଗତ ଜମିକୁ ଲିଜ ସୂତ୍ରରୁ ନେଇ ଉକ୍ତ ସ୍ଥାନକୁ କୁମ୍ଭକ୍ଷେତ୍ର କରାଯାଇଛି ବୋଲି ମୁଁ ଜାଣିବାକୁ ପାଇ ଘଟଣା ସ୍ଥଳକୁ ତହସିଲଦାର ପୋଲିସ ଓ ବିଡିଓଙ୍କୁ ପଠାଇଥିଲି। ତଦନ୍ତ ରିପୋର୍ଟ ଆସିଲେ ଏଭଳି ଘଟଣା ପାଇଁ ଯେଉଁ ମାନେ ଦାୟୀ ହେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ପର୍ଯ୍ୟଟକ ମାନଙ୍କ ଜୀବନ ପ୍ରତି ଖେଳ ଖେଳିବା ଓ ବିପଦ ପୂର୍ଣ୍ଣ ଏହି ଭେଳାକୁ କୁମ୍ଭକ୍ଷେତ୍ର ରୁ ହଟାଇବା ନିମନ୍ତେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ତେବେ ଏ ଘଟଣା ପ୍ରତି ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago