Image Credit: Twitter/susantananda3
ପିଲାବେଳେ ଆମେ ସମସ୍ତେ ଚତୁର କାଉ ଗପ ଶୁଣିଛେ। କାଉଟି ପାଣି ପିଇବାକୁ ବୁଦ୍ଧି ଖର୍ଚ୍ଚ କରି ବାଲଟିରେ ଗୋଡ଼ି ପକାଇବାରୁ ପାଣି ଉପରକୁ ଉଠିଥିଲା। ପରେ କାଉ ପାଣି ପିଇଥିଲା ବୋଲି ଆମେ ପଢ଼ିଥିଲେ। କିନ୍ତୁ ଏବେ ସୋସିଆଲ ମିଡିଆରେ ପୁଣି ଏକ କାଉର ଭିଡିଓ ଭାଇରାଲ ହେଉଛି, ଯିଏ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ରାସ୍ତାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ପରିଷ୍କାର କରୁଛି।
ଭିଡିଓଟିକୁ ଆଇଏଫ୍ଏସ୍ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ କାଉଟି ରାସ୍ତାରେ ପଡ଼ିଥିବା ମଇଳାକୁ ଥଣ୍ଟରେ ଉଠାଇ ପାଖରେ ଥୁଆ ହୋଇଥିବା ଏକ ଡଷ୍ଟବିନ୍ରେ ପକାଉଛି। ଥର ଥର କରି ସେ ଆବର୍ଜନାକୁ ଉଠାଇ ଡଷ୍ଟବିନ୍ରେ ପକାଇବାରୁ ଅଞ୍ଚଳଟି ପରିଷ୍କାର ହୋଇଯାଉଛି।
୩୮ ସେକେଣ୍ଡର ଏହି ଭିଡିଓଟିକୁ ୧ ଏପ୍ରିଲରେ ସେୟାର କରାଯାଇଛି। ଏବେ ଯାଏଁ ଏହି ଭିଡିଓକୁ ୩ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ କମେଣ୍ଟ କରିଛନ୍ତି। ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ କ୍ୟାପସନ୍ରେ ଲେଖିଛନ୍ତି, ‘କାଉଟି ଜାଣିଛି ଯେ ଲୋକମାନେ ଲଜ୍ଜାସରମ ଭୁଲିସାରିଲେଣି’। ତେବେ କାଉର ଚତୁରତା ଦେଖି ଲୋକମାନେ ଖୁବ୍ ପ୍ରଶଂସା କରୁଥିବା ଦେଖାଯାଇଛି।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…