ସ୍ୱଚ୍ଛତା ଶିଖାଇଲା କାଉ: ମଣିଷ ବାହାରେ ଫିଙ୍ଗିଥିବା ଆବର୍ଜନାକୁ ଥଣ୍ଟରେ ନେଇ ଡଷ୍ଟବିନ୍‌ରେ ଫିଙ୍ଗିଲା; ଦେଖନ୍ତୁ ଭିଡିଓ

ପିଲାବେଳେ ଆମେ ସମସ୍ତେ ଚତୁର କାଉ ଗପ ଶୁଣିଛେ। କାଉଟି ପାଣି ପିଇବାକୁ ବୁଦ୍ଧି ଖର୍ଚ୍ଚ କରି ବାଲଟିରେ ଗୋଡ଼ି ପକାଇବାରୁ ପାଣି ଉପରକୁ ଉଠିଥିଲା। ପରେ କାଉ ପାଣି ପିଇଥିଲା ବୋଲି ଆମେ ପଢ଼ିଥିଲେ। କିନ୍ତୁ ଏବେ ସୋସିଆଲ ମିଡିଆରେ ପୁଣି ଏକ କାଉର ଭିଡିଓ ଭାଇରାଲ ହେଉଛି, ଯିଏ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିବା ଭଳି ରାସ୍ତାରେ ପଡ଼ିଥିବା ଅଳିଆ ଆବର୍ଜନାକୁ ପରିଷ୍କାର କରୁଛି।

ଦେଖନ୍ତୁ ଭିଡିଓ:

ଭିଡିଓଟିକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ କାଉଟି ରାସ୍ତାରେ ପଡ଼ିଥିବା ମଇଳାକୁ ଥଣ୍ଟରେ ଉଠାଇ ପାଖରେ ଥୁଆ ହୋଇଥିବା ଏକ ଡଷ୍ଟବିନ୍‌ରେ ପକାଉଛି। ଥର ଥର କରି ସେ ଆବର୍ଜନାକୁ ଉଠାଇ ଡଷ୍ଟବିନ୍‌ରେ ପକାଇବାରୁ ଅଞ୍ଚଳଟି ପରିଷ୍କାର ହୋଇଯାଉଛି।

୩୮ ସେକେଣ୍ଡର ଏହି ଭିଡିଓଟିକୁ ୧ ଏପ୍ରିଲରେ ସେୟାର କରାଯାଇଛି। ଏବେ ଯାଏଁ ଏହି ଭିଡିଓକୁ ୩ ହଜାରରୁ ଅଧିକ ଥର ଦେଖାଯାଇଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ କମେଣ୍ଟ କରିଛନ୍ତି। ଭିଡିଓ ସେୟାର କରି ସୁଶାନ୍ତ ନନ୍ଦ କ୍ୟାପସନ୍‌ରେ ଲେଖିଛନ୍ତି, ‘କାଉଟି ଜାଣିଛି ଯେ ଲୋକମାନେ ଲଜ୍ଜାସରମ ଭୁଲିସାରିଲେଣି’। ତେବେ କାଉର ଚତୁରତା ଦେଖି ଲୋକମାନେ ଖୁବ୍‌ ପ୍ରଶଂସା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.