ବୈଜ୍ଞାନିକ ତିଆରି କଲେ ପୋର୍ଟେବଲ ପକେଟ୍‌ ସାଇଜ୍‌ ମେସିନ୍‌, ଯାହା ମାତ୍ର କିଛି ମିନିଟ୍‌ରେ ଚିହ୍ନଟ କରିବ କରୋନା ଭାଇରସ୍‌

ପୁଣିଥରେ କାୟାବିସ୍ତାର କରିବାରେ ଲାଗିଛି କରୋନା। ଗୋଟେ ପଟେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟପଟେ ଏହାର ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି। ସେହିପରି ଏବେ ବୈଜ୍ଞାନିକମାନେ ତୁରନ୍ତ ସଂକ୍ରମଣର ପତ୍ତା ଲଗାଇବା ପାଇଁ ନୂଆ ନୂଆ ଆବିଷ୍କାର ମଧ୍ୟ କରୁଛନ୍ତି।

ଏହି ଧାରାରେ ବୈଜ୍ଞାନିକମାନେ ଏକ ଏଭଳି ପୋର୍ଟେବଲ ପକେଟ ଆକାରର ଟେଷ୍ଟିଂ ଡିଭାଇସ୍‌ ଆବିଷ୍କାର କରିଛନ୍ତି, ଯାହ ମାତ୍ର କିଛି ମିନିଟ୍‌ରେ କରୋନା ଭାଇରସ୍‌କୁ ଚିହ୍ନଟ କରିପାରିବ। କେବଳ ଏତିକି ନୁହେଁ, ଏହି ଡିଭାଇସ୍‌ ମ୍ୟୁଟେସନ୍‌ ଓ ଭ୍ୟାରିଏଣ୍ଟର ପ୍ରସାରକୁ ଟ୍ରାକ୍‌ କରିବା ପାଇଁ ଭାଇରସ୍‌ର ସିକ୍ୟୁଏନ୍ସ ବି କରିପାରିବ।

ରିସର୍ଚ୍ଚରଙ୍କ ମୁତାବକ, ଏହି ଟେଷ୍ଟର ନାମ ଦିଆଯାଇଛି ‘ନିର୍ବାଣ’। ନିର୍ବାଣ ବର୍ତ୍ତମାନ ସମୟରେ କୋଭିଡ୍‌ ୧୯, ଅନ୍ୟ ଭାଇରସ୍‌ ଯଥା-ଇନ୍‌ଫ୍ଲୁଏଞ୍ଜା ଏ, ମାନବ ଏଡେନୋଭାଇରସ୍‌ ଓ ନନ୍‌-ସାର୍ସ-ସିଓବି-୨ ମାନବନ୍‌ କରୋନା ଭାଇରସ୍‌ର ୯୬ ନମୁନାର ପଜିଟିଭ ଓ ନେଗେଟିଭ୍‌ ଟେଷ୍ଟ ପ୍ରସ୍ତୁତ କରିପାରିବ। ଏହି ଡିଭାଇସ୍‌ ମାତ୍ର ୩ ଘଣ୍ଟାରେ ବ୍ରିଟେନ୍‌ ଷ୍ଟେନ୍‌କୁ ମଧ୍ୟ ଚିହ୍ନଟ କରିବାକୁ ସକ୍ଷମ।
ନିର୍ବାଣକୁ ଖୁବ୍‌ଶୀଘ୍ର ବିମାନ ବନ୍ଦର, ସ୍କୁଲ, କଲେଜ୍‌ରେ ର‍୍ୟାପିଡ୍‌ ଟେଷ୍ଟ ପାଇଁ ବ୍ୟବହାର କରିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.