Below header

ଗଞ୍ଜାମ: ପାତ୍ରପୁର ଜୟନ୍ତୀପୁରରୁ ବିରାଟ ଅହିରାଜ ସାପ ଉଦ୍ଧାର

କେନ୍ୟୁଜ୍(ବ୍ୟୁରୋ): ୧୦ ଫୁଟର ଅହିରାଜ ସାପ ଉଦ୍ଧାର। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁରରୁ ଏହି ସାପ ଉଦ୍ଧାର ହୋଇଛି। ଗାଁର ହୃଷୀକେଶ ପାଣିଗ୍ରାହୀଙ୍କ ଘର ବାରିପଟେ ବିରାଟ ସାପକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।

king cobra 2

ଖବର ପାଇ ସମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ରଜତ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ସାପଟି ଘର ପଛପଟେ ଥିବା କେନାଲକୁ ପଳାଇ ଯାଇଥିଲା। ଏହା ପରେ ବନ କର୍ମଚାରୀ ଜିତେନ୍ଦ୍ର ଦାସ କୌଶଳ କ୍ରମେ ସାପଟିକୁ କାବୁ କରିଥିଲେ। ଏହା ପରେ ସାପଟିକୁ ସୁରକ୍ଷିତ ଭାବେ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.