ବିଜ୍ନେସ ମ୍ୟାନ ଆନନ୍ଦ ମହିନ୍ଦ୍ରା କରୋନା ଭ୍ୟାକ୍ସିନ୍ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ରଚନାତ୍ମକ ବିଜ୍ଞାପନ ଶେୟାର କରିଛନ୍ତି, ଯାହାକି ଏବେ ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହି ବିଜ୍ଞାପନକୁ ଦେଖିଲେ ଆପଣ ବି ଏହାର ପ୍ରଶଂସା ନ କରି ରହିପାରିବେ ନାହିଁ।
ଟ୍ଵିଟରରେ ମହିନ୍ଦ୍ରା ଶେୟାର କରିଥିବା ଏହି ବିଜ୍ଞାପନକୁ ଜିମି କିମେଲ ଶୋ’ରେ ପ୍ରସାରିତ କରାଯାଇଥିଲା। ମହିନ୍ଦ୍ରା ନିଜ ଟ୍ଵିଟ୍ରେ ସେରମ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲାଙ୍କୁ ବି ଟ୍ୟାଗ୍ କରିଛନ୍ତି। ଟ୍ଵିଟ୍ରେ ସେ ଲେଖିଛନ୍ତି, ‘ଭ୍ୟାକ୍ସିନ୍ ସବୁଦିନ ପାଇଁ’।
ସୋସିଆଲ ମିଡିଆରେ ଭିଡିଓ ଶେୟାର ହେବାର ମାତ୍ର କିଛି ଘଣ୍ଟା ଭିତରେ ୧ ଲକ୍ଷରୁ ଅଧିକ ଥର ଏହାକୁ ଦେଖାଯାଇ ସାରିଲାଣି। ଲୋକେ ଏହା ଉପରେ ଅନେକ କମେଣ୍ଟସ୍ ମଧ୍ୟ କରୁଛନ୍ତି। ଭ୍ୟାଲେଣ୍ଟାଇନ୍ ଡେ’ ଉପରେ ଆଧାରିତ ଏହି ବିଜ୍ଞାପନ ଲୋକଙ୍କୁ ବହୁତ ପସନ୍ଦ ଆସୁଛି।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…