Below header

ଆନନ୍ଦ ମହିନ୍ଦ୍ରା ଶେୟାର କଲେ କୋଭିଡ୍‌-୧୯ ଭ୍ୟାକ୍ସିନ୍‌ ବିଜ୍ଞାପନ, ଲୋକେ କହିଲେ, ‘ଭ୍ୟାଲେଣ୍ଟାଇନ୍‌ ଡେ’ର ସବୁଠୁ ବଡ଼ ଗିଫ୍ଟ, ଦେଖନ୍ତୁ Video

ବିଜ୍‌ନେସ ମ୍ୟାନ ଆନନ୍ଦ ମହିନ୍ଦ୍ରା କରୋନା ଭ୍ୟାକ୍ସିନ୍‌ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ରଚନାତ୍ମକ ବିଜ୍ଞାପନ ଶେୟାର କରିଛନ୍ତି, ଯାହାକି ଏବେ ସୋସିଆଲ ମିଡିଆରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହି ବିଜ୍ଞାପନକୁ ଦେଖିଲେ ଆପଣ ବି ଏହାର ପ୍ରଶଂସା ନ କରି ରହିପାରିବେ ନାହିଁ।

ଟ୍ଵିଟରରେ ମହିନ୍ଦ୍ରା ଶେୟାର କରିଥିବା ଏହି ବିଜ୍ଞାପନକୁ ଜିମି କିମେଲ ଶୋ’ରେ ପ୍ରସାରିତ କରାଯାଇଥିଲା। ମହିନ୍ଦ୍ରା ନିଜ ଟ୍ଵିଟ୍‌ରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାଓ୍ଵାଲାଙ୍କୁ ବି ଟ୍ୟାଗ୍‌ କରିଛନ୍ତି। ଟ୍ଵିଟ୍‌ରେ ସେ ଲେଖିଛନ୍ତି, ‘ଭ୍ୟାକ୍ସିନ୍‌ ସବୁଦିନ ପାଇଁ’।

ସୋସିଆଲ ମିଡିଆରେ ଭିଡିଓ ଶେୟାର ହେବାର ମାତ୍ର କିଛି ଘଣ୍ଟା ଭିତରେ ୧ ଲକ୍ଷରୁ ଅଧିକ ଥର ଏହାକୁ ଦେଖାଯାଇ ସାରିଲାଣି। ଲୋକେ ଏହା ଉପରେ ଅନେକ କମେଣ୍ଟସ୍‌ ମଧ୍ୟ କରୁଛନ୍ତି। ଭ୍ୟାଲେଣ୍ଟାଇନ୍‌ ଡେ’ ଉପରେ ଆଧାରିତ ଏହି ବିଜ୍ଞାପନ ଲୋକଙ୍କୁ ବହୁତ ପସନ୍ଦ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.