କୋରାପୁଟ: ଚଳିତବର୍ଷ ଶେଷ ସୁଦ୍ଧା ଜୟପୁରରୁ ଉଡ଼ିପାରେ ବିମାନ,ଏୟାରପୋର୍ଟର ସ୍ଥିତି ଅନୁଧ୍ୟାନ କଲେ ବରିଷ୍ଠ ଅଧିକାରୀ

ଜୟପୁର(କେନ୍ୟୁଜ୍):  ଚଳିତବର୍ଷ ଶେଷ ସୁଦ୍ଧା କୋରାପୁଟ ଜୟପୁରରୁ ଉଡ଼ିପାରେ ବିମାନ। ୧୯ ସିଟେଡ ବିମାନ ଉଡ଼ାଣ ପାଇଁ ଚାଲିଛି ପ୍ରସ୍ତୁତି। ମାର୍ଚ୍ଚରେ ଲାଇସେନ୍ସ ପାଇଁ ଆବେଦନ କରାଯିବ। ୬ରୁ ଆଠ ମାସ ମଧ୍ୟରେ ବିଡିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ପରିବହନ ସଚିବ ମଧୁସୂଦନ ପାଢୀ। ଜୟପୁର ଏୟାରପୋର୍ଟର ସ୍ଥିତି ଅନୁଧ୍ୟାନ କରିଛନ୍ତି ମଧୁସୂଦନ ପାଢ଼ୀଙ୍କ ସମେତ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ ମନୋରଞ୍ଜନ ମିଶ୍ର ଓ ଏୟାର ଟ୍ରାଫିକ, ଏଜିଏମ ସରୋଜ କୁମାର ସାହୁ।

ଉଡାଣ ଯୋଜନାରେ ସାମିଲ ହେବାର ୪ ବର୍ଷ ପରେ ମଧ୍ୟ ଜୟପୁରରେ ବିମାନ ସେବା ଆରମ୍ଭ ହୋଇନାହିଁ । ଜମି ଅଧିଗ୍ରହଣ ସମସ୍ୟା ରହିଛି । ଏନେଇ ଆଜି ଆଲୋଚନା ହୋଇଛି। ରନେଓ୍ଵକୁ ୧୨୦୦ରୁ ୧୫୦୦ ମିଟର ବୃଦ୍ଧି କରାଯାଇଛି । ଆଲୋଚନାରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.