Below header

ଗଜପତି: ନିର୍ବାଚନରେ ସାମିଲ ହେବାକୁ ଉସୁକାଉଥିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ, ବିଜେପି ଟିମକୁ ଦେଖି ଛତ୍ରଭଙ୍ଗ ଦେଲେ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରୁରାଜ୍ୟ ବିଜେପିର ଏକ ସ୍ବତନ୍ତ୍ର ଟିମ୍ ଜିଲ୍ଲାର ରାୟଗଡ଼ା ବ୍ଳକ ଗଙ୍ଗାବାଡ ପଞ୍ଚାୟତରେ ରହିଥିବା କିଛି ଆନ୍ଧ୍ର ଓଡ଼ିଶା ବିବାଦୀୟ ଗ୍ରାମ ଗୁଡିକୁ ଗ୍ରସ୍ତ  କରିଛନ୍ତି । ବିଜେପିର ଏହି ସ୍ବତନ୍ତ୍ର ଦଳରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତି , ବିରୋଧୀ ଦଳର ନେତା ‌ପ୍ରଦୀପ୍ତ କୁମାର ନାୟକ , ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର , ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ପ୍ରମୁଖ ରହିଛନ୍ତି ।

 ଏହି ଦଳ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ପହଞ୍ଚିବା ବେଳେ ଏକ ରୋଚକ ଦୄଶ୍ୟ ଦେଖିବାକୁ ମିଳିଥିଲା । ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଟେକିଲି ସବ୍ ଡିଭିଜନର ଉପ ଜିଲ୍ଲାପାଳ ଧନଞ୍ଜୟ ସୈରଭ, ମନ୍ଦୁସା ତହସିଲଦାର, କାଶିବୁଗା ଉପଖଣ୍ଡ ପୋଲିସ ଡିଏସପି ଶୀବରାମ ରେଡି  ପ୍ରମୁଖ ଆନ୍ଧ୍ରରେ ଭୋଟ ଦେବା ପାଇଁ ମାଣିକପାଟଣା ବାସୀଙ୍କୁ ବୁଝାସୁଝା କରିବା ସହ ଗଜପତି ଜିଲ୍ଲା ରାୟଗଡ ପ୍ରଶାସନ ସହ ସିମା ବିବାଦକୁ ନେଇ ଆଲୋଚନା ଜାରି ରଖିଥିଲେ । ଏହି ଅଞ୍ଚଳ ଗସ୍ତରେ ଆସିଥିବା ରାଜ୍ୟ  ବିରୋଧୀ ଦଳ ନେତା ଓ ବିଜେପି ଦଳ ନେତାମାନେ ବାକ୍ ଯୁଦ୍ଧ ଆରମ୍ଭ କରିଥିଲେ । ଏପରିକି କଥା କଟାକଟି ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଯେଉଁ ସମୟରେ ବିଜେପିର ରାଜ୍ୟସ୍ତରୀୟ ନେତୄତବୄନ୍ଦ ମାନଚିତ୍ର ଓ ଦସ୍ତାବିଜ ଆନ୍ଧ୍ର ପ୍ରଶାସନକୁ ମାଗିଥିଲେ ସେହି ସମୟରେ କୈଣସି ସନ୍ତୋଷଜନକ ନଥିପତ୍ର ଦେଇ ପାରିନଥିଲା ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀମାନେ । ଯାହା ଫଳରେ ଆନ୍ଧ୍ର ପ୍ରଶାସନର ଟିମ ପଳାୟନପନ୍ଥି ପଲଟିଥିଲେ ।

ପରେ ଗ୍ରାମ ବାସୀମାନେ ବିଭିନ୍ନ ସମସ୍ୟା ଅସୁବିଧା ବିଷୟରେ ବିରୋଧୀ ଦଳ ନେତା ଓ ରାଜ୍ୟ ବିଜେପିକୁ ଜଣାଇଥିଲେ । ଏପରିକି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତିରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ବିରୋଧୀ ଦଳ ନେତା ଓ ରାଜ୍ୟ ବିଜେପି ଟିମ ଦାବି କରିଥିଲେ। ଏହା ସହ ଦୁଇ ମାସ ମଧ୍ୟରେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଦାବି କରିଥିଲେ। କାହିଁକି ଓଡିଶା ସରକାର ଓଡିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳର ବିକାଶ କରୁନାହାନ୍ତି  ତାହାର ଜବାବ ବିଧାନସଭାରେ ମଗାଯିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.