କେମିକାଲ ନୁହେଁ, ମନ୍ଦାର ଫୁଲରେ ବନାନ୍ତୁ ନେଚୁରାଲ୍‌ ହେୟାର କଲର୍‌

ବାଳକୁ କଲର କରିବା ପାଇଁ ଅଧିକାଂଶ ସମୟରେ ମହିଳାମାନେ କେମିକାଲ କଲର ବ୍ୟବହାର କରିଥାନ୍ତ । ଯାହା ବାଳ ପାଇଁ ହାନୀକାରକ ହୋଇଥାଏ । ଯଦିଓ ବାଳ କଲର୍‌ ପାଇଁ ମେହେନ୍ଦୀ ବ୍ୟବହାର କରାଯାଇପାରେ । ତେବେ ମେହେନ୍ଦୀର କଲର ବାଳକୁ ଅଲଗା ପ୍ରକାର ଲାଲ୍‌ କରିଥାଏ । ପ୍ରାକୃତିକ(ନେଚୁରାଲ୍‌) ଉପାୟରେ ବାଳକୁ କଲର କରିବାର ବହୁତ ସୁନ୍ଦର ତରିକା ରହିଛି । ଆପଣ ଲାଲ୍‌ ମନ୍ଦାର ଫୁଲକୁ ବ୍ୟବହାର କରି ନେଚୁରାଲ୍‌ ଭାବେ ବାଳକୁ ରଙ୍ଗୀନ କରିପାରିବେ । ଏହାଦ୍ୱାରା ଆପଣଙ୍କ ବାଳ ନେଚୁରାଲ୍‌ କଲର୍‌ ପାଇବା ସହ ବାଳ ସୁନ୍ଦର, ମୁଲାୟମ୍‌ ଓ ସାଇନିଂ କରିବ । ଆସନ୍ତୁ ଜାଣିବା ମନ୍ଦର ଫୁଲ ବ୍ୟବହାର କରି କିପରି କରିବେ ବାଳକୁ ରଙ୍ଗୀନ ।

FLOWER
photo credit: punjabkesari.in

ସାମଗ୍ରୀ :

ଲାଲ୍‌ ମନ୍ଦାର ଫୁଲର ପାଖୁଡ଼ା- ୧ରୁ ୨ କପ୍‌
ପାଣି ଆବଶ୍ୟକ ଅନୁସାରେ
ଏକ ସ୍ପ୍ରେ ବୋତଲ୍‌

ନେଚୁରାଲ୍‌ ହେୟାର କଲର ତିଆରି କରିବାର ବିଧି :

୧. ପ୍ରଥମେ ପାଣିକୁ ପ୍ୟାନ୍‌ରେ ଗରମ କରନ୍ତୁ ।
୨. ପାଣି ଫୁଟି ପଡ଼ିବା ପରେ ଏହାକୁ ତଳକୁ ଆଣି ମନ୍ଦାର ଫୁଲ୍‌ର ପାଖୁଡା ଏଥିରେ ପକାନ୍ତୁ ।
୩. ପାଣିରେ କଲର ସବୁ ବାହାରିବା ପର୍ଯ୍ୟନ୍ତ ଏହାକୁ ପାଣିରେ ପକାଇ ରଖ ।
୪. ପାଣି ପୁରା ଲାଲ୍‌ ହୋଇଗଲେ ଏହାକୁ ଛାଣି ସ୍ପ୍ରେ ବୋତଲରେ ରଖନ୍ତୁ ।

hair

ବ୍ୟବହାର କରିବାର ତରିକା :

– ପ୍ରଥମେ ବାଳକୁ ସାମ୍ପୋ ଓ କଣ୍ଡିସନର କରି ଭଲଭାବେ ଶୁଖାଇ ଦିଅନ୍ତୁ ।
– ପୁଣି ଶୁଖିଲା ବାଳରେ ସ୍ପ୍ରେ ସାହାଯ୍ୟରେ କଲର୍‌ କୁ ଲଗାନ୍ତୁ ।
– ଆପଣ ଚାହିଁଲେ ଏହାକୁ ପୁରା ବାଳରେ କିମ୍ବା ଅଳ୍ପ ବାଳରେ ଲଗାଇ ପାରିବେ ।
– ଏହାକୁ ୧ ଘଣ୍ଟା ପାଇଁ ବାଳରେ ଛାଡି ଦିଅନ୍ତୁ ।
– ପରେ ଏହାକୁ ନର୍ମାଲ ପାଣିରେ ଧୋଇ କରି ନେଚୁରାଲ ଉପାୟରେ ଶୁଖାନ୍ତୁ ।
– ବାଳକୁ ଖରାରେ ଶୁଖାଇବା ଦ୍ୱାରା ଏହାର ରଙ୍ଗ ଆହୁରି ଭଲ ଆସିବ । ସବୁବେଳେ ଏହାକୁ ସାମ୍ପୋ କରା ସଫା ବାଳ ଉପରେ ଲଗାନ୍ତୁ । କିଛି ଦିନ ପାଇଁ ବାଳକୁ ଧୁଅନ୍ତୁ ନାହିଁ । ଏହି ରଙ୍ଗ ବାଳରେ ୨/୩ ମାସ ଯାଏ ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.