ସ୍ପେଶାଲ

ଶୁଖିଲା ଜମି ପାଇଁ ୩୦ ବର୍ଷ ଧରି କେନାଲ ଖୋଳିଥିଲେ ଏହି ଚାଷୀ, ଏବେ ଆନନ୍ଦ ମହିନ୍ଦ୍ରା ଗିଫ୍ଟ କଲେ ନୂଆ ଟ୍ରାକ୍ଟର

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏକ ଟ୍ଵିଟ୍‌ ଏବେ ଖୁବ ଭାଇରଲ ହେଉଛି। ଯେଉଁଥିରେ ଆନନ୍ଦ ମହିନ୍ଦ୍ରା ଲାଉଙ୍ଗୀ ଭୂୟାଁ ନାମକ ଜଣେ ଚାଷୀଙ୍କୁ ଏକ ଟ୍ରାକ୍ଟର ଦେବାକୁ କହିଥିଲେ। ଏକୁଟିଆ ଜଙ୍ଗଲରୁ ନିଜ ଗାଁକୁ ପାଣି ଆଣିଥିବା ଲାଉଙ୍ଗିଙ୍କୁ ଟ୍ରାକ୍ଟର ଉପହାର ଭାବେ ଦେଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା |

ବିହାରର ଗୟା ଜିଲ୍ଲା ଲାଥୁଆ ଅଞ୍ଚଳର କୋଥିଲାୱା ଗ୍ରାମର ଲାଉଙ୍ଗି ଭୂୟାଁ ଦୀର୍ଘ ୩୦ ବର୍ଷ ଧରି ଏକୁଟିଆ ନିଜ ଗାଁର ଶୁଖିଲା କ୍ଷେତକୁ ପାଣି ଆଣିବା ପାଇଁ ୩ କିଲୋମିଟର ଦୀର୍ଘ କେନାଲ ଖୋଳିଛନ୍ତି। ସେ ଗାଁର ସମସ୍ତ ଚାଷଜମିକୁ ପାଣି ଆଣିବା ପାଇଁ ପ୍ରୟାସ କରିଛନ୍ତି। ୩୦ ବର୍ଷ ଧରି ସେ ପ୍ରତିଦିନ ସକାଳୁ ଜଙ୍ଗଲକୁ ବାହାରି ଯାଆନ୍ତି ଏହି କାମ ପାଇଁ।

ଦିନତମାମ ମାଟି ଖୋଳି ଖୋଳି ସନ୍ଧ୍ୟାରେ ଘରକୁ ଫେରନ୍ତି। ଜଙ୍ଗଲର ଆର ପାର୍ଶ୍ବରେ ଥିବା ଜଳ ଉତ୍ସରୁ ନିଜ ଗାଁ ଚାଷଜମିକୁ ପାଣି ଆଣିବା ପାଇଁ ସେ ଏହି କେନାଲ ଖୋଳିଛନ୍ତି। ଏହି କାମକୁ ଆନନ୍ଦ ପ୍ରଶଂସା କରି ଟ୍ୱିଟରରେ ଲେଖିଛନ୍ତି ଯେ, ମୁଁ ଭାବୁଛି ତାଙ୍କ କେନାଲ ତାଜମହଲ କିମ୍ବା ପିରାମିଡ ଭଳି ପ୍ରଭାବଶାଳୀ। ତାଙ୍କୁ ଟ୍ରାକ୍ଟର ଦେବା ମୋ ପାଇଁ ଖୁସି ଏବଂ ସୌଭଗ୍ୟର ବିଷୟ ହେବ। ସୂଚନା ଥାଉ କି ଲାଉଙ୍ଗି ୩୦ ବର୍ଷ ଧରି ନିରନ୍ତର ଭାବେ କେନାଲ ଖୋଳିଥିଲେ।

ସବୁବେଳେ ଟ୍ଵିଟରରେ ବହୁତ ଆକ୍ଟିଭ ଥାଆନ୍ତି ଆନନ୍ଦ ମହିନ୍ଦ୍ରା। ଟ୍ଵିଟର ନିଜର ସ୍ୱତନ୍ତ୍ର ଅନ୍ଦାଜ ପାଇଁ ବେଶ ଜଣାଶୁଣା ଥାଆନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ ରହିଛନ୍ତି।

Swagatika

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

14 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

29 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

40 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

51 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago